November 19, 2026
Home » ପୁରୀ ଜିଲାରେ ବାତ୍ୟା ଅକବାନ ର ମୁକାବିଲା ନେଇ ବ୍ୟାପକ ପ୍ରସ୍ତୁତି

ପୁରୀ ଜିଲାରେ ବାତ୍ୟା ଅକବାନ ର ମୁକାବିଲା ନେଇ ବ୍ୟାପକ ପ୍ରସ୍ତୁତି

0
Screenshot 2026-11-19 142022

ପୁରୀ ଜିଲାରେ ବାତ୍ୟା ଅକବାନ ର ମୁକାବିଲା ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତେବେ ବିଭିନ୍ନ ପାଣିପାଗ ମଡେଲ ଅନୁସାରେ ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦ ପାଖରେ ବାତ୍ୟା ଲ୍ୟାଣ୍ଡ ଫଲ କରିପାରେ। ଏଣୁ ପୁରୀ ଜିଲ୍ଲା ରେ କିଭଳି ବାତ୍ୟା ମୁକାବିଲା ପାଇଁ କାର୍ଯ୍ଯ ଚାଲିଛି ସେ ନେଇ ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୁରୀ ରେ ଏ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ବାତ୍ୟା କୃଷ୍ଣ ପ୍ରସାଦ ଅଞ୍ଚଳ ପାଖାପାଖି ଲ୍ୟାଣ୍ଡ ଫଲ ହେବାର ସମ୍ଭାବନା ଥିବାରୁ କୃଷ୍ଣ ପ୍ରସାଦ ଅଞ୍ଚଳ ପ୍ରଭାବିତ ହେବାର ସମ୍ଭାବନା ରହିଛି।

ଏଣୁ ବ୍ରହ୍ମଗିରି, କୃଷ୍ଣପ୍ରସାଦ, ସାତପଡା ଅଞ୍ଚଳ ରେ ବ୍ୟାପକ ମାତ୍ରାରେ ପ୍ରସ୍ତୁତ ରହିବାକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୁରୀ ଜିଲାପାଳ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୃଷ୍ଣ ପ୍ରସାଦ ର ତଳିଆ ଅଞ୍ଚଳରେ ଏବଂ କଚ୍ଚା ଘରେ ରହୁଥିବା ସବୁ ଲୋକ ଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି। ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ତେବେ ବାତ୍ୟା ଗୋପାଳପୁର ରୁ ପୂର୍ବକୁ ଲ୍ୟାଣ୍ଡ ଫଲ ହେବାର ସମ୍ଭାବନା ଥିବାରୁ କୃଷ୍ଣପ୍ରସାଦ ଅଞ୍ଚଳ ଉପରେ ପ୍ରଭାବ ପଡ଼ିବ। ତେବେ ଲୋକ ଙ୍କୁ ସବୁ ସହାୟତା ଓ ଉଦ୍ଧାର କାର୍ଯ୍ଯ ପାଈଁ ସବୁ ବ୍ୟବସ୍ଥା କରାଯାଇଛି। ଲୋକ ମାନେ ଭୟଭୀତ ହୁଅନ୍ତୁ ନାହିଁ। ପ୍ରଶାସନ କୁ ସହଯୋଗ କରନ୍ତୁ। ମହାପ୍ରଭୂ ଙ୍କ କୃପାରୁ କିଛି ଅସୁବିଧା ହେବ ନାହିଁ ବୋଲି ଆମର ଆଶା ରହିଛି।

Leave a Reply

Your email address will not be published. Required fields are marked *