May 13, 2025
Home » ବିଜୁ ଜନତା ପକ୍ଷରୁ ଜିଲ୍ଲା ଏସ୍ପି ଅଫିସ କାର୍ଯଳୟ ଘେରାଉ

ବିଜୁ ଜନତା ପକ୍ଷରୁ ଜିଲ୍ଲା ଏସ୍ପି ଅଫିସ କାର୍ଯଳୟ ଘେରାଉ

0
tirtol-bjd

ମହିଳା ଅଧିକାରୀ ଙ୍କୁ ନ୍ୟାୟ ଦାବୀ ରେ ତିର୍ତୋଲ ବିଧାୟକ ରମାକାନ୍ତ ଭୋଇ ଙ୍କ ନେତୃତ୍ୱ ରେ ଜିଲ୍ଲା ଏସ ପି ଅଫିସ କାର୍ଯାଳୟ ଘେରାଉ କଲେ ତିର୍ତୋଲ ନିର୍ବାଚନ ମଣ୍ଡଳୀ ର ହଜାର ହଜାର ବିଜୁ ଜନତା ଦଳ କର୍ମୀ l ,ରଘୁନାଥପୁର ବ୍ଲକ ଅନ୍ତର୍ଗତ ତରିକୁନ୍ଦ ଠାରେ ରାଜ୍ଯ ସରକାରଙ୍କ ଦ୍ଵାରା ଆୟୋଜିତ ଆୟୁଷ୍ମାନ ଭାରତ ଜନ ଆରଗ୍ୟ ଯୋଜନାର ଉଦ୍ଘାଟନ ଉତ୍ସବ ପାଳିତ ହେବା ପୁର୍ବରୁ ବିଜେପି କର୍ମୀ ମାନଙ୍କର ଉନ୍ମୁକ୍ତ କାଣ୍ଡ ଘଟାଇ ଜଣେ ମହିଳା ବ୍ଲକ କର୍ମଚାରୀ ଙ୍କୁ ମାଡ ମାରିବା ଘଟଣା କୁ କେନ୍ଦ୍ର କରି ଉଚ୍ଚିତ ନ୍ୟାୟ ଦାବୀ ରେ ଏସ୍ପି ଓ ଜିଲ୍ଲାପାଳ ଙ୍କ ନିକଟରେ ତିର୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ ଙ୍କ ସମେତ ବ୍ଳକ ଅଧକ୍ଷା, ସମିତି ସଭ୍ୟ ଓ ଅନ୍ୟ ନେତୃ ମଣ୍ଡଳୀ ଅଭିଯୋଗ କରିଥିଲେ ମଧ୍ୟ, ଏପର୍ଯ୍ୟନ୍ତ କିଛି ସନ୍ତୋଷ ଜନକ ପଦେକ୍ଷପ ପ୍ରଶାସନ ଗ୍ରହଣ କରିନାହିଁ କି ମୁଖ୍ୟ ଅଭିଯୁକ୍ତ ଙ୍କୁ ମଧ୍ୟ ଗିରଫ କଲାନାହିଁ l

ଯାହାର ପ୍ରତିବାଦ ରେ ଆଜି ବିଧାୟକ ଡ଼ଃ ରମାକାନ୍ତ ଭୋଇ ଙ୍କ ନେତୃତ୍ୱ ରେ ତିର୍ତୋଲ, ବିରିଡି ଓ ରଘୁନାଥପୁର ଶତାଧିକ ବିଜୁ ଜନତା ଦଳ ର କର୍ମୀ ଆଜି ଜିଲ୍ଲା ସଦର ମହକୁମା ଠୁ ଏକ ଶୋଭାଯାତ୍ରା ରେ ଆସି ଜିଲ୍ଲା ଏସ୍ପି ଙ୍କ କାର୍ଯାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିବା ର ଦେଖା ଯାଇଛି l

ତିର୍ତୋଲ ଈପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *