September 9, 2026
Home » ଧାନ ମଣ୍ଡିରେ ଦଲାଲରାଜ୍ ଓ କଟନି-ଛଟନି ବନ୍ଦ ପାଇଁ ଉପ-ଜିଲ୍ଲାପାଳଙ୍କୁ ଦାବିପତ୍ର

ଧାନ ମଣ୍ଡିରେ ଦଲାଲରାଜ୍ ଓ କଟନି-ଛଟନି ବନ୍ଦ ପାଇଁ ଉପ-ଜିଲ୍ଲାପାଳଙ୍କୁ ଦାବିପତ୍ର

0
WhatsApp Image 2026-08-20 at 5.09.06 PM

 

ଧର୍ମଗଡ଼: କାଙ୍କେରି ଏବଂ ଆଖପାଖ ଅଞ୍ଚଳର ଧାନ ମଣ୍ଡିଗୁଡ଼ିକରେ ହେଉଥିବା ବ୍ୟାପକ ଅନିୟମିତତା, ସ୍ଥାନୀୟ ଦଲାଲ/ଏଜେଣ୍ଟଙ୍କ ହସ୍ତକ୍ଷେପ ଏଵଂ ସେମାନଙ୍କୁ ବଦଳି କରିବା ସହ ଚାଷୀଙ୍କଠାରୁ ଅନାବଶ୍ୟକ କଟନି-ଛଟନି ବନ୍ଦ କରିବା ଦାବିରେ ଆଜି “ମାଁ ଡୁମେରମୁଡ଼େନ୍ ଯୁବକ ସଂଘ, କାଙ୍କେରି” ତରଫରୁ ଧର୍ମଗଡ଼ ଉପ-ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର/ଦାବିପତ୍ର ପ୍ରଦାନ କରାଯାଇଛି।
ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଧାନ ମଣ୍ଡିଗୁଡ଼ିକରେ ଚାଷୀମାନେ ନିଜର କଷ୍ଟଅର୍ଜିତ ଧାନ ବିକ୍ରି କରିବା ସମୟରେ ନାନାଦି ହଇରାଣ ହରକତର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ କେତେକ ଅସାଧୁ ଏଜେଣ୍ଟ ଓ ଦଲାଲ ନିଜେ ଧାନ ସଂଗ୍ରହ କରି ମଣ୍ଡିରେ ବିକ୍ରି କରୁଥିବା ବେଳେ ପ୍ରକୃତ ଚାଷୀମାନେ ପଛରେ ପଡ଼ୁଛନ୍ତି ଏବଂ ନିଜ ଉତ୍ପାଦର ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହା ସହିତ ଧାନ ବିକ୍ରି ସମୟରେ ବେଆଇନ କଟନି-ଛଟନି ନାମରେ ଚାଷୀଙ୍କ ଧାନ କମାଇ ଦିଆଯାଉଥିବାରୁ ସେମାନେ ଆର୍ଥିକ ଭାବେ ଗୁରୁତର କ୍ଷତିଗ୍ରସ୍ତ ହେଉଛନ୍ତି।

ଧାନ ମଣ୍ଡିରେ ଅନଧିକୃତ ସ୍ଥାନୀୟ ଏଜେଣ୍ଟ/ଦଲାଲଙ୍କ ହସ୍ତକ୍ଷେପକୁ ସମ୍ପୂର୍ଣ୍ଣ ରୋକାଯାଉ, ପ୍ରକୃତ ଚାଷୀଙ୍କଠାରୁ ସରକାରୀ ନିୟମ ଅନୁଯାୟୀ ସ୍ୱଚ୍ଛ ଓ ନିରପେକ୍ଷ ଭାବରେ ଧାନ କ୍ରୟ କରାଯାଉ,ଚାଷୀଙ୍କ ଧାନରେ ଅନାବଶ୍ୟକ କଟନି-ଛଟନି ସମ୍ପୂର୍ଣ୍ଣ ବନ୍ଦ କରାଯାଉ,ମଣ୍ଡିରେ ଧାନ କ୍ରୟ ପ୍ରକ୍ରିୟାକୁ ନିୟମିତ ଯାଞ୍ଚ କରାଯାଉ ଏବଂ କୌଣସି ଅନିୟମିତତା ଦେଖାଗଲେ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ଆଇନାନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ଚାଷୀମାନେ ଯେପରି ମଣ୍ଡିରେ କୌଣସି ପ୍ରକାର ହଇରାଣ ନହୁଅନ୍ତି, ସେଥିପାଇଁ ଆବଶ୍ୟକ ନିରୀକ୍ଷଣ ଓ ସୁରକ୍ଷା ବ୍ୟବସ୍ଥା କରାଯାଉ ବୋଲି ଉକ୍ତ ୫ଟି ମୁଖ୍ୟ ଦାବି ଦାବୀ ପତ୍ର ରେ ଉଲ୍ଲେଖ କରାଯାଇଛି। ଚାଷୀଙ୍କ ସ୍ୱାର୍ଥ ଓ ଅଧିକାରକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସମାଧାନ କରନ୍ତୁ ଏବଂ ମଣ୍ଡିରେ ସ୍ୱଚ୍ଛ ଧାନ କ୍ରୟ ବ୍ୟବସ୍ଥା ସୁନିଶ୍ଚିତ କରନ୍ତୁ ବୋଲି ଯୁବକ ସଂଘ ଦାବି କରିଛି।ଏହି ଦାବିପତ୍ର ପ୍ରଦାନ ସମୟରେ ମାଁ ଡୁମେରମୁଡ଼େନ୍ ଯୁବକ ସଂଘର ସଭାପତି ମହେଶ୍ୱର ସୁନାନୀଙ୍କ ସମେତ ସଂଘର କର୍ମକର୍ତ୍ତା ଦିନେଶ ପ୍ରଧାନ, ଚିନ୍ମୟ ବାଗ, ସୁନୀଲ ଜଗତ, ଆକାଶ ତାଣ୍ଡି ଏବଂ ଅଞ୍ଚଳବାସୀ ଗୋବିନ୍ଦ ସାହୁ, ହୃଷୀକେଶ ମାଝୀ, ହିମାଂଶୁ ନାଏକ, ସୂରଜ ତାଣ୍ଡି, ଯଇନ୍ଦ୍ର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *