ବୌଦ୍ଧ ଜିଲ୍ଲା ବିଜେପି ସାଂସ୍କୃତିକ ପ୍ରକୋଷ୍ଟ ର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ
ସୁବର୍ଣ୍ଣପୁର : ବୌଦ୍ଧ ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ବିଜେପି ସାଂସ୍କୃତିକ ପ୍ରକୋଷ୍ଠର ପ୍ରଥମ ବାର୍ଷିକ ସାଧାରଣ ସଭା ବିଶ୍ବଜିତ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ର ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଜେପି ସଭାପତି ମାଗୁଣି ଗାଇଗୌରିଆ ଓ ବର୍ତ୍ତମାନର ଉପ-ସଭାପତି ଶ୍ୟାମସୁନ୍ଦର ପୁରୋହିତ, ପ୍ରକୋଷ୍ଠର ଜିଲ୍ଲା ସଂଯୋଜକ ଅରୁଣ ମେଣ୍ଡିଳି, ସହ-ସଂଯୋଜକ ବାଞ୍ଚାନିଧି ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ । ଜିଲ୍ଲାର ବୌଦ୍ଧ, କଣ୍ଟାମାଳ ଏବଂ ହରଭଙ୍ଗା ବ୍ଳକର ସଂଯୋଜକ ଓ ସହସଂଯୋଜକ ତଥା ପଚାଶରୁ ଅଧିକ କଳାକାର ଉପସ୍ଥିତ ଥିଲେ । ଜିଲ୍ଲା ବିଜେପି ସଭାପତି ଶ୍ରୀ ମିଶ୍ର ଉପସ୍ଥିତ କଳାକାର ଭାଇ ଭଉଣୀମାନଙ୍କୁ ଏକଜୁଟ ରହିବାକୁ ଆହ୍ଵାନ ଦେଇ କଳାକାର ମାନଙ୍କର ବିଭିନ୍ନ ଦାବି ଓ ସମସ୍ୟା ଉପରେ ଆଲୋକପାତ କରିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ସମ୍ମାନିତ ଅତିଥି ବୃନ୍ଦ ସାରା ଜିଲ୍ଲାର ସମସ୍ତ କଳାକାର ମାନଙ୍କୁ ସଂଗଠିତ କରି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସହଯୋଗ କରି କଳାକ୍ଷେତ୍ରରେ ଜିଲ୍ଲାକୁ ଆଗକୁ ନେବାପାଇଁ ଜିଲ୍ଲା ସଂଯୋଜକ ଶ୍ରୀ ଅରୁଣ ମେଣ୍ଡିଲିଙ୍କୁ ଅନୁରୋଧ କରିଥିଲେ । ଶେଷରେ କଣ୍ଟାମାଳ ବ୍ଳକର ସଂଯୋଜକ ବାମଦେବ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
