October 2, 2026
Home » ପୂର୍ବାଞ୍ଚଳ ଶାଖା ପକ୍ଷରୁ ସ୍ୱଚ୍ଛତା ପକ୍ଷ ଉଦଯାପନୀ ଏବଂ ଗାନ୍ଧୀ ଜୟନ୍ତୀ ପାଳିତ

ପୂର୍ବାଞ୍ଚଳ ଶାଖା ପକ୍ଷରୁ ସ୍ୱଚ୍ଛତା ପକ୍ଷ ଉଦଯାପନୀ ଏବଂ ଗାନ୍ଧୀ ଜୟନ୍ତୀ ପାଳିତ

0
WhatsApp Image 2026-10-02 at 4.31.27 PM

ଭୁବନେଶ୍ୱର : ଭାରତର ମହଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ ପୂର୍ବାଞ୍ଚଳ ଶାଖା ପକ୍ଷରୁ ସ୍ୱଚ୍ଛତା ପକ୍ଷ 2026ର ଉଦଯାପନୀ ସମାରୋହ ଆଜି ଏଜି ନୂଆ କଲୋନୀଠାରେ ଉଦଯାପାନ ହେବା ସହ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଅଛି l ପ୍ରଧାନ ମହଲେଖାକାର ସୁବୁ. ଆରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ଡେପୁଟି ସିଏଜି ପ୍ରମୋଦ କୁମାର ମୁଖ୍ୟ ଅତିଥି, ମହଲେଖାକାର ଅତୁଲ ପ୍ରକାଶ ଏବଂ ବରିଷ୍ଟ ଉପ ମହଲେଖାକାର ଭରତ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ପ୍ରମୋଦ କୁମାର ତାଙ୍କ ଅଭିଭାଷଣରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ l ଗାନ୍ଧିଜୀ ସ୍ୱଚ୍ଛତା ଉପରେ ଗୁରୁତ୍ୱପ୍ରଦାନ କରିବା ସହ ଏହାକୁ ଏକ ଗଣ ଆନ୍ଦୋଳନରେ ରୂପାନ୍ତର କରିବାକୁ ଚାଁହୁଥିଲେ l

ଏହା ପ୍ରଥମେ ଘରୁ ମା ଠାରୁ ଆରମ୍ଭ ହେବା ଦରକାର l ମା ପରିବର୍ତ୍ତନ ହେଲେ ପରିବାର ଓ ଆଗାମୀ ପିଢ଼ି ପରିବର୍ତ୍ତନ ହେବେ ଯାହାଫଳରେ ଗାନ୍ଧିଜୀଙ୍କ ସ୍ବପ୍ନ ସାକାର ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ l ପ୍ରତ୍ୟେକ କର୍ମଚାରୀ ନିଜର ପରିବେଶର ପରିଚ୍ଛନ୍ନତା ବଜାୟ ରଖିବା ସହ ସୁସ୍ଥ ପରିବେଶ ପାଇଁ ବୃକ୍ଷ ରୋପଣ ସହ ଏହାର ଯତ୍ନ ନେବା ଉଚିତ ବୋଲି ଅନ୍ୟ ଅତିଥିମାନେ ମତବ୍ୟକ୍ତ କରିଥିଲେ l ଏହା ପରେ ଏଜି କଲୋନୀ ମଧ୍ୟରେ ସାମୂହିକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ସଫେଇ କାର୍ଯ୍ୟକ୍ରମରେ ଉପ ମହଲେଖାକାର ସଞ୍ଜୟ କୁମାର, ବିଭ୍ରାଂଶୁ ଶେଖର ନାୟକ, ବନଥ ରାକେଶ ନାୟକ,ଶୁଭମ ସ୍ଵାମୀ, ରାଜ କିଶୋର ମହାପାତ୍ର, କଲ୍ୟାଣ ଅଧିକାରୀ ନୃସିଂହ ଚନ୍ଦ୍ର ରାଉତ, ବରିଷ୍ଠ ଲେଖା ଅଧିକାରୀ କାଳି ପ୍ରସାଦ ମିଶ୍ର,ବିଶ୍ୱଜିତ ସାହୁ, ରଜନୀ ପଣ୍ଡା, କଲୋନୀ କମିଟି ସଭ୍ୟ ଅଶୋକ କୁମାର ପଟ୍ଟନାୟକ, ସୁବ୍ରତ ସିଂ,ରବି କୁମାର, ରଞ୍ଜନ କୁମାରଙ୍କ ସହ ଶତାଧିକ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *