December 26, 2024
Home » ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ୯୨ ପ୍ରକଳ୍ପ ପ୍ରଦର୍ଶିତ

ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ୯୨ ପ୍ରକଳ୍ପ ପ୍ରଦର୍ଶିତ

0

ରାମନାଗୁଡା: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାମନାଗୁଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ଙ୍କ ଦ୍ଵାରା ଉଦ୍ ଘାଟିତ ହୋଇଥିଲା। ଉକ୍ତ ପ୍ରଦର୍ଶନୀ କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ଅଧିକାରୀ ବାବୁ ଅତିଥି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାମୋଦର ହିମିରିକା, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ହୋଇ ଶିଶୁ ମାନଙ୍କୁ ବିଜ୍ଞାନ ସମ୍ପର୍କିତ ଅଭିଭାଷଣ ଦେଇଥିଲେ।ଏହି ପ୍ରଦର୍ଶନୀ ରେ ମୋଟ ୯୨ ଟି ପ୍ରକଳ୍ପ ତିନୋଟି ପର୍ଯ୍ୟାୟରେ ବ୍ଲକର ସମସ୍ତ ବିଦ୍ୟାଳୟ ରୁ ଜଣେ ଜଣେ ଛାତ୍ର ଛାତ୍ରୀ ଭାଗ ନେଇଥିଲେ।

ଏହାର ବିଚାରକ ଭାବେ ଗୁଣୁପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ରୁ ଗୁମୁଡ଼ା ଉକାମ୍ବା ଉଚ୍ଚ ବିଦ୍ୟାଳୟ ରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇ ସର୍ବଶ୍ରେଷ୍ଠ ପ୍ରକଳ୍ପ ସବ ଜୁନିୟର ଏବଂ ତୃତୀୟ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ନିଆ ଯାଇଥିବା ବେଳେ ଜୁନିୟର ଗ୍ରୁଫରୁ ଷଷ୍ଠ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ଓ ସିନିୟର ଗ୍ରୁଫ ନବମ ଓ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ମୋଟ ୧୩ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା କୁ ମନୋନୀତ ହୋଇଥିଲେ।ସବ ଜୁନିୟର ଗ୍ରୁଫ ରୁ ଅନୁସୂୟା ସେନାପତି ପ୍ରଥମ ସ୍ଥାନ ସେବାଶ୍ରମ ମାଝୀଗୁଡ଼ାରେ ଚତୁର୍ଥ ଶ୍ରେଣୀ , ଦ୍ୱିତୀୟ ସ୍ଥାନ ଦୀପକ କାଡ୍ରାକା ପଞ୍ଚମ ଶ୍ରେଣୀ ଉଚ୍ଚ ବିଦ୍ୟାଳୟ ପେନକାମ, ତୃତୀୟ ସ୍ଥାନ ଏସ ହେମଲତା ଚତୁର୍ଥ ଶ୍ରେଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିବରାମପୁର ସେହିପରି ଜୁନିୟର ଗ୍ରୁଫରୁ ପ୍ରଥମ ସ୍ଥାନ ବି ସୁବ୍ରମାନ୍ୟମ ଅଷ୍ଟମ ଶ୍ରେଣୀ ଛାତ୍ର ଉଚ୍ଚ ବିଦ୍ୟାଳୟ ପେନକାମ, ଦ୍ୱିତୀୟ ସ୍ଥାନ ପି ଜଗବନ୍ତ ସପ୍ତମ ଶ୍ରେଣୀ ଛାତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରାମନାଗୁଡା, ତୃତୀୟ ସ୍ଥାନ ତପନ ଲାବାଲା ସପ୍ତମ ଶ୍ରେଣୀ ଉଚ୍ଚ ବିଦ୍ୟାଳୟ ଗୋରଣ୍ଡା, ହୋଇଥିବା ବେଳେ ସେହିପରି ଭାବେ ସିନିୟର ଗ୍ରୁଫ ରୁ ସାତ ଜଣ ଙ୍କୁ ଜିଲ୍ଲା ସ୍ତର କୁ ଚୟନ କରାଯାଇଛି।ଗୌରୀ କୁସୁଲିଆ, ସୃତି ବେହେରା, ଜଗଦୀଶ କାଡ୍ରାକା, ମନୋଜ କଲକା, ଆୟୁଷ୍ମାନ ଚୌଧୁରୀ, ସସ୍ମିତା ପାଢ଼ୀ ଓ ଆନନ୍ଦ ଗୌଡ଼ଙ୍କ ସହ ଏହି ପ୍ରଦର୍ଶନୀ ରେ ଭାଗ ନେଇଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ସର୍ବମୋଟ ୮୩ ଜଣ ଗାଇଡ଼ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।ଏହି ପୁରସ୍କାର ବିତରଣ ଉତ୍ସବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ମୁଖ୍ୟ ଅତିଥି ଭାବେ ମଞ୍ଚାସୀନ ହେବା ସହ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରକଳ୍ପ କିପରି କରାଯିବ ସେ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ।ଏହି ପ୍ରଦର୍ଶନୀ କୁ ସମସ୍ତ ସିଆରସିସି ଓ ସହକାରୀ ଶିକ୍ଷକ ଜେ ନାଗାରାଜୁ, କୃଷ୍ଣ ପଟନାୟକ, ରମେଶ ମିଶ୍ର, ଗଦାଧର ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ।ଏଥି ସହିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ଆଶୁତୋଷ ପାତ୍ର ଓ ରମେଶ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ପରିଶେଷରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

ରାମନାଗୁଡାରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି।

Leave a Reply

Your email address will not be published. Required fields are marked *