April 27, 2025
Home » ବିଜେପି ନେତାଙ୍କ ଫାର୍ମହାଉସ୍ ରେ ଯୁବତୀଙ୍କ ସନ୍ଦେହ ଜନକ ମୃତ, (ରହସ୍ୟ ରୁ ପରଦା ଉଠେଇବ କି ପୁଲିସି?)

ବିଜେପି ନେତାଙ୍କ ଫାର୍ମହାଉସ୍ ରେ ଯୁବତୀଙ୍କ ସନ୍ଦେହ ଜନକ ମୃତ, (ରହସ୍ୟ ରୁ ପରଦା ଉଠେଇବ କି ପୁଲିସି?)

0
WhatsApp Image 2024-09-05 at 11.43.10 PM

ତିର୍ତ୍ତୋଲ ଥାନା ଅନ୍ତର୍ଗତ ତରଜଙ୍ଗା ଗ୍ରାମପଞ୍ଚାୟତ ତେରତାଙ୍ଗ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା , ସେହି ଗ୍ରାମର ଅନାମ ସାହୁଙ୍କ ଝିଅର ଝିଅ (ନାତୁଣୀ) ପ୍ରିୟଙ୍କା ସାହୁ (୨୫) ଡାକ ନାମ କଣ୍ଢେଇ ନିକଟସ୍ଥ ଫାର୍ମହାଉସ ରେ କିଛିଦିନ ହେବ କାର୍ଯ୍ୟ କରିଆସୁଥିଲେ। ଏହି ଫାର୍ମ ହାଉସ ଟି ସ୍ଥାନୀୟ ବିଜେପି ନେତା ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ବୀରେନ୍ ପାଲଙ୍କର । ପ୍ରାୟ ସମୟରେ ସେହି ସ୍ଥାନରେ ଖାଇବା ପିଇବା ର ଆସର ଜମେ ଫାର୍ମ ମାଲିକ ଙ୍କ ସହ କିଛି ଯୁବକଙ୍କ ସହିତ ବୀରେନ୍ ପାଲଙ୍କୁ ସେଠାରେ ଦେଖିବାକୁ ମିଳେ। ଶ୍ରୀ ପାଲ ପୂର୍ବରୁ ଅନେକ ପ୍ରକାରର ଚାଷ କାର୍ଯ୍ୟ କରି ସ୍ଥାନୀୟ କିଛି ଯୁବକ ଯୁବତୀଙ୍କୁ ସେଥିରେ କର୍ମ ନିଯୁକ୍ତି ଦେଇ ତାହାର ଫାଇଦା ଉଠାନ୍ତି ବୋଲି କିଛି ସ୍ଥାନୀୟ ଲୋକ ନାମ ଗୋପନ ସର୍ତ୍ତରେ ପ୍ରକାଶ କରିଛନ୍ତି । ମୃତ ଯୁବତୀ ସେହି ଫାର୍ମ ହାଉସ କୁ ଦୈନିକ ଆସନ୍ତି ଓ ସେହି ଫାର୍ମ ହାଉସ୍ ମାଲିକଙ୍କୁ ରୋଷେଇ କରି ଖାଇବାକୁ ଦିଅନ୍ତି ଓ ଘରର ସମସ୍ତ କାର୍ଯ୍ଯ କରନ୍ତି ସେଥିପାଇଁ ଶ୍ରୀ ପାଲଙ୍କର ପାରିବାରିକ କଳହ ତଥା ଧର୍ମ ପତ୍ନୀଙ୍କ ସହିତ ମନୋମାଳିନ୍ୟ ରହିଥିଲା।

କିଛି ସ୍ଥାନୀୟ ବ୍ୟକ୍ତି ପ୍ରକାଶ କରିଛନ୍ତି ଯେ ସମ୍ପୃକ୍ତ ସ୍ଥାନରେ ଅନେକ ସମୟରେ ଆପତ୍ତି ଜନକ କାର୍ଯ୍ୟ ଚାଲେ । ଆଜିର ଏହି ଘଟଣାରେ ସ୍ତାନୀୟ ଅଞ୍ଚଳରେ ଲୋକମାନେ ଟୁପୁରୁ ଟାପୁରୁ ହେଉଛନ୍ତି ଯେ କଣ୍ଢେଇକୁ ମାରିଦିଆ ଯାଇଛି ଆଉ ଏଥିରେ ସମ୍ପୃକ୍ତ ଫାର୍ମହାଉସ ମାଲିକ ତଥା ବିଜେପି ନେତା ସମ୍ପୃକ୍ତ । ମୃତ ଯୁବତୀଙ୍କ ସମ୍ପର୍କୀୟଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ଏହି ସ୍ପର୍ଶକାତର ଘଟଣାକୁ ଚପାଇ ଦେବାକୁ ଜୋର ସୋର ଉଦ୍ୟମ ଚଳାଇଥିବା ଜଣାପଡିଛି ।ଶୁଣିବାକୁ ମିଳୁଛି ସମ୍ପୃକ୍ତ ବିଜେପି ନେତାଙ୍କର ସ୍ଥାନୀୟ ଅଞ୍ଚଳରେ ଅନେକ ମହିଳାଙ୍କ ସହିତ ଆପତ୍ତି ଜନକ ସମ୍ପର୍କ ରହିଛି।ଏ ଭଳି ପରିସ୍ଥିତିରେ କଣ୍ଢେଇ ମୃତ୍ୟୁର ରହସ୍ୟ ନିଶ୍ଚୟ ଶ୍ରୀ ପାଲଙ୍କୁ ଜଣା ଥିବ । କଣ୍ଢେଇ ମୃତ୍ୟୁର ଗୋଟିଏ ଦିନ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି ଥିବାରୁ ପୋଲିସର ପାରିବାପଣିଆକୁ ସ୍ଥାନୀୟ ଅଞ୍ଛଲରେ ଚର୍ଚ୍ଚା ଜୋର୍ ଧରିଛି । ଯଦି ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ୍ କରାନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମାକ ପ୍ରଥା ଅବଲମ୍ବନ କରାଯିବ ବୋଲି କିଛି ସ୍ଥାନୀୟ ବୁଦ୍ଧିଯିବି ପ୍ରକାଶ କରିଛନ୍ତି । ଆଉ ଦେଖିବାକୁ ବାକି ରହିଲା ତିର୍ତୋଲ ପୋଲିସ କି ପଦକ୍ଷେପ ନେଉଛି ।
ତିର୍ତୋଲ ରୁ ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ,

Leave a Reply

Your email address will not be published. Required fields are marked *