August 22, 2026
Home » ଭୀମେଶ୍ଵରମନ୍ଦିର ପାର୍କରେ ନୂତନ ବର୍ଷ ୨୦୨୬ ବଂଧୁମିଳନ ଉତ୍ସଵ

ଭୀମେଶ୍ଵରମନ୍ଦିର ପାର୍କରେ ନୂତନ ବର୍ଷ ୨୦୨୬ ବଂଧୁମିଳନ ଉତ୍ସଵ

0
WhatsApp Image 2026-01-01 at 12.30.38 PM

ଆଜି ତା୦୧/୦୧/୨୦୨୬ରିଖ ଗୁରୁବାର ପୂର୍ବାହ୍ନ ୮ ଘଟିକା ସମୟରେ ନୂତନ ବର୍ଷ ୨୦୨୬ ବନ୍ଧୁ ମିଳନ ଉତ୍ସବ ଭୀମେଶ୍ୱରମନ୍ଦିର ପାର୍କ ଭ୍ରମଣକାରୀ ସଂଘ ତରଫରୁ ପାର୍କ ପରିସର ମଧ୍ୟରେ ସଂଘର ଉପସଭାପତି ମଦନମୋହନ ଦାଶଙ୍କ ସଭାପତିତ୍ଵରେ ପାଳନ କରାଯାଇ ଥିଲା।ଆମନ୍ତ୍ରିତ ସମସ୍ତ ଅତିଥି ମାନଙ୍କୁ ପ୍ରଥମେ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରା ଯାଇଥିଲା। ଏଥିରେ ପ୍ରଫେସର ଡଃ କମଳା ପ୍ରସାଦ ମହାପାତ୍ର, ମୁଖ୍ୟଅତିଥି, ପ୍ରାକ୍ତନ ବରିଷ୍ଠ ପ୍ରଶାସକ କୃଷ୍ଣଚ଼ନ୍ଦ୍ର ବଡ଼ୁ,କର୍ପୋରେଟର ଶିବନାରାୟଣ ରାୟ,ବିଶିଷ୍ଟ ସମାଜସେବୀ ନିରଞ୍ଜନ ମିଶ୍ର ସମ୍ମାନୀତ ଅତିଥି ଭାବେଯୋଗଦେଇ ଥିବା ସ୍ଥଳେ,ବରିଷ୍ଠ ଟେଲକମ୍ ଇଂଜିନିଅର ବଂଶୀଧର ପଣ୍ଡା ମୁଖ୍ୟ ବକ୍ତାଭାବେ ଗଣେଶ କୁମାର ପ୍ରଧାନ, ପ୍ରଫେସର ରାଜେନ୍ଦ୍ରନାରାୟଣ ନରେନ୍ଦ୍ର ସିଂ ବର୍ମା, ସମ୍ମାନୀତ ବକ୍ତା ଏବଂ ବିଶେଷ ସମାନୀତ ଅତିଥି ଭାବରେ ବିଷ୍ଣୁ ଚରଣ ପ୍ରଧାନ, ଶଙ୍କର ସାହୁ ମହୋଦୟ ଯୋଗଦାନ ପ୍ରଦାନ କରିଥିଲେ।

ସଭାପତିଙ୍କ ସମେତ ଆମନ୍ତ୍ରୀତ ଅତିଥିଏବଂ ବକ୍ତାମାନେ ନୂତନ ବର୍ଷରେ ନୂତନ ଦିଗ୍ ଦର୍ଶନ ଓ ନୂତନ ଚିନ୍ତାଧାରା ସମ୍ପର୍କରେ ସାର ଗର୍ଭକ ଅଭିଭାଷଣ ପ୍ରଦାନ ପୂର୍ବକ ସମବେତଜନତାଙ୍କୁ ଉଦ୍ ବୋଧନ ପ୍ରଦାନ କରିଥିଲେ।ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶିକ୍ଷାବିତ୍‌ ଶଙ୍କର ମହାପାତ୍ର ସମସ୍ତଙ୍କର ପରିଚୟ ପ୍ରଦାନ କରିଥିଲେ।ସଂଘର ସାଧାରଣ ସଂପାଦକ କାମଦେବ ରଣସିଂହ ସ୍ଵାଗତ ଭାଷଣ ପ୍ରଦାନ କରି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ମିଷ୍ଟାର୍ଣ୍ଣବଣ୍ଟନ କରାଯାଇଥିଲା ଅନ୍ୟମାନଙ୍କ ମଧ୍ଯରେ ରୋଟାରୀ ଆନ ସୁଧାଂଶୁ ଶେଖରହରିଚ଼ନ୍ଦନ,କଳ୍ପତରୁସାମନ୍ତରା, ବିଶ୍ଵନାଥ ବେହେରା, ତିଳୋତ୍ତମା ମହାନ୍ତି, ମଂଜୁଶ୍ରୀ ଦାସ, ସୁନିତା ପଟ୍ଟନାୟକ, ନିବେଦୀତା ଜେନା 29208″ />,ମାମା ସାହୁ ମଂଜୁଶ୍ରୀ ମଲ୍ଲ, ଶୀତା°ଶୁଶେଖର ବାବୁ, ଲୋକନାଥ ମିଶ୍ର, କ୍ଷିରୋଦ ସାହୁ,ହ୍ର୍ତଦାନନ୍ଦ ଦାସ, ଗୌରହରି ପଣ୍ଡା, ନିରାକାର ଜେନା, ହୃଷିକେଶ ଶତପଥୀ,ଉପେନ୍ଦ୍ର ବେହେରା, ବାଇଧର ପାତ୍ର, ପ୍ରଫୁଲ ସାହୁ, ସୁରେନ୍ଦ୍ରନାଥ ମହାଳିକ, ପ୍ରଭାତ କୁମାରଶତପଥୀ ,ଶଶାଙ୍କ ମହାନ୍ତି, ବିନୋଦ ପରିଡା, ପ୍ରଶାନ୍ତ ମୁଦୁଲି, ନିଳମାଧବ ନନ୍ଦ, ବନବିହାରୀ ରଥ, ରାଜକିଶୋର ଦାସ ଅଜୟ କୁମାର ସାହୁ, ସୁବାସ ପାଢୀ,ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।