May 17, 2026
Home » ବରିଷ୍ଟ କଂଗ୍ରେସ ନେତା ଗୌରଚନ୍ଦ୍ର ପାଳଙ୍କ ଦେହାନ୍ତ

ବରିଷ୍ଟ କଂଗ୍ରେସ ନେତା ଗୌରଚନ୍ଦ୍ର ପାଳଙ୍କ ଦେହାନ୍ତ

0
WhatsApp Image 2026-05-15 at 7.06.30 PM

 

ପୋଲସରା,  : ପୋଲସରା ବ୍ଲକ ଅନ୍ତର୍ଗତ ରୁମାଗଡ଼ ଗ୍ରାମର ବରିଷ୍ଠ କଂଗ୍ରେସ ନେତା ଗୌର ଚନ୍ଦ୍ର ପାଳଙ୍କ ୧୪-୫-୨୬ ତାରିଖ ଦିନ ୮୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ଶ୍ରୀ ପାଳ ପୋଲସରା ବ୍ଲକର ଜଣେ ବରିଷ୍ଠ କଂଗ୍ରେସ କର୍ମୀ, ସମାଜସେବୀ ଓ ଜଣେ ସୁସଂଗଠକ ଭାବେ ସୁନାମ ଅର୍ଜନ କରିଥିଲେ। ୧୯୯୫ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ରୁମାଗଡ଼ ପଂଚାୟତର ସେ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶର ଦୃଢ ସମର୍ଥକ ଥିଲେ। ପୂର୍ବତନ ମନ୍ତ୍ରୀ ଶରତ ଚନ୍ଦ୍ର ପଣ୍ଡା ଓ ଉଷାରାଣୀ ପଣ୍ଡା, କବିସୂର୍ଯ୍ୟନଗରର ପୂର୍ବତନ ବିଧାୟଜ ରାଧାଗୋବିନ୍ଦ ସାହୁ, କୋଦଳାର ପୂର୍ବତନ ବିଧାୟକ କାହ୍ନୁ ଚରଣ ନାୟକଙ୍କ ଘନିଷ୍ଠ ସହଯୋଗୀଥିଲେ। ଶ୍ରୀ ପାଳଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶ୍ରୀ ପାଳଙ୍କ ଦେହାନ୍ତ ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଜଗନ୍ନାଥ ପ୍ରସାଦ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସିମାଞ୍ଚଳ ବେହେରା, କୋଦଳାର ବରିଷ୍ଠ ଓକିଲ ଉଦୟ ପ୍ରଧାନ, ସମାଜସେବି ପ୍ରଭାକର ପଣ୍ଡା, ରୁମାଗଡ଼ ପଂଚାୟତ ସରପଞ୍ଚ ଜିତୁ ବିଷୋୟୀ, ସମିତି ସଭ୍ୟl ଲକ୍ଷ୍ମୀବାଇ ପଣ୍ଡା, ବରିଷ୍ଠ ଓକିଲ ଏ.ପ୍ରଶାନ୍ତ କୁମାର ଆଚାରୀ, ଓକିଲ ଅଗସ୍ତି ବରାଡ଼, ଡାକ୍ତର ବସନ୍ତ କୁମାର ଷଡ଼ଙ୍ଗୀ, ପଦ୍ମ ଚରଣ ସାହୁ ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପୁଅ ଯାମିନୀ କାନ୍ତ ପାଳ ଓ ଭଗବାନ ପାଳ, ଝିଅ ସୁଜ୍ଞାନୀ ପାଳ ଓ ବିଜ୍ଞାନୀ ପାଳଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

 

polasara ru hrusikesh nayak nka report

 

 

Leave a Reply

Your email address will not be published. Required fields are marked *