August 22, 2026
Home » ବରିଷ୍ଠ ନାଗରିକ ଙ୍କୁ ପୂଜ୍ୟପୂଜା ଓ ତୀର୍ଥ ଭ୍ରମଣ

ବରିଷ୍ଠ ନାଗରିକ ଙ୍କୁ ପୂଜ୍ୟପୂଜା ଓ ତୀର୍ଥ ଭ୍ରମଣ

0
WhatsApp Image 2026-01-01 at 4.40.45 PM (1)

ନକରାତ୍ମକ ଚିନ୍ତାଧାରା ବାର୍ଦ୍ଧକ୍ୟତାକୁ ନିମନ୍ତ୍ରଣ କରେ। ତେଣୁ ସକରାତ୍ମକ ଚିନ୍ତାଧାରା ସହ ସମାଜର ଉନ୍ନତିରେ ନିଜକୁ ସାମିଲ କଲେ ଯୁବବର୍ଗଙ୍କୁ ତାହା ଅନୁପ୍ରାଣିତ କରେ ବୋଲି ନୂଆବର୍ଷ ଉପଲକ୍ଷେ ପୂଜ୍ୟପୂଜା ସମ୍ପର୍କିତ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ପଟାମୁଣ୍ଡାଇ ମୁନିସିପାଲିଟି ନୂଆଗାଁ ମା ପଶ୍ଚିମ ବାହିନୀ ଗ୍ରାମ୍ୟ କମିଟି ଦ୍ୱାରା ପ୍ରତି ବର୍ଷ ଭଳି ଚଳିତ ବର୍ଷ ଗ୍ରାମ ର ବରିଷ୍ଠ ବେକ୍ତି ମାନଙ୍କୁ ନେଇ ପୁଜ୍ୟ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ପାରମ୍ଭିକ ପର୍ଯାୟରେ ବରିଷ୍ଠ ନାଗରିକ ମାନଙ୍କ ପାଦ ଧୋଇ ଚନ୍ଦନ ସିନ୍ଦୁର ଲଗାଇ ନୂତନ ବସ୍ତ୍ର ଓ ଉପ ଢୌକନ ଦିଆ ଯାଇ ପୂଜା ଅର୍ଚନା କରାଯାଇଥିଲା l

ଆୟୋଜିତ ସଭା ରେ କବୟତ୍ରୀ ଓ ଶିକ୍ଷାଵିତ ଆରାଧନା ଦାଶ ଓ ଦମୟନ୍ତୀ ଗିରି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ l ଗ୍ରାମ୍ୟ କମିଟି ସଭାପତି ରାମଚନ୍ଦ୍ର ମିଶ୍ର, ଅଜୟ ପଣ୍ଡା, ମାନସ ଚୌଧୁରୀ, ସରୋଜ ତ୍ରିପାଠୀ, ସମୀର ପାତ୍ର, ବିଜୟ ନନ୍ଦ, ଶତ୍ରୁଘନ ଚୌଧୁରୀ, କାଳନ୍ଦୀ ଦାଶ,ଜଗନ୍ନାଥ ତ୍ରିପାଠୀ,ସୁଧାଂଶୁ ତ୍ରିପାଠୀ କାଯ୍ୟକ୍ରମ କୁ ପରିଚାଳନା କରିଥିଲେ l ବରିଷ୍ଠ ନାଗରିକ ତୀର୍ଥ ଭ୍ରମଣ ପାଇଁ କେନ୍ଦ୍ରାପଡ଼ା ର ବଳଦେବଜୀଉ ମନ୍ଦିର ଓ ପଥରକାଣୀ ମନ୍ଦିର ପରିଭ୍ରମଣ ନେଇଥିଲେ l

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।