June 30, 2025
Home » ପ୍ରବାସୀ ଶ୍ରମିକ ଓ ଶିଶୁ ଚାଲାଣ ପ୍ରତିକାର ନିମନ୍ତେ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯକ୍ରମ।

ପ୍ରବାସୀ ଶ୍ରମିକ ଓ ଶିଶୁ ଚାଲାଣ ପ୍ରତିକାର ନିମନ୍ତେ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯକ୍ରମ।

0
WhatsApp Image 2024-10-01 at 8.12.23 PM

ଜିଲ୍ଲା ପ୍ରଶାସନ, ପୋଲିସ, ଶ୍ରମ ବିଭାଗ ନୂଆପଡ଼ା ଅବଂ ଏଡ୍ ଏଟ୍ ଆକ୍ସନ ଓ ୟୁନିସେଫ ର ସହାୟତା ରେ ଭୟଂସମୁଣ୍ଡୀ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାପାଳ ଅଧ୍ୟକ୍ଷତା ରେ ପ୍ରବାସୀ ଶ୍ରମିକ ଓ ଶିଶୁ ଚାଲାଣ ପ୍ରତିକାର ନିମନ୍ତେ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯକ୍ରମ ଅନୁଷ୍ଟିତ ହୋଇଯାଇଅଛି। ଲମ୍ବୋଧର ଧାରୁଆ ମୁଖ୍ୟ ଉନ୍ନୟନ ଅଧିକାରୀ, ଯୋଗେନ୍ଦ୍ର ମାଝୀ, ଉପଜିଲ୍ଲାପାଳ ନୂଆପଡ଼ା, ପଞ୍ଚାୟତ ସମିତି ଅଧ୍ୟକ୍ଷ ତାରେଶ୍ଵରୀ ସାହୁ, ଜିଲ୍ଲା ପରିଷଦ ସଭ୍ଯ ଭାରତଲାଲ ସାହୁ, ଉମା ଠାକୁର, ଏଡ୍ ଏଟ୍ ଆକ୍ସନ୍ ର ବରିଷ୍ଠ ରାଜ୍ୟ ସଂଯୋଜକ ଜ୍ୟୋତି ପ୍ରକାଶ ବ୍ରହ୍ମା ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ।

କାର୍ଯ୍ୟକ୍ରମ ଆରମ୍ଭ ରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସଂଗୀତା ପାତ୍ର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥଲେ। ଜିଲ୍ଲାକୁ ଦାଦନମୁକ୍ତ କରିବା ପାଇଁ ସମସ୍ତ ବିଭାଗ ପ୍ରୟାସ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ଜିଲ୍ଲା ମତପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ର ସମସ୍ତ ସମସ୍ତ ବିଭାଗିୟ ଅଧିକାରୀ, ପୋଲିସ, ଅଙ୍ଗନବାଡି କର୍ମୀ, ସିଆରପି, ଏମବିକେ, କିଶୋରୀ ବାଳିକା, ଏନଏସଏସ ଛାତ୍ର, ପ୍ରବାସିତ ଶ୍ରମିକ, ସରପଞ୍ଚ, ସମତି ସଭ୍ୟ, ଉପସ୍ଥିତ ଥିଲେ ।

ଏହି ଅବସରେ ଜିଲ୍ଲା ଶ୍ରମ ବିଭାଗ ଦ୍ବାରା ପ୍ରବାସ ଶ୍ରମିକ ନିମନ୍ତେ ଏକ ସଚେତନତା ର ଶୁଭାରମ୍ଭ କରାଯାଇଥିଲା। ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ସାହୁ ସଭା ପରିଚାଳନା କରିଥିଲେ ଓ ଭୟଂସମୁଣ୍ଡୀ ସରପଞ୍ଚ ଧନ୍ୟବାଦ ଦେଇଥିଲେ।

 

 

Leave a Reply

Your email address will not be published. Required fields are marked *