July 1, 2025
Home » ବାତ୍ୟା ପରେ ବାସୁଦେବପୁରରେ ବନ୍ୟା ସ୍ଥିତି ଗମ୍ଭୀର

ବାତ୍ୟା ପରେ ବାସୁଦେବପୁରରେ ବନ୍ୟା ସ୍ଥିତି ଗମ୍ଭୀର

0
WhatsApp Image 2024-10-28 at 11.37.46 AM

ବାସୁଦେବପୁର : ବାତ୍ୟା ‘ଦାନା’ ପରେ ବାସୁଦେବପୁର ବ୍ଲକରେ ବନ୍ୟା ସ୍ଥିତି ଦେଖାଦେଇଛି। ଏକାଧିକ ନଈରେ ବନ୍ୟା ପାଣି ହଜାର ହଜାର ହେକ୍ଟର ଚାଷ ଜମିକୁ ଜଳମଗ୍ନ କରିଛି। ଚାଷକୁ ନେଇ ଚାଷୀ ଚିନ୍ତାରେ ପଡିଛି। ବାତ୍ୟାରେ ଯାହା ନଷ୍ଟ ହେଲା ଏବେ ବନ୍ୟା ଚାଷୀର ଦାନା ଛଡାଇ ନେବ। ବନ୍ୟା ପାଣି ପଦ୍ମପୁର, ସୁଗୋ, ବରଣ୍ଡୁଆ, ସୁଦର୍ଶନପୁର, ନରସିଂହପୁର ପଞ୍ଚୟତ ସହ ପୌରପାଳିକା ଅଂଚଳର ଭୈରବପୁର, ବଳିବିନ୍ଧା, ଆଦି ଗାଁରେ ଚାଷ ଜମି ପାଣିରେ ବୁଡିଛି। ବାସୁଦେବପୁର ବ୍ଲକର ବରଣ୍ଡୁଆ ସୁଦର୍ଶନପୁର ରାସ୍ତାର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାସ୍ତାର ୨/୩ ଫୁଟ ଉଚ୍ଚତାରେ ପାଣିର ସୁଅ ପଡିଛି। କେତେକ ତଳିଆ ଅଂଚଳର ମାଟି ଘରକୁ ପାଣି ପଶିଛି। ତେବେ ବାସୁଦେବପୁର ବ୍ଲକର ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *