ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ଶୈକ୍ଷିକ ଭ୍ରମଣ
ସୁବର୍ଣ୍ଣପୁର: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ଆନ୍ତଃରାଜ୍ୟ ଶୈକ୍ଷିକ ଭ୍ରମଣ କାର୍ଯ୍ୟକ୍ରମ ବହୁ ଦିନ ବ୍ୟବଧାନ ପରେ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମବଙ୍ଗ ର ହାଓଡ଼ା ଜିଲ୍ଲା ର ଶିବପୁର୍ ଠାରେ ଥିବା ଭାରତ ର ସର୍ବବୃହତ୍ ଏଵଂ ସର୍ବପୁରାତନ ୧୭୭୮ମସିହା ରେ ସ୍ଥାପିତ ଆଚାର୍ଯ୍ୟ ଜଗଦୀଶ ଚନ୍ଦ୍ର ବୋଷ ଇଣ୍ଡିଆନ୍ ବୋଟାନିକାଲ ଗାର୍ଡେନ ର ନିମନ୍ତ୍ରଣ କ୍ରମେ ସେଠାକୁ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ସମ୍ମାନ ର +୩ ଦ୍ୱିତୀୟ ବର୍ଷ ୧୪ ଜଣ ଛାତ୍ର ଛାତ୍ରୀ ଉଦ୍ଭିଦ ବିଜ୍ଞାନ ର ବିଭାଗୀୟ ମୂଖ୍ୟ ତଥା ପରିବେଶ ବିଜ୍ଞାନୀ ଅଧ୍ୟାପକ ଡ଼ଃ. ପ୍ରବୀର କୁମାର ଦାସ ନେତୃତ୍ୱ ରେ ଦୁଇ ଦିନିଆ ଗସ୍ତରେ ଯାଇ ସେଠାରେ ଥିବା ବିଭିନ୍ନ ପୁରାତନ, ବିପଦ ସଙ୍କୁଳ ଓ ଦୁଷ୍ପ୍ରାପ୍ୟ ବୃକ୍ଷରାଜି ଉପରେ ଅଧ୍ୟୟନ କରିବା ସହ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ସେମାନଙ୍କୁ ମୁଖ୍ୟ ବୈଜ୍ଞାନିକ ଡଃ ସ୍ୱାମୀ ଏବଂ ଡ଼ଃ ବିଜୟ ସ୍ଵାଗତ କରିବା ସହ ସେଠାରେ ଥିବା ୨୫୦୦ ପ୍ରକାର ଉଦ୍ଭିଦ ବିଷୟରେ ଅବଗତ କରାଇବା ସହ ସମସ୍ତ ୨୫ ବିଭାଗ କୁ ବୁଲି ଦେଖାଇଥିଲେ । ସେଠାରେ ଥିବା ମୁଖ୍ୟ ଆକର୍ଷଣ ଥିଲା ୫.୩୩ ଏକର ଜମିରେ ଥିବା ୨୭୦ ବର୍ଷର ପୃଥିବୀର ସର୍ବ ବୃହତ୍ ବରଗଛ ଯାହାକି ଗିନିଜ ବୁକ୍ ଅଫ୍ ୱାଲ୍ଡ ରେକର୍ଡ ରେ ସ୍ଥାନ ପାଇଛି । ପୃଥିବୀର ସର୍ବ ବୃହତ୍ କଇଁ ଫୁଲ ଯାହାର ପତ୍ର ଗୋଟେ ମିଟର୍ ରୁ ବି ଅଧିକ ବହୁ ଆକର୍ଷଣୀୟ ଥିଲା । ଥାଇଲାଣ୍ଡ ରୁ ଆସିଥିବା ଗୋଟିଏ ଫଳ ଭିତରେ ଦୁଇଟି ନଡ଼ିଆ ପ୍ରଜାତି ଏବେ ବି ସେଠାରେ ସୁରକ୍ଷିତ ରହିଛି । ୨୫ ଲକ୍ଷ ପ୍ରକାର ର ହର୍ବlରୀୟମ ଆଉ ଏକ ଆକର୍ଷଣ। ବୋଟାନିକାଲ ସର୍ଭେ ଅଫ ଇଣ୍ଡିଆ ଦ୍ୱାରା ପରିଚାଳିତ ଏହି ଅନୁଷ୍ଠାନ ଭ୍ରମଣରେ ଅଧ୍ୟାପିକା ନିରୁପମା ପ୍ରଧାନ ଓ ଡେମନ୍ ଷ୍ଟ୍ରେଟର ପାର୍ଥ ସାରଥୀ ମିଶ୍ର ସହଯୋଗୀ ଭାବରେ ଗସ୍ତ କରିଥିଲେ। ସମସ୍ତ ଅଂଶଗ୍ରହଣକାରି ଛାତ୍ର ଛାତ୍ରୀ ମାନଙ୍କୁ ଅନୁଷ୍ଠାନ ର ଟୋପି ଓ ପୁସ୍ତକ ପ୍ରଦାନ କରାଯାଇଥିଲା ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
