August 21, 2026
Home » ବତ୍ରିଶ ସିଂହାସନ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ

ବତ୍ରିଶ ସିଂହାସନ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ

0
WhatsApp Image 2026-01-27 at 12.36.26 PM

ଦେଶର ୭୭ତମ ସାଧାରଣତନ୍ତ୍ର ଦିବସ ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚ, ଡେ-କେୟାର ସେଣ୍ଟର ପରିସର ମଧ୍ଯରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ମଞ୍ଚର ଉପଦେଷ୍ଟା ମିଳିତ ଭାବରେ ବରିଷ୍ଠ ପ୍ରଶାସକ କୃଷ୍ଣଚନ୍ଦ୍ର ବଡ଼ୁ ଏବଂ କାଶୀନାଥ ସାହୁ ମହୋଦୟ ପତାକା ଉତ୍ତୋଳନ କରି ସମବେତ ଜନତା ଙ୍କୁ ଉଦ୍‌ବୋଧନ ଦେଇଥିଲେ।

ମଞ୍ଚର ସଂପାଦକ କାମଦେବ ରଣସିଂହ ମଞ୍ଚ ପରିଚାଳନା ସହିତ ସ୍ଵାଗତଭାଷଣ ପ୍ରଦାନକରିଥିଲେ। ସ୍ଥାନୀୟ କର୍ପୋରେଟର ଶିଵ ନାରାୟଣ ରାୟ ପରିବେଶ ସୁରକ୍ଷା ସଂପର୍କରେ ଆଲୋକପାତ କରିଥିଲେ।ଉପସଭାପତି ରବିନ୍ଦ୍ରନାଥ ସେନାପତି ମହାପୁରୁଷମାନଙ୍କୁ ମନେପକାଇ ସେମାନଙ୍କର ଜୟଗାନ ଧ୍ଵନି ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ରାଜେନ୍ଦ୍ର କୁମାର ନରେନ୍ଦ୍ର ସିଂ ବର୍ମା, ମାନସ ରଞ୍ଜନ ପଟ୍ଟନାୟକ,ବଂଶୀଧର ପଣ୍ଡା, ପଦ୍ମନାଭ ଷଢଙ୍ଗୀ,ଶଙ୍କର ସାହୁ, ବିଷ୍ଣୁ ଚରଣ ପ୍ରଧାନ, ଶଙ୍କର ମହାପାତ୍ର, କୃଷ୍ଣ ପ୍ରିୟା ଦାସ,ବସନ୍ତ ନାୟକ, ରବିନ୍ଦ୍ର କୁମାର ଦାଶ, ଚିତ୍ରସେନ ବିଶୋଇ, ପ୍ରତାପ ମିଶ୍ର, ବାଇଧର ପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ସମସ୍ତଙ୍କୁ ମିଷ୍ଠାନ ବଣ୍ଟନ କରାଯାଇ ଥିଲା

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।