June 14, 2025
Home » ବିଡ଼ିଓ,ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ ମନମୁଖୀ ଶାସନକୁ ବିରୋଧ କରି ପଞ୍ଚାୟତ ସମିତି ବୈଠକ ବର୍ଜନ

ବିଡ଼ିଓ,ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ ମନମୁଖୀ ଶାସନକୁ ବିରୋଧ କରି ପଞ୍ଚାୟତ ସମିତି ବୈଠକ ବର୍ଜନ

0
WhatsApp Image 2024-11-14 at 7.57.36 AM (1)

ରାମନାଗୁଡା:-୧୩-୧୧-୨୦୨୪- ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପଞ୍ଚାୟତ ସମିତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବୁଧବାର ଦିନ ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହେବାପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ, ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ, ସହକାରୀ ନିର୍ବାହୀ ଯନ୍ତ୍ରୀ ଏ ସାନମୁଖା କୁମାର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ତାଙ୍ଗୁଡୁ ଶ୍ରୀଧର,ସାଂସଦ ପ୍ରତିନିଧି ଗର୍ଜନା ପ୍ରସାଦ ରାଓ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ୧୨ଗୋଟି ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ,ସଭ୍ୟା ଉପସ୍ଥିତ ରହି ବୈଠକ ଅନୁଷ୍ଠିତ ହେବା କଥା କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଏହି ପଞ୍ଚାୟତ ସମିତି ବୈଠକରେ କେତେକ ହାତ ଗଣତି ପଞ୍ଚାୟତ ଜନ ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀ ମାନଙ୍କୁ ଛାଡିଦେଲେ ଅନ୍ୟାନ୍ୟ ସରପଞ୍ଚ ସମିତି ସଭ୍ୟ ସଭ୍ୟା ମାନଙ୍କୁ ବୈଠକରେ ଦେଖିବାକୁ ମିଳି ନଥିଲା । ତେବେ ଏହି ବୈଠକରେ ଗୁଣୁପୁର ବିଧାୟକ ଅନୁପସ୍ଥିତ କାରଣରୁ ଏହି ବୈଠକ ଉପଯୁକ୍ତ କୋରମ ଅଭାବରୁ ହୋଇପାରିଲା ନାହିଁ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି।ମିଳିଥିବା ସୂଚନା ଅନୁଯାୟୀ କେତେକ ପଞ୍ଚାୟତ ପ୍ରତିନିଧି ମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସହକାରୀ ଯନ୍ତ୍ରୀ ମନମୁଖୀ ଶାସନରେ ଅତିଷ୍ଠ ହୋଇ ବୈଠକରେ ଯୋଗ ଦେଇ ନଥିବା ଜଣାପଡ଼ିଛି।

ରାମନାଗୁଡାରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି।

Leave a Reply

Your email address will not be published. Required fields are marked *