ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର ସମୀକ୍ଷା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ରେ ହେବାକୁ ଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର ସମୀକ୍ଷା କରିଛନ୍ତି। ସୋମବାର ଲୋକସଭା ଭବନ ରେ ପୁରୀ ରେ ହେବାକୁ ଥିବା ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପ ର କାର୍ଯ୍ୟ ର ଅଗ୍ରଗତି ସମୀକ୍ଷା କରିଛନ୍ତି। ସବୁ ପ୍ରକଳ୍ପ କାର୍ଯ୍ୟ କୁ ଯଥା ଶୀଘ୍ର ତ୍ୱରାନ୍ୱିତ କରି ଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ବଡଦାଣ୍ଡ ରୁ ଉଚ୍ଛେଦ ହୋଇଥିବା ଉଠା ଦୋକାନୀ ଙ୍କୁ ନବ ନିର୍ମିତ ଶ୍ରୀସେତୁ ବ୍ରିଜ୍ ତଳ ମାର୍କେଟ ରେ ଥାଇଥନ କାର୍ଯ୍ୟ ଶୀଘ୍ର ସାରିବାକୁ ମଧ୍ୟ ପୁରୀ ଜିଲ୍ଲାପାଳ ଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବର୍ତ୍ତମାନ ସ୍ଥିତି ରେ ଶ୍ରୀସେତୁ ମାର୍କେଟ ରେ କିଭଳି ବ୍ୟବସାୟ ସମ୍ଭବ ହେବ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ବଡଦାଣ୍ଡ ରୁ ଉଚ୍ଛେଦ ହୋଇଥିବା ଉଠା ଦୋକାନୀ ମାନେ। ଶ୍ରୀସେତୁ ମାର୍କେଟ ଦେଇ ଶ୍ରୀମନ୍ଦିର କୁ କୌଣସି ଯାତ୍ରୀ ଯାତାୟାତ କରୁନାହାନ୍ତି। ଏଥି ପାଇଁ ବି ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ନାହିଁ। ଯେଉଁଠି ଲୋକ ଙ୍କ ଯାତାୟାତ ନାହିଁ ସେଠାରେ କିଭଳି ଉଠା ଦୋକାନୀ ମାନେ ଦୋକାନ ଦେଇ ବ୍ୟବସାୟ କରିବେ ସେ ନେଇ ଆଶା ଆଶଙ୍କାରେ ଉଠା ଦୋକାନୀ। ବ୍ୟବସାୟ ର କୌଣସି ସୁଯୋଗ ସମ୍ଭାବନା ନଥିବାରୁ ଶ୍ରୀସେତୁ ମାର୍କେଟ କୁ ଉଠା ଦୋକାନୀ ମାନେ ବ୍ୟବସାୟ ମାନେ ଆସୁନଥିବା ଉଠା ଦୋକାନୀ କହିଛନ୍ତି।

