October 10, 2024
Home » ବାବା ବାଲୁଙ୍କେଶ୍ଵର ଗ୍ରାମ୍ୟ ବିକାଶ ପରିଷଦ ପକ୍ଷରୁ ମହାନଦୀ ଅବବାହିକାରେ ସାଢେ ଛଅ ହଜାର ହେନ୍ତାଳ ଚାରାରୋପଣ

ବାବା ବାଲୁଙ୍କେଶ୍ଵର ଗ୍ରାମ୍ୟ ବିକାଶ ପରିଷଦ ପକ୍ଷରୁ ମହାନଦୀ ଅବବାହିକାରେ ସାଢେ ଛଅ ହଜାର ହେନ୍ତାଳ ଚାରାରୋପଣ

0

 

ପାରାଦୀପ – ଜଗତ୍ସିଂହପୁରର ଜିଲାର ପ୍ରମୁଖ ସ୍ଵେଚ୍ଛାସେବୀ ଅନୁଷ୍ଠାନ ବାବା ବାଲୁଙ୍କେଶ୍ଵର ଗ୍ରାମ୍ୟ ବିକାଶ ପରିଷଦ , ବିଶ୍ଵାଳୀ ତରଫରୁ ଚଉମୁହାଣିର ଆମ୍ବଗୋଲାଠାରେ ଚାଲିଥିବା ବର୍ଷା ରୁତୁରେ ବ୍ୟାପକ ହେନ୍ତାଳ ଚାରାରୋପଣ କାର୍ଯ୍ୟକ୍ରମ ସମାପ୍ତ ହୋଇଅଛି l ଚଳିତ ବର୍ଷାରୁତୁ ପ୍ରାରମ୍ଭରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଛଅଟି ପର୍ଯ୍ୟାୟରେ ସାଢେ ଛଅ ହଜାରରୁ ଉର୍ଦ୍ଧ୍ବ ହେନ୍ତାଳ ଚାରାରୋପଣ କରାଯାଇଛି l ପ୍ରଥମେ ସରଂକ୍ଷଣ ସ୍ଥାନରୁ ବଡ ଡଙ୍ଗା ସାହାଯ୍ୟରେ ମହାନଦୀ ଭିତରକୁ ଚାରାଗୁଡ଼ିକୁ ନିଆଯାଇ ନିୟମିତ ବ୍ୟବଧାନରେ ରୋପଣ କରାଯାଇଛି l ଜୁଲାଇ ମାସରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ସେପ୍ଟେମ୍ବର ୨୭ ତାରିଖରେ ସମାପ୍ତ ହୋଇଛି l ବର୍ଷା ଦିନ ପ୍ରାରମ୍ଭରେ ନଦୀର ମଧ୍ଯ ଭାଗରେ ଥିବା ଟାପୁରେ ଶହସ୍ରାଧିକ ଚାରା ସରଂକ୍ଷଣ କରାଯାଇ ପର୍ଯ୍ୟାୟ କ୍ରମେ ଏହି କାମ ପ୍ରତିକୂଳ ପାଗ ଓ ମହାନଦୀର ପ୍ରଖର ସ୍ରୋତ ପ୍ରବାହିତ ସ୍ଵତେ ଅନୁଷ୍ଠାନର ନିରବଚ୍ଛିନ୍ନ ଉଦ୍ୟମ ବଳରେ ଅସାଧ୍ୟକୁ ସାଧନ କରାଯାଇଛି l ମୁଖ୍ୟତଃ ବନୀ, ରଇ, ଗରଣୀ ,ଅରୁଅ, ସିନ୍ଦୁକା ପ୍ରଭୁତି ଚାରାରୋପଣ କରାଯାଇଛି l ଏହି ଅବଧି ମଧ୍ୟରେ ସେଠାରେ ଥିବା ମତ୍ସ୍ୟଜିବୀ ଓ ମଇଷୀ ପାଳନ କରି ଜିବିକା ନିର୍ବାହ କରୁଥିବା ବ୍ୟକ୍ତିବିଶେଷଙ୍କୁ ହେନ୍ତାଳବନର ଉପକାରିତା ସମ୍ପର୍କରେ ଆଲୋଚନା କରିବା ସହିତ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଅନୁଷ୍ଠାନ ବିହୀତ ପଦକ୍ଷେପ ନିଆଯାଇଛି l ବିଭିନ୍ନ ସମୟରେ ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ମଧ୍ଯ ଏଥିରେ ସାମିଲ କରାଯାଇଥିଲା l ବର୍ଷା ପରେ ପୁଣି ଡିସେମ୍ବର ମାସରୁ ଏହି କାର୍ଯ୍ୟ ଚାଲୁରହିବ l ବର୍ଷା ରୁତୁର ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଦିଲ୍ଲୀପ କୁମାର ପଲେଇ,ବରିଷ୍ଠ ସଭ୍ୟ ଅମୂଲ୍ୟ ଦାସ,ଅଭିଜିତ ପଲେଇ,ଅଲେଖ ସାମଲ ,ଗ୍ରାମ୍ୟ ମୁରବି ପରକ୍ଷିତ ସାମଲ, ସଭ୍ଯ ଜିତେନ୍ଦ୍ର ସାମଲ ପ୍ରମୁଖ ସହଯୋଗ କରିଥିଲେ l ବିଗତ ଦଶନ୍ଧି ଧରି ଏହି ଅଞ୍ଚଳରେ ବାବା ବାଲୁଙ୍କେଶ୍ଵର ଅନୁଷ୍ଠାନ ତରଫରୁ ବ୍ୟାପକ ହେନ୍ତାଳ ଚାରା ସହିତ ମଞ୍ଜି ରୋପଣ କରାଯାଇ ସହସ୍ରାଧିକ ହେନ୍ତାଳ ବୃକ୍ଷ ସ୍ରୁଷ୍ଟି କରାଯାଇଛି l ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଆହୁରି ବ୍ୟାପକ ଭାବରେ ଚାଲୁ ରହିବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ପରିବେଶବିତ୍ ଅମରେଶ ନରେଶ ସାମନ୍ତ ସୂଚନା ଦେଇଛନ୍ତି l ଅନୁଷ୍ଠାନର ଏହି ନିରବଛିନ୍ନ ପ୍ରୟାସକୁ ସ୍ଥାନୀୟ ସରପଞ୍ଚ ଦେବେନ୍ଦ୍ର ରାଉତ ଓ ପାରାଦୀପ୍ ପୌରପାଳିକା ଅଧ୍ୟକ୍ଷ ବସନ୍ତ ବିଶ୍ବାଳ ପ୍ରମୁଖ ପ୍ରସଂଶା କରିଛନ୍ତି l ତେବେ ଏହି ବ୍ୟାପକ ହେନ୍ତାଳ ବଣ ସୃଷ୍ଟି ଦ୍ୱାରା ମହାନଦୀ ମୁହାଁଣରୁ ମୃତ୍ତିକା କ୍ଷୟ ଯଥେଷ୍ଟ ପରିମାଣରେ କମିବ ବୋଲି ପରିବେଷବିତ ଶ୍ରୀ ସାମନ୍ତ ସୂଚନା ଦେଇଛନ୍ତି

Leave a Reply

Your email address will not be published. Required fields are marked *