ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୋନପୁର ଶାଖା ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ
ସୁବର୍ଣ୍ଣପୁର — ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ମୁଖ୍ୟ ପ୍ରଶାସିକା ସ୍ୱର୍ଗୀୟା ଦାଦି ପ୍ରକାଶ ମଣିଜି ଙ୍କର ୧୯ ତମ ପୁଣ୍ୟ ତିଥି ସ୍ମୁତି ଦିଵସ ପାଳନ ଅବସର ରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ର ସୋନପୁର ଶାଖା ପକ୍ଷରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ସୋନପୁର ଉପ ଜିଲ୍ଲାପାଳ ଡଃ.ସୌମ୍ୟରୂପା ରଥ , ସମ୍ମାନୀତ ଅତିଥି ଭାବରେ ଡା.ଦୁର୍ଗା ଦତ୍ତ ଦାଶ ଓ ବଡ଼ ଭଉଣୀ ବି .କେ ଜୟଶ୍ରୀ ଯୋଗ ଦେଇ ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ l ସଭା କୁ ମନୋଜ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ଜଗନ୍ନାଥ ଭାଇ ଧନ୍ଯବାଦ ଅର୍ପଣ କରିଥିଲେ l ୪୦ ଥର ରକ୍ତ ଦାନ କରିଥିବା ରକ୍ତ ଦାତା ତ୍ରିଲୋଚନ ପାଣିଗ୍ରାହୀ ଓ ୧୮ ଥର ରକ୍ତ ଦାନ କରିଥିବା ରକ୍ତ ଦାତା ଅଞ୍ଜଳୀ ପାଣିଗ୍ରାହୀ , ରକ୍ତ ଦାତା ମୋତି ଲାଲ୍ ମେହେର, ରାଜଶ୍ରୀ ଦାଶ, ସ୍ମରଣିକା ସ୍ୱାଇଁ, ରାଜୁ ମିଶ୍ର, ରଞ୍ଜିତ୍ ମେହେର, ପ୍ରମୁଖ ରକ୍ତ ଦାତା ଙ୍କୁ ଅତିଥି ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା l ଡା. ସରୋଜ କୁମାର ପଟେଲ ଙ୍କ ତତ୍ୱାବଧାନ ରେ ରକ୍ତ କେନ୍ଦ୍ର ର ଟେକ୍ନିସିଆନ୍ ସୁରଭି ଲେଙ୍କା, ଡେଫୋଡିଲ୍ ପଧାନ, ଜଗତ ନାରାୟଣ ଦରୁଆନ, ସୁଶାନ୍ତ ନାଏକ ଙ୍କ ଦ୍ୱାରା ରକ୍ତ ସଂଗ୍ରହ କରାଯାଇଥିଲା l ବ୍ରହ୍ମା କୁମାରୀ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଏହି ଶିବିର ରେ ୨୧ ଜଣ ପୁରୁଷ ଓ ୫ ଜଣ ମହିଳା ରକ୍ତ ଦାନ କରିଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ.
