August 28, 2026
Home » ପୂର୍ବ କର୍ମର ପ୍ରାୟଶ୍ଚିତ ନିମନ୍ତେ ହିମାଦ୍ରୀ ସଙ୍କଳ୍ପ

ପୂର୍ବ କର୍ମର ପ୍ରାୟଶ୍ଚିତ ନିମନ୍ତେ ହିମାଦ୍ରୀ ସଙ୍କଳ୍ପ

0
WhatsApp Image 2026-08-28 at 5.44.19 PM

“କର୍ମଫଳ ପ୍ରାଣୀ ଅବଶ୍ୟ ଭୁଞ୍ଜଇ କେ କରି ପାରଇ ଆନ ”
ଏହାକୁ ଅନୁଭବ କରି ପବିତ୍ର ଗହ୍ମା ପୂର୍ଣ୍ଣିମା ଅବସରରେ ପୁରୁଣା ଭୁବନେଶ୍ୱର କେଦାର ଗୌରୀ ନିକଟ ପବିତ୍ର ମୁକ୍ତେଶ୍ଵର ପୀଠରେ ସମାଜ ସେବକ ନୀଳମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁକ୍ତେଶ୍ଵର ମନ୍ଦିର ସଫେଇ କରାଯାଇଥିଲା।ପରେ ନଅ ନମ୍ବର ଗାୟତ୍ରୀ ଶକ୍ତି ପୀଠର ଶ୍ରଦ୍ଧାଳୁମାନେ ପାରମ୍ପରିକ ରୀତିନୀତିରେ ପୂର୍ବ କର୍ମର ପ୍ରାୟଶ୍ଚିତ କରିବା ସହ ଆଗାମୀ ଜୀବନରେ ସଦଗତି ନିମନ୍ତେ ମୁକ୍ତେଶ୍ଵର ମନ୍ଦିରର ହଳଦୀ କୁଣ୍ଡରେ ଦଶ ପ୍ରକାର ସ୍ନାନ କରି ହିମାଦ୍ରୀ ସଙ୍କଳ୍ପ କରିଥିଲେ। ଶକ୍ତି ପୀଠର ପରିବ୍ରାଜକ ପ୍ରମୋଦ କୁମାରଙ୍କର ମନ୍ତ୍ର ଉଚ୍ଚାରଣ ସହ ଭସ୍ମ,ଗୋବର,ଗୋମୁତ୍ର,ମାଟି,ଖିର, ଘିଅ,ଦହି ,ମହୁ,ହଳଦୀ , କୁଶ ଓ ଗଙ୍ଗା ଜଳ ଇତ୍ୟାଦି ଲଗାଇ ଦଶ ଥର ସ୍ନାନ କରିଥିଲେ।ପରେ ସାମୁହିକ ପଇତା ପିନ୍ଧି ପିତୃପୁରୁଷଙ୍କୁ ଜଳ ତର୍ପଣ କରିଥିଲେ। ଏହାପରେ ସମସ୍ତେ ନ ନମ୍ବର ଗାୟତ୍ରୀ ଶକ୍ତିପୀଠ ‌ଯାଇ ସାମୁହିକ ଯଜ୍ଞରେ ଭାଗ ନେଇଥିଲେ।
ଗାୟତ୍ରୀର ସାଧକମାନେ ପ୍ରତିବର୍ଷ ବିଭିନ୍ନ ଜଳାଶୟରେ ହିମାଦ୍ରୀ ସଙ୍କଳ୍ପ କରିଥାଆନ୍ତି। ଭିନ୍ନ ଭିନ୍ନ ଔଷଧୀୟ ବୃକ୍ଷ ଲଗାଇ ଥାଆନ୍ତି। ପରିଶେଷରେ ସମସ୍ତେ ପ୍ରସାଦ ସେବନ କରିଥାଆନ୍ତି।ଏହି କାର୍ଯ୍ୟକ୍ରମକୁ ଚନ୍ଦ୍ର ଶେଖର ବେହେରା, ସରୋଜିନୀ ଦାସ, ନିରୂପମା ଦାସ,ଗୀତା ବେହେରା, ସ୍ନେହ ମହାପାତ୍ର, ବର୍ଣ୍ଣମାଳା ପାତ୍ର, ସୁବୋଧ ମହାପାତ୍ର, ବଳରାମ ସାମନ୍ତରାୟ, ଅର୍ଜୁନ ମଙ୍ଗରାଜ, ବସନ୍ତ ପ୍ରଧାନ,ସୈ।ରଭ ଜେନା,ପଞ୍ଚାନନ କର, ଅଙ୍ଗୁର ବାନା ରଥ, ରଜନୀରାଣୀ ହଂସରାଜ,ଧୀରା ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *