ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯାଳୟରେ ଉପଖଣ୍ଡ ସ୍ତରୀୟ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଭୋଟର ସହାୟତା କେନ୍ଦ୍ର ଉଦଘାଟିତ ହେଲା

0 12

ବ୍ରହ୍ମପୁର :ଉପଖଣ୍ଡ ସ୍ତରୀୟ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଭୋଟର ସହାୟତା କେନ୍ଦ୍ରକୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଶ୍ରୀଯୁକ୍ତ ଟି. ଆଓ ଙ୍କ ଦ୍ୱାରା ଉପ-ଜିଲ୍ଲାପାଳଙ୍କ କାର୍ଯାଳୟ ଠାରେ ଉଦଘାଟନ ହୋଇଯାଇଛି l ଉପଖଣ୍ଡ ସ୍ତରୀୟ ଭୋଟର ସହାୟତା କେନ୍ଦ୍ର ନଭେମ୍ବର ୩୦ ତାରିଖ ପର୍ଯନ୍ତ ଚାଲୁରହିବ l ଭାରତୀୟ ନିର୍ବାଚନ କମିଶନରଙ୍କ ମାର୍ଗଦର୍ଶିକା ପ୍ରକାରେ ମୂଳ ଭୋଟର ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ୦୧ .୧୧ .୨୦୧୧ ଠାରୁ ତା.୩୦ .୧୧ .୨୦୧୧ ପର୍ଯ୍ୟନ୍ତ ଚାଲୁ ରହିବ । ଯେଉଁ ମାନେ ୧୮ ବର୍ଷରୁ ଉର୍ଦ୍ଧ ଭୋଟର ପଞ୍ଜିକରଣ କରିନାହାନ୍ତି ସେହି ମାନଙ୍କୁ ଶୀଘ୍ର ପଞ୍ଜିକରଣ କରିବା ପାଇଁ କୁହାଯାଇଛି l onlineରେ www.nvsp.in କିମ୍ଵା voter helpline ମୋବାଇଲ ଆପ ଦ୍ୱାରା ପଞ୍ଜିକରଣ କରିପାରିବେ l ଯଦିଆପଣଙ୍କ ବୟସ ତା.୦୧.୦୧ .୨୦୧୨ ସୁଦ୍ଧା ୧୮ ବର୍ଷ ହେବକୁ ଯାଉଛି ତେବେ ନୂତନ ଭୋଟର ଭାବରେ ନିଜ ନାମକୁ ଫର୍ମ -୬ ପଞ୍ଜିକରଣ କରିପାରିବେ l ଏହି ସମୟ ମଧ୍ୟରେ ଭୋଟରମାନେ ଫର୍ମ ୬ ନିଜର ନାମକୁ ନୂତନ ପଞ୍ଜିକରଣ, ଫର୍ମ ୭ ରେ ବାଦ, ଫର୍ମ 8 ରେ ତଥ୍ୟ ସଂଶୋଧନ, ଫର୍ମ ୮ -କ ରେ ନିଜ ନିର୍ବାଚନ ମଣ୍ଡଳିର ଗୋଟିଏ ଭାଗରୁ ଅନ୍ୟ ଭାଗକୁ ସ୍ଥାନାନ୍ତର କରିପାରିବେ

। ତା୦୭ .୧୧ .୨୦୧୧ ଠାରୁ ତା.୨୧ .୧୧ .୨୦୧୧ ରିଖ ପର୍ଯନ୍ତ ସ୍ୱତନ୍ତ୍ର ପ୍ରଚାର ଅଭିଯାନ ପାଳନ କରାଯିବ । ଉକ୍ତ ଦିନ ବୁଥ୍‌ସ୍ତରୀୟ ଅଧିକାରୀମାନେ ଦିନ ୧୦ଘଣ୍ଟା ଠାରୁ ଅପରାହ୍ନ ୫ଘଣ୍ଟା ପର୍ଯ୍ୟନ୍ତ ଭୋଟରମାନଙ୍କ ଠାରୁ ଫର୍ମ ଗ୍ରହଣ କରିବେ । ଉପଖଣ୍ଡର ସମସ୍ତ ବୁଥ୍‌ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ଉଦଘାଟନ ଉତ୍ସବରେ ଉପ -ଜିଲ୍ଲାପାଳ ଶ୍ରୀ ୱି.କୀର୍ତ୍ତୀ ୱାସନ, ସହକାରୀ ଜିଲ୍ଲାପାଳ ଶ୍ରୀ ଡ଼ି. ମଲେଶ୍ୱର ପାତ୍ର ଓ ଶ୍ରୀ ବିନୋଦ କୁମାର ବେହେରା ସମେତ କାର୍ଯାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l

ଗଂଜାମ ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.