September 15, 2024
Home » ବିଜେପି ସଦସ୍ୟତା ଅଭିଯାନ ୨୦୨୪ ନେଇ ଜିଲ୍ଲା କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ବିଜେପି ସଦସ୍ୟତା ଅଭିଯାନ ୨୦୨୪ ନେଇ ଜିଲ୍ଲା କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

0

 

ଓଡିଶା ରାଜ୍ୟ ଭାରତୀୟ ଜନତା ପାର୍ଟି ମଙ୍ଗଳବାର ଠାରୁ ରାଜ୍ୟରେ ଆନୁଷ୍ଠାନିକ ଭାବେ ଏହାର ସଦସ୍ୟତା ଅଭିଯାନ ଆରମ୍ଭ ହୋଇଯାଇଛି । ସେପ୍ଟେମ୍ବର ୨ ତାରିଖରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଦସ୍ୟତା ଗ୍ରହଣ କରିଥିବା ବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୩ ତାରିଖରେ ସଦସ୍ୟତା ଗ୍ରହଣ କରିଥିଲେ । ଏହାକୁ ନେଇ ବୁଧବାର ଦିନ ରାୟଗଡା ଜିଲ୍ଲା ବିଜେପି ସଭାପତି ଶିବ ପଟନାୟକ ଅଧ୍ୟକ୍ଷତାରେ ସ୍ଥାନୀୟ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ୦୪/୦୯/୨୪ ତାରିଖରେ ସକାଳ ୧୧.୩୦ ଘଟିକା ସମୟରେ ବିଜେପି ସଦସ୍ୟତା ଅଭିଯାନ କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ‌ । ଏହି ବିଜେପି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରିୟ ନେତୃମଣ୍ଡଳୀ ଯୋଗ ଦେଇଥିବା ବେଳେ ଅନେକ ନୂତନ ସଦତ୍ୟତା ଗ୍ରହଣ କରିଥିଲେ । ରାଜ୍ୟ କାର୍ଯ୍ୟାଳୟ ଠାରେ ମଙ୍ଗଳବାର ଅପରାହ୍ନ ୫ ଘଣ୍ଟିକା ସମୟ ଠାରୁ ବିଜେପି ସଦସ୍ୟତା ପାଇଁ ଏକ ଟୋଲ୍ ଫ୍ରି ନମ୍ବର “୮୮୦୦୦୦୨୦୨୪” ଖୋଲାଯାଇଥିଲା । ୧୮ ବର୍ଷରୁ ଅଧିକ ଏବଂ ଯେଉଁମାନେ ବିଜେପିର ସଦସ୍ୟ ହେବାକୁ ଚାହୁଁଛନ୍ତି ସେମାନେ ଏହି ଉକ୍ତ ନମ୍ବରକୁ କଲ କରି ଦଳରେ ଯୋଗ ଦେବା ପାଇଁ ସୁବିଧା ରହିଛି । ଜିଲ୍ଲା ସଭାପତି କହିଛନ୍ତି ସଙ୍ଗଠନ ଚଳାଇବାର ମୂଳ ଆଧାର ହେଉଛନ୍ତି କାର୍ଯ୍ୟକର୍ତା ଏବଂ ଦଳର ଶକ୍ତିର ମୂଳ ଆଧାର ହେଉଛି ସଙ୍ଗଠନ ।‌ସରକାର ଓ ସଙ୍ଗଠନ ମଧ୍ୟରେ ସମନ୍ୱୟ ରଖି ଲୋକଙ୍କ ସେବା କରିବା ହେଉଛି ବିଜେପିର ଲକ୍ଷ୍ୟ। ଘରକୁ ଘର ବୁଲି ସଦସ୍ୟତା ଗ୍ରହଣ କରାଯିବ ।
ଭାରତ ଦେଶ ୨୦୧୪ ମସିହାରେ, ୧୧ କୋଟିରୁ ଅଧିକ ସଦସ୍ୟଙ୍କ ସହ ବିଜେପି ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ହୋଇଥିବା ବେଳେ ପ୍ରତି ତିନିବର୍ଷ ମଧ୍ୟରେ ଦଳ ସାତ କୋଟି ନୂତନ ସଦସ୍ୟ ଯୋଡିଆସୂଛି ।
“ସେବା ହିଁ ସଙ୍ଗଠନ ,ସଦସ୍ୟତା ହେଉଛି ଆମ ଦଳର ଆତ୍ମା। ଯେଉଁମାନେ ସଦସ୍ୟ ହୁଅନ୍ତି ସେମାନଙ୍କୁ ଦଳ ପାଇଁ କାମ କରିବାକୁ ପଡ଼ି ଥାଏ । ଓଡ଼ିଶାରେ ୪୧ ଲକ୍ଷ ଲୋକ ଓଡିଶାରେ ବିଜେପିର ସଦସ୍ୟତା ଗ୍ରହଣ କରିସାରିଛନ୍ତି । ପ୍ରତି ଛଅ ବର୍ଷରେ ଥରେ ଆୟୋଜିତ ହେଉଥିବା ନୂଆ ସଦସ୍ୟତା ଡ୍ରାଇଭ୍ ଅଧୀନରେ ବିଜେପି ପ୍ରତି ଘରକୁ ପହଞ୍ଚି ନେତାମାନଙ୍କ ଦଳ କ’ଣ କରିଆସିଛି ତାହା ସେମାନଙ୍କୁ କହିଥାଏ । ତାପରେ ତିନି ବର୍ଷ ମଧ୍ୟରେ ୫୦% କରିବାକୁ ରହିଛି ।
ରାୟଗଡ ଜିଲ୍ଲାରେ ରାୟଗଡ,ବିଷମକଟକ,ଗୁଣପୁର ମିଶି ମୋଟ ୮୮୭ ବୁଥ ରହିଥିବା ବେଳେ ପ୍ରତି ବୁଥରେ ୧୦୦ ଜଣ ପ୍ରାଥମିକ ସଦସ୍ୟତା କରିବାକୁ ଥିବା ବେଳେ ସଦସ୍ୟତା ସକାଶେ ୧ଲକ୍ଷ କରିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଥିବା ଜିଲ୍ଲା ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି । ଜଣେ ଯଦି ୧୦୦ଜଣ ସଦସ୍ୟ କଲେ ସେ ସକ୍ରିୟ ସଦସ୍ୟ ହୋଇପାରିବ ।
ଚଳିତ ମାସ ସେପ୍ଟେମ୍ବର ୭ ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ବୁଥ ସ୍ତରରେ ମହା ଅଭିଯାନ ଆରମ୍ଭ ହେବ । ବୁଧବାର ଆଜିଠାରୁ ଚାଳିଶି ଦିନ ସମୟରେ ମିସକଲ ମାଧ୍ୟମରେ ଭାରତୀୟ ଜନତା ପାର୍ଟି ର ସାତଟି ମୋର୍ଚ୍ଚା ଓ ଜିଲ୍ଲା କମିଟି ଯୋଗେ ସଦସ୍ୟତା ଅଭିଯାନରେ ନିଜ (ନିଜ ଲିଙ୍କ ମାଧ୍ୟମରେ ) ରିଫେରାଲରେ ଯେଉଁ ସଦସ୍ୟମାନେ ୧୦୦୦ରୁ ଉର୍ଦ୍ଧ୍ୱ କଲେ ମୁଖ୍ୟମନ୍ତ୍ରୀ ସମ୍ମାନୀତ କରିବେ ସେହିପରି ୫ ହଜାରରୁ -୧୦ ହଜାର କଲେ ପ୍ରଧାନମନ୍ତ୍ରୀ ସମ୍ମାନିତ କରିବେ ବୋଲି ଜିଲ୍ଲା ସଭାପତି କହିଛନ୍ତି । ଜିଲ୍ଲାରେ ଥିବା ୨୫ ମଣ୍ଡଳରେ ୫ ତାରିଖରୁ ଆରମ୍ଭ ହେବ ।
ଆଜିର ବିଜେପି ସଦସ୍ୟତା ଅଭିଯାନର ସାମ୍ବାଦିକ ସମ୍ମିଳନୀରେ କାଳିଦାସ ମାଝି,ପଦ୍ମନାଭ ଦାସ,ଜିଲ୍ଲା ଉପସଭାପତି କଞ୍ଚାଡା ଅଶ୍ୱନୀ,ଯୁବ ମୋର୍ଚ୍ଚାର ଜିଲ୍ଲା ସଭାପତି ଉମେଶ ଖସଲା ,ଜଗନ୍ନାଥ ନୁଣ୍ଡ୍ରୁକା,ରାମ ବେହେରା,ପ୍ରତାପ ପୁଆଲା,ରବିନ୍ଦ୍ର କୁମାର ସେଠି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *