July 15, 2025
Home » ବିଶୁଦ୍ଧ ପାନୀୟ ଜଳ ପାଇଁ ଜିଲ୍ଲାପାଳ ଙ୍କ ଠାରେ ଦାବି ଜଣାଇଲେ ବାଗଦୁଲି ଗ୍ରାମବାସୀ l

ବିଶୁଦ୍ଧ ପାନୀୟ ଜଳ ପାଇଁ ଜିଲ୍ଲାପାଳ ଙ୍କ ଠାରେ ଦାବି ଜଣାଇଲେ ବାଗଦୁଲି ଗ୍ରାମବାସୀ l

0
WhatsApp Image 2024-11-04 at 8.10.07 PM

ସୁବର୍ଣ୍ଣପୁର — ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ସୋନପୁର ବ୍ଲକ ବିଶି ମୁଣ୍ଡା ଗ୍ରାମ ପଞ୍ଚାୟତର ବାଗଦୁଲି ହରିଜନ ପଡା ର ବାସିନ୍ଦା। ପଡା ର ଅଧିବାସୀ ଙ୍କ ପାଇଁ ଯଦିଓ ୨ଟି ନଳକୂପ ଅଛି ସେଥିରୁ ଗୋଳିଆ ପାଣି ବାହାରୁଥିବା ଯୋଗୁଁ ତାହା ଆଉ ପାନୀୟ ଜଳ ରୂପେ ବ୍ୟବହାର କରି ହେଉନାହିଁ। ଯା ଫଳରେ ବହୁତ ହଇରାଣ ରେ ପଡିଛନ୍ତି ଗ୍ରାମବାସୀ। ବାରମ୍ବାର ପଞ୍ଚାୟତ ଠୁ ଆରମ୍ଭ କରି ବ୍ଲକ ପ୍ରଶାସନ ପାଖରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିବା ଓ ନାମକୁ ମାତ୍ର ମରାମତି କଲେ ମଧ୍ୟ ତାହା ଅତି ଶିଘ୍ର ଅଚଳ ହେଉଥିବା ଓ ସେଥିରୁ ମଧ୍ୟ ଗୋଳିଆ ପାଣି ବାହାରୁଥିବା ଯୋଗୁଁ ତାହା ଆଉ ପାନୀୟ ଜଳ ରୂପେ ବ୍ୟବହାର କରି ହେଉନାହିଁ। ତେଣୁ ଉକ୍ତ ପଡ଼ାର ଅନେକ ବସ୍ତିବାସିନ୍ଦା ସୋନପୁର ବ୍ଲକ ରେ ଆଜି ଅନୁଷ୍ଠିତ ହୋଇଥିବା ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିଜର ଆପତ୍ତି ଅଭିଯୋଗ ଜଣାଇବା ସହ ସେମାନେ ଉକ୍ତ ନଳକୂପ ରୁ ସଂଗୃହିତ ଗୋଳିଆ ପାଣିର ନମୂନା ମଧ୍ୟପ୍ରଦାନ କରିଥିଲେ।


ସେମାନେ ମଧ୍ୟ ତାଙ୍କ ପାଇଁ ଏକ ଗଭୀର ନଳକୂପ ଆଜିକୁ ଅନେକ ଦିନରୁ ଖନନ ସତ୍ତ୍ୱେ ସେଠାରେ ମୋଟର ସଂଯୋଗ ନହେବା ଯୋଗୁଁ ସେଥିରୁ ମଧ୍ୟ ପାଣି ପାଇପାରୁ ନଥିବାରୁ ଅତି ଶିଘ୍ର ସେଥିରେ ମୋଟର ସଂଯୋଗ କରି ସେଥିରୁ ପିଇବା ପାଣିଯୋଗାଇଦେବା ପାଇଁ ଦାବି କରିଛନ୍ତି। ଜିଲ୍ଲାପାଳ ଙ୍କୁ ଆଜି ଉକ୍ତ ପଡ଼ାର କ୍ଷମାନିଧି ସୁନା,ଝକିତା ବଣ୍ଡକି,ଶୁଭମ ବିଭାର,ଦୁହିତା ସୁନା,ସପ୍ତମି ବିଭାର, ନିଳାମ୍ବର ବିଭାର,ଅନିଲ କୁମ୍ଭାର,ଲିପି ବିଭାର,ସୁଜିତ ମହାନନ୍ଦ, ସଂଯୁକ୍ତା ମହାନନ୍ଦ ପ୍ରମୁଖ ଅନେକ ଗ୍ରାମବାସୀମାନେ ସାକ୍ଷାତ କରି ତାଙ୍କର ଆପତ୍ତି ଅଭିଯୋଗ ଜଣାଇଥିଲେ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *