ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନାରେ ଦ୍ଵିତୀୟ ପର୍ଯ୍ୟାୟ ସଚେତନତା ଅଭିଯାନ ଆରମ୍ଭରେ ଆଜି ଜିଲ୍ଲାପାଳ ପ୍ରଧାନମନ୍ତ୍ରୀ ଜନମାନ ରଥଙ୍କୁ ପତାକା ଦେଖାଇ ଆରମ୍ଭ
ପ୍ରଧାନମନ୍ତ୍ରୀ ଜନମନଙ୍କ ବିଷୟ ନେଇ ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ପରୁଲ ପଟୱରି ଭା ପ୍ର ସେ ଶୁକ୍ରବାର ସକାଳ ୧୧ ଘଣ୍ଟିକା ସମୟରେ ଜିଲ୍ଲା ପରିଷଦ ସମ୍ମିଳନୀ ସଭା ଗୃହରେ ସାମ୍ବାଦିକମାନଙ୍କୁ ଭେଟି ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଜନମନ ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଲା ନିରାପଦ ଗୃହ, ବିଶୁଦ୍ଧ ପାନୀୟ ଜଳ, ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଉନ୍ନତି ତଥା ପିଭିଜିଟି ପରିବାର ଏବଂ ପରିବାରକୁ ଉନ୍ନତ ସଡ଼କ ଏବଂ ଟେଲି ଯୋଗାଯୋଗ ସଂଯୋଗ ତଥା ନିରନ୍ତର ଜୀବିକା ନିର୍ବାହ ଭଳି ଅତ୍ୟାବଶ୍ୟକ ସୁବିଧା ଯୋଗାଇବା । ଦେଶରେ ଏହି ବିଶାଳ ଆଇଇସି ଅଭିଯାନ ପ୍ରାରମ୍ଭରେ ୧୦୦ଟି ଜିଲ୍ଲାରେ ଆରମ୍ଭ ହୋଇଛି, ଯେଉଁଥିରେ ପ୍ରାୟ ୫୦୦ବ୍ଲକ୍ ଏବଂ ୧୮ଟି ରାଜ୍ୟରେ ୧୫୦୦୦ ପିଭିଜିଟି ବାସସ୍ଥାନ ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ୟୁନିଅନ୍ ଟେରିଟୋରୀ ଅନ୍ତର୍ଭୁକ୍ତ । ଦ୍ୱିତୀୟ ପର୍ଯ୍ୟାୟରେ ଏହା ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନାରେ ୨୩. ୦୮. ୨୪ ରିଖରୁ ଆରମ୍ଭ ହୋଇଥିବା ବେଳେ ସେଥିରେ ରାୟଗଡ଼ା ଜିଲ୍ଲାରେ ବିଶେଷ ଭାବେ ଅନୁସୁଚିତ ଜନଜାତି ବହୁଳ କଲ୍ୟାଣ ସିଂପୁର, ଵିଷମ କଟକ, ମୁନିଗୁଡା ଓ ଗୁଣୁପୁର ବ୍ଲକର ୧୫ଟି ଗ୍ରାମ ପଞ୍ଚାୟତର ସମୁଦାୟ ୨୩୭ଟି ଗ୍ରାମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଜିଲ୍ଲିରେ ଥିବା ଲାଞ୍ଜିଆ ସୈରା,ଡଙ୍ଗରିଆ କନ୍ଧ ଅଞ୍ଚଳର ବାସିନ୍ଦାଙ୍କୁ ସମସ୍ତ ସରକାରୀ ଯୋଜନାର ସୁବିଧା ଯୋଗାଇ ଦିଆଯିବ । ଉକ୍ତ ପିଭିଜିଟି ଅଞ୍ଚଳରେ ସାମାଜିକ, ଅର୍ଥନୈତିକ ଏବଂ ଶିକ୍ଷାଗତ କ୍ଷେତ୍ରରେ ଦୁର୍ବଳତାର ଶିକାର ହୋଇଥିବା ସମସ୍ତ ଅଞ୍ଚଳରେ ତଦାରଖ କରି ସ°ତୃପ୍ତି ପଦ୍ଧତିରେ ଉପଯୁକ୍ତ ପଦକ୍ଷେପ ନିଆଯିବ । ଉକ୍ତ ଅଞ୍ଚଳର ବିଭିନ୍ନ ସମସ୍ୟା ସମାଧାନ ନେଇ ସମସ୍ତ ଲାଇନ ଡିପାର୍ଟମେଣ୍ଟ ଉତ୍ସର୍ଗୀକୃତ ଭାବେ ସେହି ଅଞ୍ଚଳ ମାନଙ୍କରେ ଗସ୍ତ କରିବେ । ଉକ୍ତ କାର୍ଯକ୍ରମ ଅବସରରେ ରାୟଗଡ଼ା ଜିଲ୍ଲାପାଳ ପରୁଲ ଆଜି ଅପରାହ୍ନ ୫.୧୫ ସମୟରରେ ପ୍ରଧାନମନ୍ତ୍ରୀ ଜନମାନ ରଥଙ୍କୁ ପତାକା ଦେଖାଇ ଆରମ୍ଭ କରିଥିଲେ ।
୨୦୨୩-୨୪ ପାଇଁ ବଜେଟ୍ ଭାଷଣରେ ଘୋଷଣା କରାଯାଇଥିଲା ଯେ ବିଶେଷ ଭାବରେ ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀର ସାମାଜିକ-ଅର୍ଥନୈତିକ ଅବସ୍ଥାରେ ଉନ୍ନତି ଆଣିବା ପାଇଁ ଏକ ପ୍ରଧାନମନ୍ତ୍ରୀ ପିଭିଜିଟି ବିକାଶ ମିଶନ୍ ଆରମ୍ଭ କରାଯାଇଛି । ନିରାପଦ ଗୃହ, ବିଶୁଦ୍ଧ ପାନୀୟ ଜଳ, ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଉନ୍ନତି ତଥା ପିଭିଜିଟି ପରିବାର ଏବଂ ବସ୍ତିବାସିନ୍ଦାଙ୍କୁ ଉନ୍ନତ ସଡ଼କ ଏବଂ ଟେଲି ଯୋଗାଯୋଗ ସଂଯୋଗ ତଥା ନିରନ୍ତର ଜୀବିକା ସୁଯୋଗ ଭଳି ଅତ୍ୟାବଶ୍ୟକ ସୁବିଧା ଯୋଗାଇଦେବା ପାଇଁ ଏହି ପଦକ୍ଷେପ ଲକ୍ଷ୍ୟ ରଖିଛି।
ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନା ଅଧୀନରେ ରାୟଗଡା ଜିଲ୍ଲାରେ ବସବାସ କରୁଥିବା ବିଶେଷ ଭାବେ ଅନୁନ୍ନତ ଜନଜାତିର ଜନସାଧାରଣ, ଗୋଷ୍ଠୀ, ପରିବାରକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ସୁବିଧା ଯୋଗାଇଦେବା ନିମନ୍ତେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଜନମନ ପରି ଯୋଜନାର ଉଦ୍ଦେଶ୍ୟ, ଯୋଜନା ଅନ୍ତର୍ଗତ ଲକ୍ଷଧlର୍ଯ୍ୟ, ସମ୍ପୂର୍ଣ ପ୍ରକଳ୍ପ, ଆଦର୍ଶ ଗ୍ରାମର ନମୁନା ଆଦି ଉପସ୍ଥାପନା କରାଯିବ ।
ଆଦିମ ଜନଜାତିର ସବୁ ଲୋକଙ୍କ ଆଧାର କାର୍ଡ ପଞ୍ଜିକରଣ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯିବା, ସ୍ୱାସ୍ଥ୍ୟଗତ ସୁବିଧା ନିମନ୍ତେ ଆୟୁଷ୍ମାନ ଭାରତ ଯୋଜନାରେ ପଞ୍ଜିକରଣ କରି ଯୋଗ୍ୟ ବ୍ୟକ୍ତିକୁ ସାମିଲ କରାଯିବ । ଜାତିଗତ ଏବଂ ବାସିନ୍ଦା ପ୍ରମାଣ ପତ୍ର ଦିଆଯିବ । ରକ୍ତଶିକୁଳି ରୋଗ ଚିହ୍ନଟ କରାଯିବା ସହ ବିଭିନ୍ନ ମୌଳିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏହା ସହିତ ଜଙ୍ଗଲ ଜମି ପଟ୍ଟା, ଛାତ୍ର ବୃତ୍ତି, ପ୍ରସୂତି କାଳୀନ ସୁବିଧା, କିଷାନ କ୍ରେଡିଟ କାର୍ଡ, କିଷାନ ସମ୍ମାନ ନିଧି ଯୋଜନାରେ ସୁବିଧା ଯେପରି ଉକ୍ତ ଜନଜାତିଙ୍କ ନିକଟରେ ପହଞ୍ଚି ପାରିବ ସେଥିନିମନ୍ତେ ଯୁଦ୍ଧକାଳୀନ ପଦକ୍ଷେପ ନିଆଯିବ ।
ଏହି ଅଭିଯାନ ହେଉଛି ପିଭିଜିଟି ପରିବାରକୁ ବ୍ୟକ୍ତିଗତ ଅଧିକାର ପ୍ରଦାନ କରିବା ଏବଂ ବସ୍ତିଗୁଡ଼ିକୁ ମୈଳିକ ସୁବିଧା ସହିତ ପରିପୂର୍ଣ୍ଣ କରିବା, ଯାହା ଦ୍ୱାରା ଏହି ଆଦିବାସୀ ସମ୍ପ୍ରଦାୟଗୁଡିକ ସେମାନଙ୍କର ଅଧିକାର ବିଷୟରେ ଅବଗତ ହେବା ପାଇଁ ଏକ ପ୍ରୟାସ | ଅଭିଯାନ ଅବଧି ସମୟରେ ଆଧାର କାର୍ଡ, କମ୍ୟୁନିଟି ସାର୍ଟିଫିକେଟ୍ ଏବଂ ଜନ ଧନ ଆକାଉଣ୍ଟ ଯୋଗାଇ ଦିଆଯିବ କାରଣ ଆୟୁଷ୍ମାନ କାର୍ଡ, ପିଏମ କିସାନ ସାମନ ନିଧି, କିସନ କ୍ରେଡିଟ କାର୍ଡ ଇତ୍ୟାଦି ଅନ୍ୟାନ୍ୟ ଯୋଜନା ପାଇଁ ଏହା ହେଉଛି ମୈଳିକ ଆବଶ୍ୟକତା । ଦୂରତା, ରାସ୍ତା ଏବଂ ଡିଜିଟାଲ ସଂଯୋଗ ଅଭାବରୁ ବଞ୍ଚିତ ହୋଇଥିବା ପ୍ରତ୍ୟେକ ପିଭିଜିଟି ପରିବାରକୁ ଏହି ପଦକ୍ଷେପ ନିଶ୍ଚିତ କରିବ ଏବଂ ସେମାନଙ୍କ ଦ୍ୱାରରେ ସୁବିଧା ଯୋଗାଇବ । ଏହି ସଚେତନତା କାର୍ଯ୍ୟକ୍ରମ ସମୟରେ ସାଂସଦ, ବିଧାୟକ, ବିଭିନ୍ନ ଜନପ୍ରତିନିଧି ତଥା ପ୍ରଶାସନିକ ଅଧିକାରୀ ଏବଂ ସମସ୍ତ ସମ୍ପୃକ୍ତ ବିଭାଗର କର୍ମକର୍ତ୍ତା କ୍ଷେତ୍ର ପରିଦର୍ଶନ କରିବା ସହ ବିଶେଷ ଭାବେ ଅନୁନ୍ନତ ଜନଜାତି ସମାଜର ସମସ୍ୟା ସମାଧାନ ପାଇଁ ଆଶୁ ପଦକ୍ଷେପ ନେବେ । ଏହି କାର୍ଯ୍ୟକ୍ରମଗୁଡିକର ଆୟୋଜନ ପାଇଁ ହାଟ ବଜାର, ସିଏସସି, ଗ୍ରାମ ପଞ୍ଚାୟତ, ଅଙ୍ଗନୱାଡି, ବହୁମୁଖୀ କେନ୍ଦ୍ର, ଭନ୍ଦନ ବିକାଶ କେନ୍ଦ୍ର ପରି ସ୍ଥାନ ବ୍ୟବହାର କରାଯିବ। ଆସନ୍ତା ମାସ ସେପ୍ଟେମ୍ବର ୧୦ ତାରିଖରେ ଗୁଣପୁର ଠାରେ ସଚେତନତା ଅଭିଯାନ ସମାପ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )