ପୂର୍ବତନ ସରପଞ୍ଚ ଙ୍କ ପରଲୋକ
ଧର୍ମଗଡ଼ : ଧର୍ମଗଡ ବ୍ଲକ ତରାପୁର ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ରାମ ପ୍ୟାରୀ ପଣ୍ଡାଙ୍କ ର ଆଜି ସକାଳ ୮ଘଣ୍ଟା ୧୫ ମିନିଟ ସମୟରେ ପରଲୋକ ଘଟିଯାଇଛି। ସେ ବହୁତ ଦିନରୁ ସ୍ନାୟୁ ଜନିତ ରୋଗରେ ପୀଡ଼ିତ ଥିଲେ। ସେ ୨୦୧୭ ରୁ ୨୦୨୨ ମସିହା ପର୍ଯ୍ୟନ୍ତ ତରାପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଭାବେ ଦାୟୀତ୍ବ ତୁଲାଇ ଅଞ୍ଚଳର ବିକାଶ ଓ ଜନସେବା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।
ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ମିଷ୍ଟଭାଷୀ, ଧାର୍ମିକି ପରୋପକାରୀ ଓ ଲୋକପ୍ରିୟ ଜନପ୍ରତିନିଧି ଭାବେ ପରିଚିତ ଥିଲେ। ତାଙ୍କ ନେତୃତ୍ୱରେ ପଞ୍ଚାୟତରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ସମ୍ପାଦିତ ହୋଇଥିଲା।
ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ସୁବ୍ରତ ଓ ସୁରତ ଝିଅ ଜ୍ବାଇଁ ତିନି ନାତି ଙ୍କ ସମେତ ପରିବାର ବର୍ଗ ରହିଥିଲେ। ନିଜ ଗାଁ ଝାରକୁଣ୍ଡାମାଳ ରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ତାଙ୍କର ଆତ୍ମାର ସଦ୍ଗତି କାମନା କରି ବିଭିନ୍ନ ଜନପ୍ରତିନିଧି, ସାମାଜିକ କର୍ମୀ ଓ ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
