ବୁଟୁପାଲି ଶ୍ରୀରାଧା ମାଧବ ସେବାଶ୍ରମରେ ଆୟୁର୍ବେଦିକ ଓ ପ୍ରାକୃତିକ ଚିକିତ୍ସା ଶିବିର ଆୟୋଜିତ
ସୁବର୍ଣ୍ଣପୁର: ବୌଦ୍ଧ ବୁଟୁପାଲି ସ୍ଥିତ ଶ୍ରୀରାଧାମାଧବ ସେବାଶ୍ରମ ପରିସରରେ ଏକ ଆୟୁର୍ବେଦିକ ଓ ପ୍ରାକୃତିକ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରରେ ଗଞ୍ଜାମ ଛତ୍ରପୁରର ଆୟୁର୍ବେଦିକ ଓ ପ୍ରାକୃତିକ ଚିକିତ୍ସା ବିଶେଷଜ୍ଞ ଡ଼ା. ନିରାକାର ବେହେରା ଯୋଗ ଦେଇ ସମସ୍ତ ରୋଗୀ ଙ୍କୁ ଚିକିତ୍ସା ପ୍ରଦାନ କରିଥିଲେ । ବିଶେଷ କରି ଯେଉଁ ମାନେ ଆଣ୍ଠୁ ଗଣ୍ଠି ବାତ, ଶାରୀରିକ ପୀଡ଼ା, ଡାଇବେଟିସ, ଥାଇରଏଡ, ମାନସିକ ରୋଗ, ଏବଂ ଅନ୍ୟାନ୍ୟ ଯେ କୌଣସି ପ୍ରକାରର ଦୀର୍ଘ କାଳୀନ ରୋଗ ର ଶିକାର ହେଉଛନ୍ତି ସେମାନଙ୍କ ପାଇଁ ଏହି ଆୟୁର୍ବେଦିକ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା । ଏହି ଚିକିତ୍ସା ଶିବିର ରେ ଯୋଗ ଦେଇ ନିଜର ନାଡି ପରୀକ୍ଷା କରି ନିଜ ଭିତରେ ଥିବା ରୋଗ ଏବଂ ଅନେକ ଶାରୀରିକ ସମସ୍ୟା ର ଉପଯୁକ୍ତ ଔଷଧ ପ୍ରାପ୍ତି ହୋଇଥିଲେ । ବିଭିନ୍ନ ଆଧୁନିକ ଯନ୍ତ୍ର ଦ୍ଵାରା ସମସ୍ତଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା l ଏହି ଶିବିରରେ ମାହେଶ୍ୱରୀ ଗୋଶାଳାର ଅଧ୍ୟକ୍ଷ ତଥା ବୈଦ୍ୟ ନିର୍ଗୁଣ ମହାକୁଡ଼ଙ୍କ ଦ୍ୱାରା କଂସା ଥେରାପି, ଡା. ନିରାକାର ବେହେରା ଓ ସହଯୋଗୀଙ୍କ ଦ୍ୱାରା ହାଡ଼ ଚିକିତ୍ସା , ସ୍ନାୟୁ ଚିକିତ୍ସା , ପର୍ସ ଚିକିତ୍ସା ମାଧ୍ୟମରେ ଚିକିତ୍ସା କରାଯାଇଥିଲା l ଏହି ଶିବିରକୁ ସାମାଜିକକର୍ମୀ ରାଜକିଶୋର ଅଗ୍ରୱାଲ ଓ କୃତ୍ତିବାସ ପଲିଆଙ୍କ ସମେତ ଶ୍ରୀ ରାଧାମାଧବ ସେବାଶ୍ରମର ମୁଖ୍ୟ ଆଚାର୍ଯ୍ୟ ବ୍ରହ୍ମଚାରୀ ଆଦିତ୍ୟ ଦାସ, ସଦସ୍ୟ ଶଶାଙ୍କ ଶେଖର ପ୍ରଧାନ, ଆକାଶ ଜେନା ପ୍ରମୁଖ ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