କେବଳ ଶୀତତାପ ନିୟନ୍ତ୍ରିତ ଘରେ ବସି ଯୋଜନା କରିଦେଲେ ଯୋଜନା ସଫଳ ହେବ ନାହିଁ ବୋଲି ଉଠା ଦୋକାନୀ ମାନେ କହିଛନ୍ତି। ପୂର୍ବ ସରକାର ଙ୍କ ଯୋଜନା ଥିଲା ଜଗନ୍ନାଥ ବଲ୍ଲଭ ମଲ୍ଟି ଲେବଲ ପାର୍କିଂ ନିକଟ ରେ ଅଟୋ ଷ୍ଟାଣ୍ଡ ହେବ। ବସଷ୍ଟାଣ୍ଡ ଓ ଷ୍ଟେସନ୍ ରୁ ଆସୁଥିବା ଯାତ୍ରୀ ମାନେ ଜଗନ୍ନାଥ ବଲ୍ଲଭ ଭିତରେ ଓଲ୍ହେଇ ଶ୍ରୀମାର୍ଗ ଦେଇ ଶ୍ରୀମନ୍ଦରକୁ ଯାତାୟାତ କରିବେ। ଏହା ଦ୍ୱାରା ଯାତ୍ରୀ ମାନେ ମଧ୍ୟ ଶ୍ରୀସେତୁ ମାର୍କେଟ ଯାଇ ବିଭିନ୍ନ ଜିନିଷ କିଣି ପାରିବେ। ଏହା ଦ୍ୱାରା ଉଠା ଦୋକାନୀ ମାନଙ୍କ ବ୍ୟବସାୟ ହେବ। ଏହି ଯୋଜନା କେବଳ ଏବେ ଯୋଜନା ରେ ହିଁ ରହିଯାଇଛି। ନୂଆ ସରକାର ଆସିବା ପରେ ପୂର୍ବ ପ୍ରକଳ୍ପ ଡିଜାଇନ୍ କୁ ରୂପରେଖ ଦେବା ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି। ଏଭଳି ହେଲେ ଶ୍ରୀସେତୁ ମାର୍କେଟ ରେ ବ୍ୟବସାୟ ଏକ ପ୍ରକାର ଅସମ୍ଭବ। ତେବେ ପୁରୀ ର ପ୍ରଶାସନିକ ଅଧିକାରୀ ଓ ରାଜନେତା ମାନେ ଉଠା ଦୋକାନୀ ଙ୍କ ପ୍ରକୃତ ସମସ୍ୟା ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରାଉନଥିବା ଉଠା ଦୋକାନୀ ଅଭିଯୋଗ କରିଛନ୍ତି। ସରକାର ଉଠା ଦୋକାନୀ ଙ୍କ ବ୍ୟବସାୟ କିଭଳି ଚାଲିବ ସେ ନେଇ ବ୍ୟବସ୍ଥା କଲେ ହିଁ ଶ୍ରୀସେତୁ ମାର୍କେଟ କୁ ଉଠା ଦୋକାନୀ ଦୋକାନ ଖୋଲି ବ୍ୟବସାୟ ପାଇଁ ଇଚ୍ଛା ପ୍ରକାଶ କରିବେ ବୋଲି ବଡଦାଣ୍ଡ ରୁ ଉଚ୍ଛେଦ ଉଠା ଦୋକାନୀ କହିଚନ୍ତି।ବଡଦାଣ୍ଡ କୁ ଟ୍ରାଫିକ ମୁକ୍ତ କରିବା ଓ ଶ୍ରୀମନ୍ଦିର କୁ ଆସୁଥିବା ଶ୍ରଦ୍ଧାଳୁ ଙ୍କ ସୁଗମ ଯାତାୟାତ ପାଇଁ ତତ୍କାଳୀନ ସରକାର ୨୦୨୩ ଡିସେମ୍ବର ମାସରେ ବଡଦାଣ୍ଡ ରେ ଥିବା ଉଠା ଦୋକାନୀ ଙ୍କୁ ଉଚ୍ଛେଦ କରିଥିଲେ। ଶ୍ରୀମନ୍ଦିର ଠାରୁ ବଡଦାଣ୍ଡ ର ବଳଗଣ୍ଡି ଛକ ଯାଏ ମୋଟ ୧୨୦୮ ଉଠା ଦୋକାନୀ ଙ୍କୁ ସରକାର ଉଚ୍ଛେଦ କରିଥିଲେ। ସରକାର ପ୍ରତିଶ୍ରୁତି ଦେଇଥିଲେ ଶ୍ରୀଜଗନ୍ନାଥ ବଲ୍ଲଭ ମଲ୍ଟି ଲେବଲ୍ କାର ପାର୍କିଂ କୁ ସଂଯୋଗ କରୁଥିବା ଶ୍ରୀସେତୁ ତଳେ ଏକ ମାର୍କେଟ କରି ଥଇଥାନ କରିବେ। କ୍ୟାବିନ ପାଇଁ ୫୦ ହଜାର ଟଙ୍କା ସହାୟତା ରାଶି ସହିତ ଦୋକାନ ସ୍ଥାନାନ୍ତର ପାଇଁ ୫ ହଜାର ଟଙ୍କା ସହାୟତା ରାଶି ଦେବେ। ଶ୍ରୀସେତୁ ମାର୍କେଟ ର ସମସ୍ତ କାର୍ଯ୍ୟ ସାରିବା ଯାଏ ମାସକୁ ୧୫ ହଜାର ଟଙ୍କା ଦେବେ । ସରକାର ଙ୍କ ପ୍ରତିଶ୍ରୁତି ମୁତାବକ ସହାୟତା ପ୍ରଦାନ କରାଗଲା। ହେଲେ ସରକାର ବଦଳିବା ପରେ ସହାୟତା ରାଶି ବନ୍ଦ କରିଦିଆଯାଇଥିବା ଉଠା ଦୋକାନୀ ଅଭିଯୋଗ କରିଛନ୍ତି। ତେବେ ଉଠା ଦୋକାନୀ ଙ୍କୁ ଥଇଥାନ ନେଇ ବାରମ୍ବାର ଆନ୍ଦୋଳନ ପରେନୂତନ ସରକାର ପ୍ରତିଶ୍ରୁତି ଦେଇଥିଲେ ଶ୍ରୀସେତୁ ମାର୍କେଟ ର ଭିତ୍ତିଭୂମି ସୁଦୃଢ଼ କରାଯାଇ ଦିଲ୍ଲୀ ହାଟ ବଜାର ଭଳି କରାଯିବ। ହେଲେ ଏହି ଘୋଷଣା କେବଳ ଘୋଷଣା ରେ ରହିଯାଇଥିବା ଉଠା ଦୋକାନୀ ଅଭିଯୋଗ କରିଛନ୍ତି। ତେବେ ଶ୍ରୀସେଟୁ ମାର୍କେଟ କିଭଳି ଠିକ୍ ରେ ଚାଲିବ ସେ ନେଇ ସରକାର ଯୋଜନା ନ କରି ଉଠା ଦୋକାନୀ ଙ୍କୁ ସେଠାରେ ବ୍ୟବସାୟ ପାଇଁ କହିବା କେତେ ଦୂର ଠିକ୍ ବୋଲି ପ୍ରଶ୍ନ ଉଠୁଛି
ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, ପୁରୀ ରେ ହେବାକୁ ଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର କାର୍ଯ୍ଯ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ବଡଦାଣ୍ଡ ରୁ ଉଚ୍ଛେଦ ଉଠା ଦୋକାନୀ ଙ୍କ ପ୍ରସଙ୍ଗ ରେ ଆଲୋଚୋନା ହୋଇଛି। ଖୁବ୍ ଶୀଘ୍ର ଶ୍ରୀସେତୁ ତଳେ ଉଠା ଦୋକାନୀ ଙ୍କୁ ଥାଇଥାନ କରାଯିବ। ତାଙ୍କର ଯାହା ପୂର୍ବ ବକେୟା ଅର୍ଥ ପାଇବାକୁ ଅଛି ଏହା ତାଙ୍କ ନଭେମ୍ବର ମାସ ସୁଦ୍ଧା ଆମେ ପ୍ରଦାନ କରିବୁ। ଶ୍ରୀସେତୁ ମାର୍କେଟ ପାଇଁ ଯାହା ଆନୁଷଙ୍ଗିକ ଭିତ୍ତିଭୂମି ତାହା ଖୁବ୍ ଶୀଘ୍ର ଶେଷ କରାଯିବ। ଉଠା ଦୋକାନୀ ଙ୍କୁ ଯଥା ଶୀଘ୍ର ଥଇଥାନ କରାଯିବ।
