ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା
ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ଗୋପାଳପୁର ବିଧାୟକ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡାଙ୍କ ନେତୃତ୍ବରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିଶି ଠାରେ ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା ଅନଷ୍ଠିତ ହୋଇଛି । ଏଥିରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମର୍ଥନ ନେଇ ନିକଟସ୍ଥ ପୁରୁଣା ତହସିଲ କାର୍ଯ୍ୟାଳୟ ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ ଅଞ୍ଚଳର ବିଭିନ୍ନ ସ୍ଥାନରେ ପରିକ୍ରମା ବିଜୁ ଜନତା ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନା ଗୁଡିକ ବିଷୟରେ ଜନ ସାଧାରଣଙ୍କୁ ଅବଗତ କରାଇବା ସହ ମିଛ ପ୍ରଚାର ଓ ମିଥ୍ୟା ପ୍ରତିଶୃତି ଦେଇ ସରକାର ଗଠନ କରିଥିବା ବିଜେପି ସରକାର ବିରୋଧରେ ନାରା ଓ ସ୍ଲୋଗାନ ଦେଇ ପଦଯାତ୍ରା କରିଥିଲେ ।
ପରେ ତୁଳୁ ରୋଡ଼ ଠାରେ ଏକ ପଥପ୍ରାନ୍ତ ସଭା ଆୟୋଜନ କରାଯାଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଜୁ ଜନତା ଦଳର ପୂର୍ବତନ ମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ ଯୋଗଦାନ କରିଥିବା ବେଳେ, ଜିଲ୍ଲା ସଭାପତି ଡ ରମେଶ ଚନ୍ଦ୍ର ଚ୍ୟା ଉ ପଟ୍ଟନାୟକ, ଉପ ସଭାପତି ଦିଲେଶ୍ଵର ରେଡ୍ଡୀ, ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ରାଜ୍ୟ ସମ୍ପାଦକ ସୁବାଷ ଚନ୍ଦ୍ର ମହାରଣା, ଜିଲ୍ଲା ମହିଳା ସଭାନେତ୍ରୀ ସଂଘମିତ୍ରା ଦଳାଇ, ବ୍ଲକ୍ ସଭାପତି ଅଜିତ ଦାସ, ଏନଏସି ଅଧ୍ୟକ୍ଷ ଏ ଜାନକୀ ରାମ, ଜିଲ୍ଲାର ସମସ୍ତ ବିଧାୟକ ଓ ବିଧାୟିକା ପ୍ରାର୍ଥୀଙ୍କ ସମେତ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବହୁ ବରିଷ୍ଠ ନେତା ଓ ପଦାଧିକାରୀ ମାନେ ମଞ୍ଚାସିନ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରାଜେଶ୍ୱରି ଦୋରା, କୁକୁଡ଼ାଖଣ୍ଡି ସମିତି ସଭ୍ୟା ଭାରତୀ ନାୟକ, କର୍ପୋରେଟ ଅଶ୍ଵିନୀ ପଟ୍ଟନାୟକ, ସମୀର କୁମାର ମିଶ୍ରଙ୍କ ସମେତ ଗୋପାଳପୁର ଓ ବ୍ରହ୍ମପୁର ବିଜୁ ଜନତା ଦଳ ଯୁବ, ଛାତ୍ର ଓ ମହିଳା ନେତା ଓ କର୍ମୀ ମାନେ ଯୋଗଦାନ କରିଥିଲେ।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )