ପ୍ରିୟଙ୍କା ଦେବୀ କଲେଜ ଅଫ ଫାର୍ମାସୀ ର ଛାତ୍ରଛାତ୍ରୀଙ୍କ ଦ୍ବାରା ଶୋଭାଯାତ୍ରା
ପ୍ରିୟଙ୍କା ଦେବୀ କଲେଜ ଅଫ ଫାର୍ମାସୀ ର ଛାତ୍ରଛାତ୍ରୀଙ୍କ ଦ୍ବାରା ଫାର୍ମାସୀ ସପ୍ତାହ ଅବସରରେ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏଥିରେ ଅନୁଷ୍ଠାନର ନିର୍ଦ୍ଦେଶକ ବାବୁଲା ବେହେରା ଯୋଗଦାନ କରି ଉଦବୋଧନ ଦେଇ କହିଥିଲେ ଯେ ଫାର୍ମାସୀ ହେଉଛି ସ୍ବାସ୍ଥ୍ୟ ସେବାର ମେରୁଦଣ୍ଡ। ଜଣେ ଡାକ୍ତର ହୁଅନ୍ତୁ କି ସେବିକା, ଔଷଧ ଦ୍ବାରା ରୋଗୀକୁ ଉପଶମ କରିଥାଆନ୍ତି। ଔଷଧ ଉଦ୍ଭାବନ, ପ୍ରସ୍ତୁତ, ବଣ୍ଟନ ଇତ୍ୟାଦିର ସୁଗମତା ଏଇ ବିଜ୍ଞାନର ମୂଳମନ୍ତ୍ର। ଏଇ କାର୍ଯ୍ୟକ୍ରମ ରେ ଉପନିର୍ଦ୍ଦେଶିକା ମଧୁସ୍ମିତା ରଥ, ବିଏସସି ନର୍ସିଂର ଅଧ୍ୟକ୍ଷା କମଳା ପଣ୍ଡା, ଜିଏନଏମ୍ ଅଧ୍ୟକ୍ଷା ପାର୍ବତୀ ପରିଡା, ଫାର୍ମାସୀ ଅଧ୍ୟକ୍ଷ ଆଲୋକ କୁମାର ବେହେରା, ଅଧ୍ୟାପକ ରାକେଶ ପାଣିଗ୍ରାହୀ, ଆଶିଷ କୁମାର ସାଠୁଆ, କାଳୀ ପ୍ରସନ୍ନ ମିଶ୍ର, ସ୍ମିତାରାଣୀ ସେଠୀ, ସସ୍ମିତା ସାହୁ, ବନ୍ଦନା ଦୋରା, ପ୍ରଜ୍ଞା ପାରମିତା, ସୋନାଲୀ ପ୍ରଧାନ, ରୂପାଲୀ ପ୍ରଧାନ, ଦିପ୍ତୀମୟୀ ମଲ୍ଲିକ, କୁମୁଦଚନ୍ଦ୍ର ଶତପଥୀ,ଚିନ୍ମୟୀ ସାମନ୍ତରାୟ, ଲକ୍ଷ୍ମୀପ୍ରିୟା ନାୟକ, ବିଶ୍ବ ପ୍ରସାଦ ଗାଙ୍ଗୁଲୀ ପ୍ରମୁଖ ଯୋଗ ଦେଇଥିଲେ। ଶୋଭାଯାତ୍ରା ବାଲିଗୁଆଳୀ ଗ୍ରାମ ପରିକ୍ରମା କରିଥିଲେ।
