May 17, 2025
Home » ବାତ୍ୟା ଦାନା ପ୍ରଭାବକୁ ଖାତିରି ନକରି ପ୍ରଭାବିତଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଥାନା ଆଇଆଇସି

ବାତ୍ୟା ଦାନା ପ୍ରଭାବକୁ ଖାତିରି ନକରି ପ୍ରଭାବିତଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଥାନା ଆଇଆଇସି

0
WhatsApp Image 2024-10-28 at 9.55.14 PM

ବାଲେଶ୍ଵର: ବାତ୍ୟା ଦାନା ପ୍ରଭାବ ରେ ବାଲେଶ୍ଵର ଜିଲ୍ଲାର ଔପଦା ଥାନା ଆଇଆଇସି ଶ୍ରବଣ କୁମାର ମହାରଣା ନିଜକୁ ଏନଡିଆରଏଫ ଟିମ୍ ଠାରୁ ପୁଲିସ ବି କମ୍ ନୁହେଁ ବୋଲି ସାବ୍ୟସ୍ତ କରି ଦେଖାଇବା ଚର୍ଚ୍ଚାର ବିଷୟ ହୋଇଛି।

ବାତ୍ୟା ତାଣ୍ଡବଲୀଳା ଆରମ୍ଭ ବେଳେ ଔପଦା ଅଞ୍ଚଳର ବଡପୋଖରୀ-ଫତେପୁର ମୂଖ୍ୟ ରାସ୍ତା ଓ ଔପଦା ରାସ୍ତାରେ ବାତ୍ୟା ପ୍ରଭାବରେ ବିଦ୍ୟୁତ ଖୁଣ୍ଟ ଓ ରାସ୍ତାରେ ଉପୁଡ଼ି ପଡ଼ିଥିବା ଗଛକୁ ସଫାକରି ବାକୁ ଔପଦା ଆଇଆଇସି ଶ୍ରୀମହାରଣା ଯୁଦ୍ଧକାଳୀନ ଭିତ୍ତିରେ ନିଜକୁ ଉଦ୍ଧାର କାର୍ଯ୍ୟରେ ଲାଗିପଡିବା ଜିଲ୍ଲା ପ୍ରଶାସନକୁ ଚକିତ କରି ଚର୍ଚ୍ଚାକୁ ଆସିଛନ୍ତି।


ବାତ୍ୟା ସମୟରେ ବ୍ୟାପକ କ୍ଷୟକ୍ଷତି ଆରମ୍ଭ ହେଉଥିବା ଅଞ୍ଚଳରେ ନିଜକୁ ଏନଡିଆରଏଫ ଠାରୁ ପୁଲିସ କିଛି କମ ନୁହେଁ ବୋଲି ଆଇଆଇସି ଙ୍କ ଦୃଢ଼ ମନ ବଳ ଉକ୍ତ ଅଳରେ ପୁଲିସ ବିପଦରେ ସାଥି ବୋଲି ସାବ୍ୟସ୍ତ କରି ଦେଖାଇ ଅଞ୍ଚଳର ପ୍ରସଂସାର ପାତ୍ର ସୋଇପାରିଛନ୍ତି।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *