ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଦିବସରେ ପ୍ରଶାସନର ଶପଥ ପାଠ

0 4

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ପରିସରରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସରେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ନିମନ୍ତେ ଶପଥ ପାଠ ହୋଇଅଛି। ଏହି ଅବସରରେ ବ୍ଲକ ର ସମସ୍ତ କର୍ମଚାରୀ ବିପର୍ଯ୍ୟୟ ବେଳେ ସହଯୋଗ କରିବା ପାଇଁ ଶପଥ ଗ୍ରହଣ କରିଥିଲେ । ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ଦିନ ଓଡ଼ିଶା ରେ ମହାବାତ୍ୟା ତାଣ୍ଡବ ରଚି ଥିଲା। ଆଜକୁ ୨୦ ବର୍ଷହେବ ଏହି ବାତ୍ୟାରେ ଦଶ ହଜାରରୁ ଉର୍ଦ୍ଧ୍ବ ଲୋକ, ସହସ୍ରାଧିକ ପଶୁ ପକ୍ଷୀ ମରିବା ସହିତ ଲକ୍ଷ୍ୟ ଲକ୍ଷ୍ୟ ଘର ଭାଙ୍ଗି ଛାରଖାର ହୋଇଯାଇଥିଲା । ଯେଉଁ ମାନେ ବଞ୍ଚିଗଲେ ସେମାନେ ଅସହାୟ ହୋଇପଡିଥିଲେ । ଏହାକୁ ସ୍ମୃତିରେ ସାଇତି ରଖିବାପାଇଁ ସରକାର ଏହି ଦିନକୁ ପ୍ରାକୃତିକ ବିପର୍ଯ୍ୟୟ ଦିବସ ରୂପେ ଘୋଷଣା କରିଛନ୍ତି । ଏ ପରିପ୍ରେକ୍ଷୀରେ ଠାକୁରମୁଣ୍ଡା ବ୍ଲକ ରେ ଶୁକ୍ରବାର ଦିନ ୧୦ ଟା ବେଳେ ବିଡ଼ିଓ ଶ୍ୟାମସୁନ୍ଦର ଟୁଡୁ ଙ୍କ ଅଧ୍ୟକ୍ଷତାରେ ସମସ୍ତ କର୍ମଚାରୀ ଉପସ୍ଥିତ ରହି ପ୍ରାକୃତିକ ବିପର୍ଯ୍ୟୟ ବେଳେ ସମସ୍ତେ ସହଯୋଗ କରିବେ ବୋଲି ଶପଥ ନେଇଥିଲେ । କାର୍ଯ୍ୟକ୍ରମରେ ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋଜ୍ କୁମାର ମିଞ୍ଜ , ତହସିଲଦାର ଜୟ କିଶୋର ପାତ୍ର , ଏପିଓ ଧ୍ୟାନ ଚରଣ ମହାନ୍ତ ସମେତ ସମସ୍ତ ବ୍ଲକ୍ କର୍ମଚାରୀ ଉପସ୍ଥିତ ଥିଲେ । ୧୯୯୯ ମସିହା ମହାବାତ୍ୟାରେ ବିଡ଼ିଓ ଶ୍ରୀଯୁକ୍ତ ଟୁଡୁ ଜଗତସିଂପୁର ବ୍ଲକରେ କାର୍ଯ୍ୟରତ ଥିଲେ । ସେତେବେଳର ଅଭିଜ୍ଞତା କୁ କର୍ମଚାରୀଙ୍କ ପାଖରେ ସ୍ମୁର୍ତିଚାରଣ କରିଥିଲେ ।

ମୟୁରଭଂଜ ଜିଲ୍ଲା ଇପିଏ ରୁ ମାନଗୋବିନ୍ଦ ପାଣଗ୍ରାହୀଙ୍କ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.