August 28, 2026
Home » ବଣୁଆଁ ହାତୀ ଉତ୍ପାତ, କ୍ଷୟକ୍ଷତି ଦାବିରେ ରାଜପଥ ଅବରୋଧ।

ବଣୁଆଁ ହାତୀ ଉତ୍ପାତ, କ୍ଷୟକ୍ଷତି ଦାବିରେ ରାଜପଥ ଅବରୋଧ।

0
WhatsApp Image 2026-08-28 at 12.00.25 PM (1)

କେନ୍ଦୁଝର,:ଢେଙ୍କିକୋଟ ନିକଟବର୍ତ୍ତୀ ଆଖପାଖ ଅଞ୍ଚଳରେ ୨୨ ଟିକିଆ ହାତୀପଲ ବର୍ତ୍ତମାନ ଉତ୍ପାତ ଆରମ୍ଭ କରିଦେଇଛନ୍ତି। ଏଥିଲାଗି ବେଳେବେଳେ ଲୋକଙ୍କ ଜୀବନ ଚାଲିଯାଉଛି ଆଉ ଘରଦ୍ଵାର, ଜିନିଷପତ୍ର ନଷ୍ଟଭ୍ରଷ୍ଟ ହୋଇଯାଇଛି। ବିଲ ବାଡ଼ିରେ ଚାଷ ବି ନଷ୍ଟ ହୋଇଯାଇଛି। ଲୋକମାନେ ଭୟରେ ଘରୁ ପଦାକୁ ବାହାରି ପାରୁନାହାନ୍ତି। ତେଣୁ ଆଜି କ୍ଷୟକ୍ଷତି ଦାବିରେ ଆଖପାଖ ଗ୍ରାମ କପାସପଡ଼l , କେତାଙ୍କ, ନୂଆପଡା,ମୁଦ୍ରାବେଡା, ବଡବରବେଡା ଲୋକମାନେ ଆସି ୨୨୦ ନମ୍ବର ଜାତୀୟ ରାଜପଥକୁ ଦୀର୍ଘ ୪ ଘଣ୍ଟା ଅବରୋଧ କରିଥିଲେ। ଜାତୀୟ ରାଜପଥ ଉଭୟ ପାର୍ଶ୍ବରେ ତେଣୁ ଶହଶହ ଛୋଟବଡ ଗାଡି ଅଟକି ରହିଥିଲା। ସମସ୍ତେ ହାତୀ ଘଉଡେଇବାକୁ ଲାଇଟ ସମେତ ଅନ୍ୟାନ୍ୟ ଉପକରଣ ଯୋଗାଇ ଦେବାକୁ ଦାବି କରିଥିଲେ।

ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକର ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଥିଲେ। ତତ୍‌ସହିତ ଚାଷ ,ପନିପରିବା ନଷ୍ଟ ଓ ଘରଦ୍ୱାର ଭାଙ୍ଗିଥିବା ଲୋକଙ୍କୁ ତୁରନ୍ତ ସହାୟତା ପାଇଁ ଦାବି କରିଥିଲେ। ରାତ୍ରି ସମୟରେ ବନ ବିଭାଗ ପକ୍ଷରୁ ହାତୀ ରହୁଥିବା ସ୍ଥାନରେ ପେଟ୍ରୋଲିଂ ପାଇଁ ଦାବି କରିଥିଲେ। ଖବରପାଇ ଘଟଗାଁ ଥାନା ଅଧିକାରୀ ଶୁଭ୍ରାନ୍ଥ କୁମାର ଜେନା, ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ, ବନବିଭାଗର ଏସସିଏଫ୍ ସୁଦୀପ୍ତ କୁମାର ପଣ୍ଡା ଓ ଅନ୍ୟାନ୍ୟ ବନ କର୍ମଚାରୀ ମାନେଆସି ଲୋକମାନଙ୍କୁ ବୁଝାସୁଝା କରିଥିଲେ। ସେମାନଙ୍କର ଦାବି ଖୁବଶୀଘ୍ର ପୂରଣ କରାଯିବାର ପ୍ରତିଶ୍ରୁତି ଦେଇଥିଲେ। ପରେ ପରେ ରାସ୍ତା ଅବରୋଧରୁ ଲୋକମାନେ ହଟିବାପରେ ଲୋକମାନଙ୍କର କ୍ଷୟକ୍ଷତି ଦେଖିବାକୁ ଥାନା ଅଧିକାରୀ ଓ ବନବିଭାଗ କର୍ମଚାରୀ ମାନେ ଯାଇଥିଲେ। ବର୍ତ୍ତମାନ ହାତୀପଲ ନୂଆପଡା ଜଙ୍ଗଲ ପାଖରେ ଡେରା ପକାଇଛନ୍ତି। ବନ ବିଭାଗପକ୍ଷରୁ ହାତୀପଲକୁ ଜନବସତି ଠାରୁ ସୁରକ୍ଷିତ ସ୍ଥାନକୁ ପଠାଇକୁ ଚେଷ୍ଟା ଚାଲିଛି।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *