ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବୌଦ୍ଧ ଜିଲ୍ଲା ତାଳସରଡ଼ା ପଂଚାୟତ ଐତିହାସିକ ସିଦ୍ଧଗୁରୁ ମଠ ଡ଼ମ୍ବରୁଗଡ଼(କଂକଲା)ଠାରେ ପବିତ୍ର କାର୍ତ୍ତିକ ମାସ ପଞ୍ଚକ ପାଞ୍ଚ ଦିନ ନଭେମ୍ବର 11ଠାରୁ 15 ତାରିଖ ପର୍ଯ୍ୟନ୍ତ ବିଶ୍ୱ ଶାନ୍ତି ବିଷ୍ଣୁ ମହା ଯଜ୍ଞ ମହାସମାରୋହରେ ପାଳିତ ହେବ l ମଠର ମହନ୍ତ ସର୍ବେଶ୍ୱର ଦାସ ମହାରାଜଙ୍କ ନିର୍ଦ୍ଧେଶକ୍ରମେ ସାଧୁ ରଘୁବୀର ଦାସଙ୍କ ଉପସ୍ଥିତରେ ଯଜ୍ଞ କମିଟି ସଭାପତି ପ୍ରବକ୍ତା ଗୌରୀ ପ୍ରସାଦ ସାହୁ ସଭାପତିତ୍ୱ କରିଥିବାବେଳେ ମଠ ପରିଚାଳନା କମିଟି ସଭାପତି ପୟୋଧର ମହାକୁଳ ଉପସ୍ଥିତି ଥିଲେ l ଏହି ଅବସରରେ ତେଲିବନ୍ଧ ଓ କମଲପୁର ଗ୍ରାମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବିଶ୍ୱ ଶାନ୍ତି ଯଜ୍ଞ ନିମନ୍ତେ ଉକ୍ତ ଗ୍ରାମର ପ୍ରତ୍ବେକ ପରିବାରରୁ ତନ, ମନ, ଧନ ପୁର୍ବକ ପୂର୍ଣ୍ଣ ସହଯୋଗ କରିବା ପାଇଁ ଆୟୋଜନ କମିଟି ତରଫରୁ ଅନୁରୋଧ କରାଯାଇଥିଲା l ବିଭିନ୍ନ ଆଲୋଚନାରେ ,ଯଜ୍ଞ କମିଟି କାର୍ଯ୍ୟକାରୀ ସଦସ୍ୟ ଶାନ୍ତନୁ କୁମାର ଚାନ୍ଦ,ମୟସେନ ରଣା,ଶିବ କର୍ମୀ, ରବୀନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତରେ ତେଲିବନ୍ଧ ରାମଲୀଳା ନାଟ୍ୟ ସଂସଦ କର୍ମକର୍ତ୍ତାଙ୍କ ସମେତ ଗ୍ରାମବାସୀ ଓ କମଲପୁର ଗ୍ରାମର ଭାଗବତ ମଣ୍ଡଳୀ ସଭାପତି, ସମ୍ପାଦକ ଓ ସଦସ୍ୟଙ୍କ ସମେତ ଗ୍ରାମବାସୀ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ lରିପୋର୍ଟ – ଉଗ୍ରସେନ କର୍ମୀ, ବୌଦ୍ଧ