December 10, 2024
Home » ବାଲ ରକ୍ଷା ଭାରତ ତରଫରୁ ଶିଶୁଙ୍କ ପାଇଁ ଗପ ବହି ପ୍ରସ୍ତୁତ

ବାଲ ରକ୍ଷା ଭାରତ ତରଫରୁ ଶିଶୁଙ୍କ ପାଇଁ ଗପ ବହି ପ୍ରସ୍ତୁତ

0

ସୁବର୍ଣ୍ଣପୁର: ଆଗ କାଳରେ ଆଈ ମା ଛୋଟ ପିଲା ମାନଙ୍କୁ ଗପ ଶୁଣେଇବା ର ଦେଖିଥିବେ,ଆଜିକାଲି କିନ୍ତୁ ସେହି ଗପ ଶୁଣିବାକୁ ମିଳୁନି l ଗପ ସାଧାରଣତଃ ଜୀବନ ଜିଇଁବାର ତରିକା ଶିଖାଏ,କୋଉଟା ଠିକ୍ ଓ କୋଉଟା ଭୁଲ ଗପ ଶୁଣିଲା ପରେ ଜାଣିହୁଏ l ଗପ ଦ୍ବାରା ସାହସୀ,ତ୍ୟାଗ,ପରିଶ୍ରମ ର ମହତ୍ତ୍ଵ,ଲୋଭର ଦୁଷ୍ପରିଣାମ ତଥା ଜଣେ ଦକ୍ଷ ମଣିଷ ଭାବରେ ଶିଶୁର ପୂର୍ଣ୍ଣ ବିକାଶ ହୋଇଥାଏ l ଏହା ବ୍ୟତୀତ ଶିଶୁ ନୂଆ ନୂଆ ଶବ୍ଦ ଶିଖିବା,କଳ୍ପନା ଶକ୍ତି ବଢିବା,ଜୀବନର ମୂଲ୍ୟକୁ ବୁଝିବା, ଶ୍ରବଣ ଶକ୍ତି ର ବିକାଶ ସହ ତର୍କ,ସାହସୀ,ନୈତିକତାର ବିକାଶ କରିବାରେ ଗପ ଏକ ମାଧ୍ୟମ ହୋଇଥାଏ।

ଏହାକୁ ଦୃଷ୍ଟିରେ ରଖି ସ୍ବେଛାସେବୀ ଅନୁଷ୍ଠାନ ବାଲରକ୍ଷା ଭାରତ ଶିଶୁଙ୍କ ପାଇଁ ଗପବହି ପ୍ରସ୍ତୁତ କରିଛି ଆଉ ଏହି ବହିକୁ ,କଣ୍ଟାମାଳ ବ୍ଳକ ର ଶିକ୍ଷା ଓ ମହିଳା ଓ ଶିଶୁବିକାଶ ବିଭାଗର ସହଯୋଗରେ ୪ଗୋଟି ପଞ୍ଚାୟତ ରେ ବଣ୍ଟନ କରାଯାଇଛି l ବହିରୁ ପ୍ରାକ ବିଦ୍ୟାଳୟ, ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପିଲାମାନେ ଛବିଦେଖି ଓ ଗପ ଶୁଣି ତାଙ୍କର କଳ୍ପନା ଶକ୍ତି କୁ ବିଭିନ୍ନ ଢ଼ଙ୍ଗରେ ବ୍ୟକ୍ତକରି ନୂଆ ଜିନିଷ କଳ୍ପନା କରିପାରୁଛନ୍ତି l ସାଂସଦ ସୁକାନ୍ତ ପାଣିଗ୍ରାହୀ ବାଲରକ୍ଷl ଭାରତର ଏହିଭଳି ଅଭିନବ ପ୍ରୟାସକୁ ସାଧୁବାଦ୍ ଜଣାଇଛନ୍ତି l ଅଙ୍ଗନୱାଡ଼ି କର୍ମୀ ,ଶିକ୍ଷକ ଓ ପିଲାମାନେ ଗପର ମଜା ନେବା ସହ ଅବିଭାବକ ମହଲରେ ବlଳରକ୍ଷା ଭାରତ ର ଏହିଭଳି ପ୍ରୟାସ କୁ ବେଶ୍ ପ୍ରଶଂସା କରାଯାଇଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *