January 1, 2026
Home » ବରିଷ୍ଠ ନାଗରିକ ଙ୍କୁ ପୂଜ୍ୟପୂଜା ଓ ତୀର୍ଥ ଭ୍ରମଣ

ବରିଷ୍ଠ ନାଗରିକ ଙ୍କୁ ପୂଜ୍ୟପୂଜା ଓ ତୀର୍ଥ ଭ୍ରମଣ

0
WhatsApp Image 2026-01-01 at 4.40.45 PM (1)

ନକରାତ୍ମକ ଚିନ୍ତାଧାରା ବାର୍ଦ୍ଧକ୍ୟତାକୁ ନିମନ୍ତ୍ରଣ କରେ। ତେଣୁ ସକରାତ୍ମକ ଚିନ୍ତାଧାରା ସହ ସମାଜର ଉନ୍ନତିରେ ନିଜକୁ ସାମିଲ କଲେ ଯୁବବର୍ଗଙ୍କୁ ତାହା ଅନୁପ୍ରାଣିତ କରେ ବୋଲି ନୂଆବର୍ଷ ଉପଲକ୍ଷେ ପୂଜ୍ୟପୂଜା ସମ୍ପର୍କିତ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ପଟାମୁଣ୍ଡାଇ ମୁନିସିପାଲିଟି ନୂଆଗାଁ ମା ପଶ୍ଚିମ ବାହିନୀ ଗ୍ରାମ୍ୟ କମିଟି ଦ୍ୱାରା ପ୍ରତି ବର୍ଷ ଭଳି ଚଳିତ ବର୍ଷ ଗ୍ରାମ ର ବରିଷ୍ଠ ବେକ୍ତି ମାନଙ୍କୁ ନେଇ ପୁଜ୍ୟ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ପାରମ୍ଭିକ ପର୍ଯାୟରେ ବରିଷ୍ଠ ନାଗରିକ ମାନଙ୍କ ପାଦ ଧୋଇ ଚନ୍ଦନ ସିନ୍ଦୁର ଲଗାଇ ନୂତନ ବସ୍ତ୍ର ଓ ଉପ ଢୌକନ ଦିଆ ଯାଇ ପୂଜା ଅର୍ଚନା କରାଯାଇଥିଲା l

ଆୟୋଜିତ ସଭା ରେ କବୟତ୍ରୀ ଓ ଶିକ୍ଷାଵିତ ଆରାଧନା ଦାଶ ଓ ଦମୟନ୍ତୀ ଗିରି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ l ଗ୍ରାମ୍ୟ କମିଟି ସଭାପତି ରାମଚନ୍ଦ୍ର ମିଶ୍ର, ଅଜୟ ପଣ୍ଡା, ମାନସ ଚୌଧୁରୀ, ସରୋଜ ତ୍ରିପାଠୀ, ସମୀର ପାତ୍ର, ବିଜୟ ନନ୍ଦ, ଶତ୍ରୁଘନ ଚୌଧୁରୀ, କାଳନ୍ଦୀ ଦାଶ,ଜଗନ୍ନାଥ ତ୍ରିପାଠୀ,ସୁଧାଂଶୁ ତ୍ରିପାଠୀ କାଯ୍ୟକ୍ରମ କୁ ପରିଚାଳନା କରିଥିଲେ l ବରିଷ୍ଠ ନାଗରିକ ତୀର୍ଥ ଭ୍ରମଣ ପାଇଁ କେନ୍ଦ୍ରାପଡ଼ା ର ବଳଦେବଜୀଉ ମନ୍ଦିର ଓ ପଥରକାଣୀ ମନ୍ଦିର ପରିଭ୍ରମଣ ନେଇଥିଲେ l

Leave a Reply

Your email address will not be published. Required fields are marked *