September 17, 2024
Home » ବିୟୁରେ ଜିଲ୍ଲାସ୍ତରୀୟ ସାମୁହିକ ଔଷଧ ସେବନ କାର୍ଯକ୍ରମ ଉଦଘାଟିତ

ବିୟୁରେ ଜିଲ୍ଲାସ୍ତରୀୟ ସାମୁହିକ ଔଷଧ ସେବନ କାର୍ଯକ୍ରମ ଉଦଘାଟିତ

0

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଫାଇଲେରିଆ ନିରାକରଣ ଅଭିଯାନ ୨୦୨୪ ଉପଲକ୍ଷେ ଜିଲ୍ଲା ସ୍ତରୀୟ ସାମୁହିକ ଔଷଧ ସେବନ କାର୍ଯକ୍ରମ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜାତୀୟ ସେବା ଯୋଜନା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ, ବିଲ୍ ଗେଟ୍ସ ଫାଉଣ୍ଡେସନ ଓ ଭାରତୀୟ ଫାର୍ମାସୀ ପରିଷଦର ମିଳିତ ଉଦ୍ୟମରେ ଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। କୁଳସଚିବ ସଚ୍ଚିଦାନନ୍ଦ ନାୟକ ମଧ୍ୟ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥିଭାବରେ ମଧୁମିତା, ଆଇ ଏ ଏସ, ସି ଡ଼ି ଇ, ଜିଲ୍ଲା ପରିଷଦ କାର୍ଯ୍ୟକ୍ରମରେ ଯୋଗ ଦେଇ ଫାଇଲେରିଆ ନିରାକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଡ. ଉମାକାନ୍ତ ମିଶ୍ର,CDMO , ଗଞ୍ଜାମ ଫାଇଲେରିଆ ରୋଗ ବିଷୟରେ ଆଲୋକପାତ କରିଥିଲେ। ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ (ADM) ଦେବବ୍ରତ ସାହୁ , ରବୀନ୍ଦ୍ର କୁମାର ପଟେଲ, ଡ. ସନ୍ତୋଷ କୁମାର ପାଢ଼ୀ , ଅଂଶୁମାନ ମହାପାତ୍ର (BDO), ଶ୍ୟାମ ସୁନ୍ଦର ତ୍ରିପାଠୀ ଉପସ୍ଥିତ ଥିଲେ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଓ EISAI ପକ୍ଷରୁ ଡ. ସୁନୀତା କ୍ରିଷ୍ଣନ ଡ଼ି ଡ଼ି, BMGF, India, ଭିଭିଆନ୍ ହେକ୍ସ (ଜାପାନ୍), ଗଉରୀ ରାଓ ଏବଂ ଡ. ବିଶାଲ ଡୋଜନା ଏହି ସାମୂହିକ ଔଷଧ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। PCI India ପକ୍ଷରୁ ରାଜଶ୍ରୀ ଦାସ, ଏବଂ ଅଜିତ ବସନ୍ତ ରାଏ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କାର୍ଯକ୍ରମଶେଷରେ ଜାତିୟ ସେବା ଯୋଜନା ଜିଲ୍ଲା କାର୍ଯ୍ୟକାରୀ ଅଧିକାରୀ ଗଣେଶ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମକୁ GHS ର ସହଯୋଗରେ ଆୟୋଜନ କରାଯାଇଥିଲା। ଏହି ସଭାରେ ଅତିଥି ମାନେ ସ୍ବେଚ୍ଛାସେବୀ ମାନଙ୍କୁ ଔଷଧ ଖୁଆଇ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ତାପରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକାରୀ ଅଧିକାରୀ ଡ. ସଂକର୍ଶନ ମଲ୍ଲିକ ଏବଂ ଗଂଜାମ ଜିଲ୍ଲାର ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ଅଧିକାରୀ ଡ. ସୁଜିତ୍ କାର୍ଜି ଏହି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଏନ ଏସ ଏସ ର ଶତାଧିକ ସ୍ଵେଚ୍ଛାସେବୀ ଓ କାର୍ଯ୍ୟକାରୀ ଅଧିକାରୀ ଯୋଗ ଦେଇ ଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣ ବିଭାଗ ତରଫରୁ ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *