September 21, 2026
Home » ପ୍ରକୃତି ବଦଳିଲେ କବିଙ୍କ ମାନସିକତା ବଦଳିଯାଏ

ପ୍ରକୃତି ବଦଳିଲେ କବିଙ୍କ ମାନସିକତା ବଦଳିଯାଏ

0
WhatsApp Image 2026-09-21 at 4.18.18 PM

 

ଭୁବନେଶ୍ବର :- ଶରତ ରୁତୁ ଆଗମନରେ ପ୍ରକୃତି ରୂପରେ ପରିବର୍ତ୍ତନ ଆସେ l ଶରତ ରୁତୁର ବର୍ଣ୍ଣବିଭା ଜନମନକୁ ପ୍ରଭାବିତ କରିଥାଏ l ଏହି ଅବସରରେ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ପ୍ରାୟତଃ ସକ୍ରିୟ ହୋଇଉଠନ୍ତି l ସାରସ୍ୱତ ପ୍ରେମୀ ମାନେ ବିଭିନ୍ନ ସାହିତ୍ୟ ଆସରରେ ଏକତ୍ରୀତ ହୋଇ ପରସ୍ପର ସହିତ ମତ ବିନିମୟ କରି ପାରନ୍ତି ବୋଲି ଶିକ୍ଷାବିତ୍ ଭଗବାନ ସାହୁ ପ୍ରକାଶ କରିଛନ୍ତି l

ଏହି ପରିପ୍ରେକ୍ଷୀରେ ପାକ୍ଷିକ ସମ୍ବାଦ ପତ୍ର “ବିରଜା ଭୂମି” ଆନୁକୁଲ୍ୟରେ ସମ୍ପାଦକ ନିର୍ମଳ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଶାରଦୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ସହ ସମ୍ପାଦକ ଅନନ୍ତ କିଶୋର ରାଉତ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ lଉକ୍ତ ଶାରଦୀୟ ସାହିତ୍ୟ ଆସରରେ ଆଶୁତୋଷ ସାମଲ, ରଣଜିତ ଜେନା,ନରେନ୍ଦ୍ର ସାହୁ, କବି ମାନଗୋବିନ୍ଦ ବାରିକ୍ ଆଭାସୀ ମାଧ୍ୟମରେ ଶରତ ରୁତୁ ସମ୍ପର୍କରେ ବକ୍ତବ୍ୟ ରଖିବା ସଙ୍ଗେ ସଙ୍ଗେ ସ୍ବରଚିତ କବିତା ଆବୃତ୍ତି କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଆଇନୀଜୀବୀ ଲକ୍ଷ୍ମୀ ନାରାୟଣ ପାଢୀ ଓ ପ୍ରଦୀପ ତ୍ରିପାଠୀଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲ l ଅନ୍ୟ ମାନଙ୍କ ମଧ୍ୟରେ ହର୍ଷବର୍ଦ୍ଧନ ଉଦ୍ଗାତା, ବାଇଧର ପାତ୍ର, ଡଃ ପ୍ରବୀର ମହାପାତ୍ର, ପ୍ରଭାକର ସାହୁ, ନିରଞ୍ଜନ ସେନ, ଭାସ୍କର ସେଠ,ରଘୁନାଥ ପରିଡା, ଶିଶିର ଦାଶ ପ୍ରମୂଖ ଉପସ୍ଥିତ ଥିଲେ l ଶେଷରେ ପଠାଣି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *