ବ୍ଲକ ସ୍ତରୀୟ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ସୁବର୍ଣ୍ଣପୁର ଜିଲ୍ଲା କର୍ମଶାଳା ଅନୁଷ୍ଠିତ
ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଵୀରମହାରାଜପୁର ବ୍ଲକ ସଭାଗୃହ ରେ ବେସିକ ନିଡସ ଇଣ୍ଡିଆ ବାଙ୍ଗାଲୋର ସହାୟତା ରେ ରେଆର ସୋନପୁର ଦ୍ୱାରା ବ୍ଲକ ସ୍ତରୀୟ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ରେଆରର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ କାର୍ଯ୍ୟକ୍ରମ ର ଉଦେଶ୍ୟ ବିଷୟରେ ଉପସ୍ଥାପନା କରିଥିଲେ l ବୀରମହାରାଜପୁର ବ୍ଲକ ର ପନ୍ଦର ଗୋଟି ପଂଚାୟତ ରେ ଥିବା ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କ ବର୍ତ୍ତମାନ ସ୍ଥିତି ସମ୍ପର୍କ ରେ କାର୍ଯ୍ୟକ୍ରମ ସହାୟକ ମିତ୍ରଭାନୁ ମଲ୍ଲିକ ତଥ୍ୟ ପ୍ରଦାନ କରିଥିଲେ l ଏଥିରେ ଅତିଥିଭାବେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଞ୍ଜୁଲତା ମିଶ୍ର, ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ଶିବ କର୍ମୀ,ଟିକରାମ ପଟେଲ, ରୁପେଶ ନାଏକ, ଵୀରମହାରାଜପୁର ବ୍ଲକ ଜୀବିକା ମିଶନ ପ୍ରତିନିଧି ରଂଜିତ ଖମାରି, ସୁବଳୟା ଭି ଏ ଏସ ଡା.ଆକାଶ କୁମାର ସାହୁ, ବେସିକ ନିଡ଼ଶ ଇଣ୍ଡିଆ ରାଜ୍ୟ ସଂଯୋଜକ ରାଜୀବ କର୍ମୀ,ସିୟା ସମ୍ପାଦକ ସୁଦାମ ଗାଈଗରିଆ ଯୋଗ ଦେଇ ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କ ଚିକିତ୍ସା, ଜୀବନ ଜୀବିକା, ପରିବାର ସହାୟତା ଗୋଷ୍ଠୀ ର ନିରନ୍ତର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ l ଶେଷରେ କାର୍ଯ୍ୟକ୍ରମ ଅଧିକାରୀ ବିଶ୍ୱମ୍ବର ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସ୍ୱେଚ୍ଛାସେବୀ ପ୍ରତିଭା ଟାଳି, ଶାନ୍ତଶିନୀ ନାୟକ, ଜୟନ୍ତୀ ପଣ୍ଡା ସହଯୋଗ କରିଥିଲେ l
ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )