July 1, 2025
Home » ବୌଦ୍ଧରେ ଆର୍ଟ ଅଫ ଲିଭିଂ ପରିବାର ତରଫରୁ ରୁଦ୍ର ପୂଜା ଅନୁଷ୍ଠିତ

ବୌଦ୍ଧରେ ଆର୍ଟ ଅଫ ଲିଭିଂ ପରିବାର ତରଫରୁ ରୁଦ୍ର ପୂଜା ଅନୁଷ୍ଠିତ

0
WhatsApp Image 2024-08-04 at 1.03.00 PM

ବୌଦ୍ଧ ସହର ଶ୍ରୀ ଶ୍ରୀ ଚନ୍ଦ୍ରଚୁଡ଼ ମନ୍ଦିର ପରିସରରେ ଆର୍ଟ ଅଫ ଲିଭିଂ ପରିବାର ତରଫରୁ ପବିତ୍ର ଶ୍ରାବଣ ମାସ ଚିତାଲାଗି ଅମାବାସ୍ୟା ଅବସରରେ ରୁଦ୍ର ପୂଜା ଅନୁଷ୍ଠିତ ହୋଇଯାଇଛି l ପବିତ୍ର ଶ୍ରାବଣ ମାସରେ ରୁଦ୍ରାଭିଷେକ ପୂଜା କରିବା ଆମର ପରମ୍ପରା ଅଟେ l ଯାହା ବ୍ୟକ୍ତିତ୍ୱ ଓ ପରିବେଶ କୁ ଶୁଦ୍ଧ କରିଥାଏ l ଏହାର ପବିତ୍ର ମନ୍ତ୍ର ଶୁଣିବା ସହିତ ଧ୍ୟାନ କରିବା ବହୁତ ମହତ୍ୱପୂର୍ଣ୍ଣ ଅଟେ l

ରୁଦ୍ର ପୂଜା କରିବା ଦ୍ୱାରା ପିତୃ ଦୋଷ, ଗ୍ରହ ଦୋଷ, ବାସ୍ତୁ ଦୋଷ ଓ କର୍ମ ଦୋଷ ଖଣ୍ଡନ ହୋଇଥାଏ ବୋଲି ବିଶ୍ୱାସ ଅଛି l ଏହି ରୁଦ୍ର ପୂଜାରେ ରାଜଲଷ୍ମୀ ବିଶ୍ୱାଳ, ବିଜୟ କୁମାର ପ୍ରଧାନ, ସରୋଜ କୁମାର ସାହୁ, ଦେବାଶିଷ ପୁରୋହିତ, ଅରୁଣ ଦେହୁରୀ, କୃତ୍ତିବାସ ପଲିଆ, ସୁଜାତା ସାହୁ, ଚୌଧୁରୀ ସେଠି, ରବୀନ୍ଦ୍ର ସାହୁ, ରିତାକାନ୍ତି ବଲିଆରସିଂ, କୃଷ୍ଣଚନ୍ଦ୍ର ସାହୁ, ରାଜକୁମାର ବେହେରା, ଟୁନୁରାମ ଅଗ୍ରୱାଲ ପ୍ରମୁଖ ସଂକଳ୍ପ କରିଥିବା ବେଳେ ଆର୍ଟ ଅଫ ଲିଭିଂ ଟିଚର ମମତା ମିଶ୍ର, ବରୁଣ କୁମାର ମହନ୍ତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପଣ୍ଡିତ ହିମାଂଶୁ ଶେଖର ପଣ୍ଡା,ପଣ୍ଡିତ ଦେବେନ୍ଦ୍ର ଦାଶ ଓ ପଣ୍ଡିତ ଉମେଶ ଚନ୍ଦ୍ର ଦାଶ ପୂଜାକାର୍ଯ୍ୟ ତୁଲାଇଥିଲେ ଓ ଏହି ଅବସରରେ ଭଜନ କୀର୍ତ୍ତନ, ପ୍ରବଚନ, ସତସଙ୍ଗ ଓ ପ୍ରସାଦ ସେବନ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

 

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *