May 13, 2025
Home » ପ୍ରଶାନ୍ତ ମହାପାତ୍ରଙ୍କ ସ୍ମୁତିରେ ମାଗଣା ସ୍ୱାସ୍ଥ୍ୟ ଶିବିର

ପ୍ରଶାନ୍ତ ମହାପାତ୍ରଙ୍କ ସ୍ମୁତିରେ ମାଗଣା ସ୍ୱାସ୍ଥ୍ୟ ଶିବିର

0
WhatsApp Image 2024-08-18 at 7.34.20 PM (1)

ଭୁବନେଶ୍ୱର :ଭୁବନେଶ୍ୱର ସଂଗ୍ରାମୀ ସ୍ୱାଭିମାନୀ ଯୁବନେତା ତଥା ବିଶିଷ୍ଟ ସମାଜ ସେବି ପ୍ରଶାନ୍ତ କୁମାର ମହାପାତ୍ର ଙ୍କ ତେଷଠୀ ତମ ଜନ୍ମ ଦିବସ ପାଳନ ଅବସରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଏବଂ କ୍ୟାନ୍ସର ସଚେତନ କାର୍ଯ୍ୟକ୍ରମ ଦିବ୍ୟଜ୍ୟୋତି ମିଶନ ଶକ୍ତି ଘର ଇଟିପୁର ପଞ୍ଚାୟତ ଠାରେ ଅନୁଷ୍ଟିତ କରାଯାଇଥିଲା ସକାଳୁ ପ୍ରଥମେ ପ୍ରଶାନ୍ତ ମହାପାତ୍ର ସ୍ମୃତି ସଂସଦ ତରଫରୁ ମଧୁମେୟ ରକ୍ତ ପରୀକ୍ଷା କାର୍ଯ୍ୟକ୍ରମ, ସହିତ ଜର, ଥଣ୍ଡା, କାଶ ଚିକିତ୍ସା କରାଯାଇ ମାଗଣାରେ ଔଷଧ ରୋଗୀ ମାନଙ୍କୁ ଦିଆଯାଇଥିଲା l ଡାକ୍ତର ଶକ୍ତି ସ୍ୱରୂପ ମିଶ୍ର ଓ ତାଙ୍କର ସହଯୋଗୀ ଡାକ୍ତର ମାନଙ୍କୁ ନେଇ ରୋଗୀ ମାନଙ୍କୁ ଚିକିତ୍ସା କରି ମେଡ଼ିସିନ ଦେବା ସହିତ ବିଭିନ୍ନ ରୋଗ ବିଷୟରେ ସଚେତନ କରାଇଥିଲେ l

ପ୍ରାୟ 500 ରୁ ଉର୍ଦ୍ଧ ମହିଳା ପୁରୁଷ ଓ ଛୋଟ ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା l ଏହି ସ୍ୱାସ୍ଥ୍ୟ ସେବା ଶିବିର କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ସ୍ୱେଚ୍ଛାସେବୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମ ସ୍ମୃତି ସଂସଦର ସଦସ୍ୟ ଖିରୋଦ କୁମାର ବେହେରା ଙ୍କ ତତ୍ୱାବଧାନ ରେ କରାଯାଇ ଥିଲା l ଏହି କାର୍ଯ୍ୟକ୍ରରେ ମୁଖ୍ୟତିଥି ଭାବେ ପୂର୍ବତ୍ତନ କମିସନର ମୁମ୍ବାଇ ଅରୂପ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱରର ପୂର୍ବତ୍ତନ ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେପି ନେତ୍ରୀ ତଥା ପ୍ରଶାନ୍ତ ମହାପାତ୍ର ଙ୍କ ସହଧର୍ମିଣୀ ରଶ୍ମି ମହାପାତ୍ର, ପ୍ରଦୀପ୍ତ କୁମାର ଜେନା, ଭୁବନେଶ୍ୱର ବ୍ଲକ ଚେୟାରମ୍ୟାନ ନିରୁପମା ସାହୁ,ଆଲୋକ ରଞ୍ଜନ ସାହୁ,ଅରୁଣ ପୁରୋହିତ,ପ୍ରଦ୍ୟୁମ୍ନ କୁମାର ଜେନା ବିଭୁତି ପ୍ରଧାନ, ପ୍ରକାଶ ସାହୁ,ବୀଣାପାଣି ପ୍ରଧାନ ଓ ସିପ୍ରା ସେନାପତି ପ୍ରମୁଖ ଯୋଗ ଦେଇ ଥିଲେ l

 

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *