January 25, 2025
Home » ବ୍ରହ୍ମପୁର କଳାକାର ଏକତା ମଂଚର ଦ୍ଵିତୀୟ ବାର୍ଷିକ ଉତ୍ସବ । ନାଟକ”ଓଲଟା ପାଲଟା” ମନ ମୋହିଲା

ବ୍ରହ୍ମପୁର କଳାକାର ଏକତା ମଂଚର ଦ୍ଵିତୀୟ ବାର୍ଷିକ ଉତ୍ସବ । ନାଟକ”ଓଲଟା ପାଲଟା” ମନ ମୋହିଲା

0

। ବ୍ରହ୍ମପୁର–ବ୍ରହ୍ମପୁର ସହରର ୨୦ ରୁ ଉର୍ଦ୍ଧ୍ବ ନାଟ୍ୟ ଏବଂ ସାଂସ୍କୃତିକ ଅନୁଷ୍ଠାନକୁ ନେଇ ଗଠିତ “ବ୍ରହ୍ମପୁର କଳାକାର ଏକତା ମଂଚ”ର ଦ୍ଵିତୀୟ ବାର୍ଷିକ ଉତ୍ସବ ରବିବାର ବ୍ରହ୍ମପୁର ପ୍ରକାଶମ ହଲରେ ଅନୁଷ୍ଠିତ ହୋଇଯାଇଛି । କଳାକାର ଏକତା ମଂଚ ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଟ୍ୟକାର ମେଜର ରମା ରମଣ ପାଢ଼ୀ ଓ କଳାପ୍ରେମୀ ଇଂ.ଯାମିନିକାନ୍ତ ଦାସ ପ୍ରମୂଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ବ୍ରହ୍ମପୁର କଳାକାର ଏକତା ମଂଚର ଗଠନ ଓ ଅଭିମୁଖ୍ୟ ର ପ୍ରଶଂସା କରିଥିଲେ । ,କଳାକାର ଏକତା ମଞ୍ଚ ଉପସଭାପତି ରାଜ ଗୋପାଳ ପାଢ଼ୀ ,ସାଧାରଣ ସମ୍ପାଦକ ଡା.ମିହୀର କୁମାର ତ୍ରିପାଠୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ଏହି ଅବସରରେ ବ୍ରହ୍ମପୁର ସହରରରେ ନାଟ୍ୟ ପ୍ରେକ୍ଷାଳୟର ଅଭାବବ ଅହେତୁକ ଦର ନେଇ ମୂଖ୍ୟ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ଅନିଲ ପାତ୍ର ଓ ସୁନିଲ ସ୍ୱାଇଁ ଅତିଥି ସମ୍ବର୍ଦ୍ଧନା ରେ ସହଯୋଗ କରିଥିଲେ । ବ୍ରହ୍ମପୁର କଳାକାର ଏକତା ମଞ୍ଚରେ ସାମିଲ ସମସ୍ତ ନାଟ୍ୟ ଅନୁଷ୍ଠାନର ମୁଖିଆଙ୍କ ସହ ମଂଚସ୍ଥ ନାଟକର ନାଟ୍ୟକାରଙ୍କୁ ଏହି ଅବସର ରେ ସମ୍ବର୍ଦ୍ଧିତ କରାଯାଇଥିଲା । କଳାକାର ଏକତାମଂଚର ଉପସଭାପତି ରାଜ ଗୋପାଳ ପାଢ଼ୀ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କଳାକାର ଏକତା ମଂଚର ଯୁଗ୍ମ ସମ୍ପାଦକ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । କଳାକାର ଏକତା ମଞ୍ଚ କୋଷାଧ୍ୟକ୍ଷ ସତ୍ୟ ମହାରଣାଙ୍କ ନେତୃତ୍ୱରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବ୍ରହ୍ମପୁର କଳାକାର ଏକତା ମଂଚର ଦ୍ଵିତୀୟ ବାର୍ଷିକ ଉତ୍ସବ ଅବସରରେ ନାଟ୍ୟକାର ମଦନ ମିଶ୍ରଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ”ଓଲଟା ପାଲଟା” ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା ।ନାଟକରେ ଅରୁଣ ସାହୁ ସଙ୍ଗୀତ ଦାୟିତ୍ୱ ତୁଲାଇଥିବା ବେଳେ ନାଟକରେ ଡା.ମିହୀର ତ୍ରିପାଠୀ,କୃଷ୍ଣଚନ୍ଦ୍ର ପଣ୍ଡା,ଡି.ଶିବଶଙ୍କର,,କୈଳାସ ପାଣିଗ୍ରାହୀ,ସ୍ବରାଷ୍ଟ୍ର ବାଡ଼ତ୍ୟା,ପ୍ରଶାନ୍ତ ପ୍ରତିନିଧି,ଆରତୀ ପାତ୍ର, କୁନି ପଣ୍ଡା ଓ ଜାହ୍ନବୀ ପଣ୍ଡା ନିଖୁଣ ଅଭିନୟ କରିଥିଲେ । କାର୍ଯ୍ୟକ୍ରମରେ ଵ୍ରହ୍ମପୁର କଳାକାର ଏକତା ମଂଚର ସମସ୍ତ ଉପଦେଷ୍ଟା,କର୍ମକର୍ତ୍ତା ଓ ସଦସ୍ୟଙ୍କ ସଜ ଅନ୍ୟ କଳାପ୍ରେମୀ ମାନେ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

You may have missed