June 16, 2026
Home » ଭଞ୍ଜପୀଠ ମାଳିସାହିରେ ରାଜ୍ୟସ୍ତରୀୟ ଭଞ୍ଜ ଜୟନ୍ତୀ ଉତ୍ସବ ପାଳିତ

ଭଞ୍ଜପୀଠ ମାଳିସାହିରେ ରାଜ୍ୟସ୍ତରୀୟ ଭଞ୍ଜ ଜୟନ୍ତୀ ଉତ୍ସବ ପାଳିତ

0
unnamed (2)
ନୟାଗଡ଼ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର ପୀଠ ମାଳିସାହି ଠାରେ ରାଜ୍ୟସ୍ତରୀୟ ଭଞ୍ଜ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ ଯୋଗଦେଇ ଥିବାବେଳେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଡ଼ଃ ପବିତ୍ର ସୁବୁଦ୍ଧି, ସମ୍ମାନିତ ଅତିଥି ଭାବେ ପଶ୍ଚିମବଙ୍ଗ ୟୁକୋ ବ୍ୟାଙ୍କର ଡିଜିଏମ୍ ରମେଶ କୁମାର ସାହୁ ଯୋଗଦେଇ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର କ୍ଷେତ୍ର ମାଳିସାହି ଉପରେ ଆଲୋଚନା କରିଥିଲେ। ଏପରିକି ଅନାଲୋଚିତ ହୋଇ ରହିଥିବା ଏଭରି ଏକ ପବିତ୍ର ପୀଠର ଉନ୍ନତିକରଣ ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବି କରାଯାଇ ଥିଲା। ମୁଖ୍ୟବକ୍ତା ଡ଼ଃ ସୁବୁଦ୍ଧି ଓଡ଼ିଆ ସାହିତ୍ୟରେ ଭଞ୍ଜଙ୍କ ଭୂମିକା ଅବିସ୍ମରଣୀୟ ବୋଲି କହିବା ସହିତ ମା’କୁ ମାମୁଘର ଦେଖାଇବା ଯାହା ମାଳିସାହି ମାଟିରେ ଭଞ୍ଜଙ୍କ ବିଷୟରେ କହିବା ତାହା ବୋଲି କହିବା ସହିତ ଭଞ୍ଜଙ୍କ ସାଧନା ଓ ସିଦ୍ଧିର ମାଳିସାହିର ଅଧିକ ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି ଵୋଲି ସେ ନିଜ ବକ୍ତବ୍ୟରେ କହିଥିଲେ। ଅନୁଷ୍ଠାନର ସହ ସମ୍ପାଦକ ନୀରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ସୁନାମଧ୍ୟମ କଣ୍ଠଶିଳ୍ପୀ ନବକିଶୋର ମିଶ୍ର ଭଞ୍ଜ ସଙ୍ଗୀତ ଗାନ କରିଥିଲେ ଓ ପପି ସଙ୍ଗୀତ ପରିବେଷଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ନୟାଗଡ଼ ଜିଲ୍ଲାର ଚଳିତ ବର୍ଷର ମାଟ୍ରିକ ଟପ୍ପର ସରୋଜ କୁମାର ଜେନାଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଓଡ଼ିଶୀ ନୃତ୍ୟ ସହ ଅନ୍ୟାନ୍ୟ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ବେଶ୍ ଉପଭୋଗ୍ୟ ହୋଇଥିଲା।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *