January 25, 2025
Home » ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ୍, ବ୍ରହ୍ମପୁରର ସ୍ବର୍ଣ୍ଣିମ ଜୟନ୍ତୀ  ଉତ୍ସବ ଓ ୫୪ ତମ ବାର୍ଷିକ ଉତ୍ସବ ପାଳନ

ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ୍, ବ୍ରହ୍ମପୁରର ସ୍ବର୍ଣ୍ଣିମ ଜୟନ୍ତୀ  ଉତ୍ସବ ଓ ୫୪ ତମ ବାର୍ଷିକ ଉତ୍ସବ ପାଳନ

0

ବ୍ରହ୍ମପୁର: ସହର ତଥା ଗଂଜାମ ଜିଲ୍ଲାରେ  ସାମାଜିକ କାର୍ଯ୍ୟକ୍ରମ କରିବାରେ ଅଗ୍ରଣୀ ସାମାଜିକ କ୍ଲବ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ୫୪ ତମ ବାର୍ଷିକ ଉତ୍ସବ ଜଟାଧରେଶ୍ୱର ମନ୍ଦିର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଇଂଜିନିଅର ପ୍ରଶାନ୍ତ ପାତ୍ର ଅଧ୍ୟକ୍ଷତା ଲକରିଥିଲେ। ସମ୍ପାଦକ M.ବିଦ୍ୟାସାଗର , ସ୍ଵର୍ଣଜୟନ୍ତୀ ଅଧ୍ୟକ୍ଷ ଡାକ୍ତର ତ.ପ୍ରକାଶ ରାଓ ମଞ୍ଚାଶୀନ ଥିଲେ। ଓଡ଼ିଶାର ବାଣିଜ୍ୟ, ପରିବହନ, ଷ୍ଟିଲ ଓ ଖଣି ବିଭାଗର କେବିନେଟ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ସମ୍ମାନୀୟ ଅତିଥି ଭାବେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ବିଧାନ ସଭା ସଦସ୍ୟ କ.ଅନୀଲ କୁମାର ଓ ବ୍ରହ୍ମପୁର ମୁନିସିପାଲ କର୍ପୋରେସନର , ମେୟର ଶ୍ରୀମତୀ ସଂଘମିତ୍ରା ଦଲାଇ ଉପସ୍ଥିତ ଥିଲେ। ଚକ୍ଷୁଦାନ କରିଥିବା ମହାନ ବ୍ୟକ୍ତିମାନଙ୍କର ସ୍ମୃତି ଓ ସମ୍ମାନ ପାଇଁ  ଚକ୍ଷୁ ଦାତାଙ୍କ ପରିବାରର ସଦସ୍ୟ ମାନଙ୍କୁ ମୁଖ୍ୟ ଅତିଥି  ମୋମେଣ୍ଟ ଦେଇ ସମ୍ମାନିତ କରିଥିଲେ। ମୁଖ୍ୟ ଅତିଥି ସମ୍ମାନାନୀୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର  ଅତି ଭଲ କାର୍ଯ୍ୟ କେବଳ ବ୍ରହ୍ମପୁର ସହରରେ ସୀମିତ ନ ରଖି ପରିସର ଵୃଦ୍ଧି କରିବା ପାଇଁ ଅନୁରୋଧ କରିଥିଲେ।

ଏହି କ୍ଳବର କାର୍ଯ୍ୟ ସମ୍ପୂର୍ଣ ଭିନ୍ନ ।  ରକ୍ତଦାନ, ଚକ୍ଷୁଦାନ , ଶରୀରଦାନ ପରି ମହତ କାର୍ଯ୍ୟ କରୁଥିବାରୁ ଧନ୍ୟବାଦ ଦେଇଥିଲେ। ସମ୍ମାନାନୀୟା ଅତିଥୀ ମେୟର ସଂଘମିତ୍ରା ଦଲାଇ ସମସ୍ତ ଜନାହିତକର କାର୍ଯ୍ୟ ପାଇଁ ସମସ୍ତ ପ୍ରକାର  ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତିଦେଲେ। ଆସନ୍ତା ୨୦୨୪-୨୫ ବର୍ଷ ପାଇଁ କ୍ଳବରନିର୍ବାଚିତ  ନୂତନ କର୍ମକର୍ତ୍ତା ସଭାପତି ଏମ.ବିଦ୍ୟାସଗାର , ସମ୍ପାଦକ ସତ୍ୟକମ ପାତ୍ର, ଉପସଭାପତି ଶ୍ରୀକାନ୍ତ ସେନାପତି, ଜେ.ସୁରେଶ, ମନୋଜ କୁମାର ପାଢୀ, ସହ ସମ୍ପାଦକ ମୋନିଙ୍ଗି ପ୍ରବୀଣ କୋଷଧକ୍ଷ ପୋଲକୀ କିରଣ କୁମାର ଶପଥ ପାଠ କରିଥିଲେ।କ୍ଳବର ନୂତନ ସଭ୍ୟ ଓ ସଭ୍ୟା ଶପଥ ପାଠ କରିଥିଲେ।ଏହି କାର୍ଯ୍ୟକ୍ରମରେ ଉପ ସଭାପତି ଜେ.ସୁରେଶ, ସହସମ୍ପାଦକ ଶ୍ରୀକାନ୍ତ ସେନାପତି,କେ.ନନ୍ଦେଷୁ ସେନାପତି,ଇ.ଜଗଡ଼ିଶ୍ୱର ରାଓ,  ଇ.ଟି.ରାଓ, କୋଷାଧକ୍ଷ ପି.କିରଣ କୁମାର, ବସନ୍ତ କୁମାର ସାହୁ, ବି.ଲଷ୍ମୀନାରାୟଣ ପାତ୍ର, ଲଷ୍ମୀକାନ୍ତ,ଡି.ଡି.ମହାନ୍ତି , ପି.ଶ୍ରୀନୁ,ସିଲଲ ଲଷ୍ମୀନାରାୟଣ, ଡା.ଭି.ଚକ୍ରଧର ରାଜୁ, ଡା.ବି ନାଗେଶ୍ୱର ରାଓ ସୁବୁଦ୍ଧି , ଇ .ରଘୁନାଥମ , v.v.ରାଜୁ ଓ ଅନ୍ୟମାନେ ସହଯୋଗ କରିଥିଲେ। ଏସ.ଦୁର୍ଗା ପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *