August 24, 2026
Home » ଶ୍ରାବଣରେ ନାଗବମ୍ ଶିବ ଭକ୍ତ।

ଶ୍ରାବଣରେ ନାଗବମ୍ ଶିବ ଭକ୍ତ।

0
WhatsApp Image 2026-08-24 at 1.45.44 PM

 

ଦେଢ଼ କିଲୋମିଟର ଗଡି ଗଡି ଆଖଣ୍ଡଳମଣି ଶିବ ମନ୍ଦିର ରେ ଜଳ ଲାଗି କଲେ ବଗାଡ ଗ୍ରାମର ଶିବ ଭକ୍ତ।

ଶ୍ରାବଣ ମାସ ବୋଲ୍ ବମ୍ ଭକ୍ତ ଙ୍କ ଶିବ ଆରାଧନା ର ସମୟ। ଏହି ପବିତ୍ର ମାସରେ ସବୁ ଶିବ ମନ୍ଦିର ରେ ବୋଲ୍ ବମ୍ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥାଏ। ମାନସିକ କରିଥିବା ଭକ୍ତ ମାନେ ବିଭିନ୍ନ ମୁଦ୍ରା ରେ ମନ୍ଦିର ଯାଇ ଶିବଙ୍କ ମସ୍ତକରେ ଜଳ ଲାଗି କରିଥାନ୍ତି। କିଏ କାଉଡ଼ିଆ ଧରି ତ ଆଉ କିଏ ଧାଇଁ ଧାଇଁ ତ ଆଉ କିଏ ଦଣ୍ଡ ମୁଦ୍ରା ରେ ଯାଇଥାନ୍ତି। ବିଗତ କିଛି ବର୍ଷ ହେଲା ଧର୍ମଗଡ ଅଞ୍ଚଳରେ ବୋଲ୍ ବମ୍ ଭକ୍ତ ମାନେ ରାସ୍ତାରେ ଗଡି ଗଡି ଯାଇ ଜଳ ଲାଗି କରିବାର ନିଆରା ଦୃଶ୍ୟ ଦେଖିବାକୁ ମିଳୁଛି। ସାପ ଭଳି ଗଡି ଗଡି ଯାଉଥିବାରୁ ଏହାକୁ ନାଗବମ୍ କୁହାଯାଇଛି।

ଶ୍ରାବଣ ମାସର ଶେଷ ସୋମବାର। ଆଜି ଧର୍ମଗଡ ନିକଟସ୍ଥ ବଗାଡ ଗ୍ରାମର ବୋଲବମ୍ କମିଟି ର ୪୦ ଜଣ ଶିବ ଭକ୍ତ ଗ୍ରାମର ଉପଖଣ୍ଡ କେନାଲରୁ ଜଳ ଧରି ଗ୍ରାମ ଭିତରେ ଥିବା ଆଖଣ୍ଡଳମଣି ଶିବ ମନ୍ଦିରକୁ ପ୍ରାୟ ଦେଢ଼ କିଲୋମିଟର ରାସ୍ତା ଗଡି ଗଡି ଯାଇ ଜଳଲାଗି କରିବା ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଭକ୍ତିମୟ ଭାବ ସୃଷ୍ଟି କରିଥିଲା। ଏହି ଭକ୍ତ ମାନଙ୍କ ଯାଉଥିବା ରାସ୍ତା ଉପରେ କିଏ କ୍ଷୀର, ପାଣି, ଫୁଲ ପକାଉଥିଲା ତ କିଏ ନିମ୍ବପତ୍ର ରାସ୍ତାରେ ପକାଇ ସେମାନଙ୍କର କଷ୍ଟ ଲାଘବ ପାଇଁ ଚେଷ୍ଟା କରୁଥିଲେ। ହରିବୋଲ ଓ ହୁଳହୁଳି ଧ୍ୱନୀରେ ସାରା ଗ୍ରାମ ପ୍ରକମ୍ପିତ ହୋଇ ଉଠିଥିଲା। ପ୍ରତିବର୍ଷ ମାନସିକ ଧାରି ଶିବ ଭକ୍ତ ମାନେ ବିଭିନ୍ନ ମୁଦ୍ରା ରେ ଆସି ଆଖଣ୍ଡଳମଣି ଶିବ ମନ୍ଦିରରେ ଜଳାଭିଷେକ କରିଥାନ୍ତି ବୋଲି ପୂଜକ ରାଧେ ଶ୍ୟାମ ପଣ୍ତା ପ୍ରକାଶ କରିଛନ୍ତି। ଏହି ଅବସରରେ ମନ୍ଦିରର ପ୍ରତିଷ୍ଠାତା ଶ୍ରୀମତି ସ୍ନେହଲତା ଅଗ୍ରୱାଲ, ଶ୍ରବଣ କୁମାର ଅଗ୍ରୱାଲ,ଗ୍ରାମର ସର୍ବଶ୍ରୀ ଗଙ୍ଗାଧର ବେହେରା,ପଦ୍ମନାଭ ପ୍ରହରାଜ, ବିଜୟ ବେହେରା,ବିଶ୍ୱଜିତ୍ ବେହେରା, କୃଷ୍ନ ନାଏକ ସମେତ ବହୁ ଗ୍ରାମବାସୀ ଶିବ ମନ୍ଦିର ପର୍ୟ୍ୟନ୍ତ ଉପସ୍ଥିତ ରହି ନାଗ ବାମ ଭକ୍ତ ମାନଙ୍କ ସେବା ଶୁଶ୍ରୁଷା କରିଥଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *