August 20, 2026
Home » ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ସରକାରଙ୍କ ନିକଟରେ ଦାବି ରଖିଲେ ଗ୍ରାମପଞ୍ଚାୟତ ପିଅନ କର୍ମଚାରୀ ମହାସଂଘ

ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ସରକାରଙ୍କ ନିକଟରେ ଦାବି ରଖିଲେ ଗ୍ରାମପଞ୍ଚାୟତ ପିଅନ କର୍ମଚାରୀ ମହାସଂଘ

0
WhatsApp Image 2024-07-31 at 3.26.25 PM

ଭବାନୀପାଟଣା:ଭବାନୀପାଟଣା ଅମଲା ଭବନ ଠାରେ ଗ୍ରାମପଞ୍ଚାୟତ ପିଅନ କର୍ମଚାରୀ ମହାସଂଘ କଳାହାଣ୍ଡି ଶାଖା ର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଠାରେ ସଂଘର ସଭାପତି ଶ୍ରୀ ହରେକୃଷ୍ଣ ନାଏକ, ସାଧାରଣ ସମ୍ପାଦକ ଶ୍ରୀ ମଚିନ୍ଦ୍ର ନାଏକ ଏବଂ ମିଳିତ ସାମ୍ବାଦିକ ସଙ୍ଘର ସଭାପତି ନାରାୟଣ ପ୍ରସାଦ ନାୟକ ଉପସ୍ଥିତ ରହି ଉଦବୋଧନ ଦେବାସହ ପିଅନ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଧାରିତ ଦଶଗୋଟି ଦାବିପୂରଣ ନିମନ୍ତେ ଆଲୋଚନା କରିଥିଲେ ଏହା ସହ ରାଜ୍ୟ ସରକାର, ବିଭାଗୀୟ ମନ୍ତ୍ରୀ, ସଚିବଙ୍କ ସମୁହଁକୁ ପତ୍ରଲେଖିଥିଲେ। ସୂଚନାଯୋଗ୍ୟ ଯେ,ଗ୍ରାମପଞ୍ଚାୟତ ପିଅନ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାସହ ନିୟମିତ ବେତନ ପ୍ରଦାନ କରିବା, ରାଜ୍ୟ ବଜେଟରେ କର୍ମଚାରୀମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ତା ରଖିବା, ନିୟମ ୧୨୫ କୁ ଉଛେଦ କରି ୧୨୩ ସର୍ତ୍ତାବଳୀ ଲାଗୁ କରିବା, ଯେ ପର୍ଯନ୍ତ ସ୍ଥାୟୀ ନିଯୁକ୍ତି ନପାଇଛନ୍ତି ସେ ପର୍ଯ୍ୟନ୍ତ ଦୈନିକ ୪୫୦ ଟଙ୍କା ମଜୁରୀ ହାରରେ ପ୍ରଦାନ କରିବା ଆଦି ପ୍ରମୁଖ ଦାବି ସରକାରଙ୍କ ନିକଟରେ ରଖିଛନ୍ତି।ପୂର୍ବ ସରକାରରେ କର୍ମଚାରୀ ମନେ ବହୁବାର ଦାବି କରିଆସୁଥିଲେ ମଧ୍ୟ କେବେଳ ମିଥ୍ୟା ପ୍ରତିଶୃତି ସରକାରଙ୍କ ଠାରୁ ପାଉଥିଲେ, ଆଜି ସରକାର ବଦଳିଛି କର୍ମଚାରୀ ମନେ ସେମାଙ୍କର ସ୍ଥାୟୀ ନିଯୁକ୍ତି ପାଇଁ ଆଶା ପୋଷଣ କରୁଥିବା ସଙ୍ଘର ସଭାପତି ହରେକୃଷ୍ଣ ନାଏକ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାର ଶତାଧିକ ପିଅନ କର୍ମଚାରୀମନେ ଯୋଗଦେଇଥିଲେ।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed