ବୌଦ୍ଧ ଜିଲ୍ଲାରୁ ପରିବର୍ତ୍ତନର ସ୍ୱର ,ସୁଭଦ୍ରା ଯୋଜନାରୁ ସୁନୀ ଗୌଡ଼ଙ୍କ ଆତ୍ମନିର୍ଭରତାର ଯାତ୍ରା l
ବୌଦ୍ଧ: ବୌଦ୍ଧ ଜିଲ୍ଲା ମୁରୁସୁଣ୍ଢୀ (ସରଣ୍ଡା) ଗ୍ରାମର ଶ୍ରୀମତୀ ସୁନୀ ଗୌଡ଼ଙ୍କ ଜୀବନରେ ସୁଭଦ୍ରା ଯୋଜନା ଆଣିଛି ନୂଆ ଆଶା ଓ ସମୃଦ୍ଧିର ସୁଯୋଗ। ପୂର୍ବରୁ ଏକ ଛୋଟ ଦୋକାନ ଥିଲା। ସୀମିତ ସାଧନ ଯୋଗୁଁ ପରିବାର ଚଳାଇବାରେ ଅନେକ ଅସୁବିଧା ହେଉଥିଲା। କିନ୍ତୁ ସୁଭଦ୍ରା ଯୋଜନାର କିସ୍ତି ମାଧ୍ୟମରେ ମିଳିଥିବା ସହାୟତାକୁ ସଠିକ୍ ଭାବେ ବିନିଯୋଗ କରି ସେ ନିଜ ଦୋକାନର କଳେବର ବୃଦ୍ଧି କରିଛନ୍ତି।
ଦୋକାନରେ ଫ୍ରିଜର୍, ସିଲାଇ ମେସିନ୍ ଆଦି ଯୋଡ଼ିବା ସହିତ ବ୍ୟବସାୟର ପରିସର ବଢ଼ିଛି। ଏବେ ସେ ଅଧିକ ସୁବିଧାରେ ପରିବାରର ଭରଣପୋଷଣ କରିପାରୁଛନ୍ତି।

“ଆଗକୁ ଆହୁରି ପରିଶ୍ରମ କରି ମୋ ଦୋକାନକୁ ବଡ଼ କରିବି” — ସୁନୀଙ୍କ ଏହି ଆତ୍ମବିଶ୍ୱାସ ତାଙ୍କ ସ୍ୱପ୍ନ ଓ ସଂକଳ୍ପର ପ୍ରତୀକ। ଏଥିପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ସୁଭଦ୍ରା ଯୋଜନାକୁ ନିଜ ସଫଳତାର ଶ୍ରେୟ ଦିଅନ୍ତି l ସୁନୀ ଗୌଡ଼ଙ୍କ ଏହି ଯାତ୍ରା କେବଳ ତାଙ୍କ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିନାହିଁ, ବରଂ ବୌଦ୍ଧ ଜିଲ୍ଲାର ଅନ୍ୟ ମହିଳାମାନଙ୍କ ପାଇଁ ଆତ୍ମନିର୍ଭରତାର ଏକ ପ୍ରେରଣାଦାୟୀ ଉଦାହରଣ ପାଲଟିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
