ଭଦ୍ରାସାହି ହତ୍ୟାକାଣ୍ଡ ର ପର୍ଦାଫାସ, ୪୮ ଘଣ୍ଟା ମଧ୍ୟରେ ୨ଜଣ ଅଭିଯୁକ୍ତ ଗିରଫ ଜଣେ ନାବାଳକ
ଯୋଡ଼ା – କେନ୍ଦୁଝର ଜିଲ୍ଲା ଭଦ୍ରାସାହି ଅଞ୍ଚଳରେ ଗତ ମଙ୍ଗଳବାର ଦିନ ରକ୍ତାକ୍ତ ଅବସ୍ଥାରେ ମାଟି ଖାଲ ରୁ ମିଳିଥିବା ଅଜଣା ମୃତ ଦେହ ମାମଲାରେ ବଡ଼ବିଲ ପୋଲିସ ୨ ଜଣ ହତ୍ୟାକାରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ମୃତକ ଙ୍କ ପରିଚୟ ବାଦଲ ସିଂ ଓରଫ ହାତୀ ବୋଲି ଜଣାପଡିଛି।ସୂଚନା ଅନୁଯାୟୀ ଗତ ୯ ଜୁନ ଦିନ ଭଦ୍ରାସାହି ମୁଣ୍ଡାସାହି ନିକଟସ୍ଥ ଗ୍ୟାସ ପ୍ଲାଣ୍ଟ ପଛ ତଥା ଜାତୀୟ ୫୨୦ ନମ୍ବର ରାଜପଥ ରୁ ୮୦୦ ମିଟର ଦୂର ରେ ଥିବା ଏକ ମାଟି ଖାଲ ରେ ଏକ ଅଜଣା ମୃତ ଦେହ ପଡିଥିଲା।ସୂଚନା ପାଇ ବଡ଼ବିଲ ଥାନା ଅଧିକାରୀ ଅଶୋକ ନାୟକ , ବଡ଼ବିଲ ଏସ.ଡି.ପି.ଓ ଏବଂ ଯୋଡ଼ା ଥାନା ଇଂଚାର୍ଜ ସୁଶାନ୍ତ ପ୍ରଧାନ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ।ତେବେ ପ୍ରାରମ୍ଭିକ ତଦନ୍ତ ରୁ ଏହା ଏକ ହତ୍ୟା ବୋଲି ଜଣା ପଡିଥିବା ବେଳେ ପୋଲିସ ଏ ନେଇ କେସ ନମ୍ବର ୨୪୫/୨୬ ଆଧାର ରେ ବି.ଏନ.ଏସ ଧାରା ୧୦୩(୧)/୨୩୮ ଅନୁଯାୟୀ କ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା।ତେବେ ମୃତ ଶରୀର ଚିନ୍ହଟ ହୋଇପାରୁନଥିବାରୁ ପୋଲିସ ଆଖ ପାଖ ଅଞ୍ଚଳରେ ଘଟଣା ସମ୍ପର୍କରେ ପଚରା ଉଚରା କରିବା ସହ ଘଟଣା ସ୍ଥଳରେ ସନ୍ଧାନୀ କୁକୁର ଏବଂ ବୈଜ୍ଞାନିକ ଦଳର ସହାୟତା ରେ ଆବଶ୍ୟକୀୟ ପ୍ରମାଣ, ପତ୍ର ସଂଗ୍ରହ କରିଥିଲା।

ଏହାପରେ ବଡ଼ବିଲ ପୋଲିସ ଯୋଡ଼ା ପୋଲିସ ସହାୟତା ରେ ମୃତ ବାଦଲ ସିଂ ଓରଫ ହାତୀ ର ପରିଚୟ ଏବଂ ଠିକଣା ପାଇବାରେ ସଫଳ ହୋଇ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ। ଏହି ହତ୍ୟାକାଣ୍ଡ ରେ ୨ ଜଣ ସମ୍ପୃକ୍ତ ଥିବା ନେଇ ପ୍ରମାଣ ପାଇବା ପରେ ଉଭୟ ବଡ଼ବିଲ ଏବଂ ଯୋଡ଼ା ପୋଲିସ ମିଳିତ ଭାବେ ଯୋଡ଼ା କଳାପାହାଡ ଅଞ୍ଚଳରେ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛି ଯାହାଙ୍କ ମଧ୍ୟରୁ ଜଣେ ନାବାଳକ ରହିଛି ବୋଲି ପୋଲିସ ସୂଚନା ଦେଇଥିଲେ।ଅଭିଯୁକ୍ତ ଜଣକ ହେଲେ ଯୋଡ଼ା କଳାପାହାଡ ଅଞ୍ଚଳର ସଞ୍ଜୟ ମୁଣ୍ଡା ପିତା ଗଣେଶ ମୁଣ୍ଡା ବୋଲି ଜଣାପଡିଛି।ତଦନ୍ତ ରୁ ଜଣାପଡିଛି ଯେ ମୃତ ବାଦଲ ଏବଂ ଉଭୟ ଅଭିଯୁକ୍ତ ପୂର୍ବରୁ ଚୋରୀ ଏବଂ ଲୁଟ ଭଳି ବେଆଇନ କାର୍ଯ୍ୟକଳାପ ରେ ସମ୍ପୃକ୍ତ ଥିଲେ।ଚୋରି ସାମଗ୍ରୀ ର ବଣ୍ଟନ ନେଇ ଉଭୟ ଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ଯାହା ପରେ ହତ୍ୟା ର ମୂଳ କାରଣ ଥିଲା ବୋଲି ଜଣାପଡିଛି। ଅଭିଯୁକ୍ତ ନାବାଳକ ମୃତ ବାଦଲ ର ମୋବାଇଲ ଫୋନ କୁ କିଛି ଦିନ ପୂର୍ବରୁ ନିଜ ପାଖରେ ରଖି ବ୍ୟବହାର କରୁଥିଲା।କିନ୍ତୁ ଗତ ୮ ଜୁନ ସେମାନେ ଯୋଡ଼ା କଳାପାହାଡ ରେ ଥିବା ନାବାଳକ ର ଘରେ ଏକତ୍ରିତ ହୋଇ ଫୋନ ଟି କୁ ବାଦଲ କୁ ଫେରାଇ ଥିଲେ।ହେଲେ ତାପରେ ସେମାନେ ଭଦ୍ରାସାହି ମୁଣ୍ଡା ସାହି ଗ୍ୟାସ ପ୍ଲାଣ୍ଟ ପାଖ ପଡିଆ ରେ ସନ୍ଧ୍ୟା ସମୟରେ ମଦ, ଗଞ୍ଜେଇ ସେବନ କରୁଥିବା ବେଳେ ଚୋରି ସାମଗ୍ରୀ ବଣ୍ଟନ ନେଇ ଉଭୟ ଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଅତ୍ୟଧିକ ନିଶା ସେବନ କରି ବାଦଲ ସୋଇପଡିଥିବା ବେଳେ ସୁଯୋଗ ଦେଖି ଅଭିଯୁକ୍ତ ସଞ୍ଜୟ ଏବଂ ନାବାଳକ ଉତ୍କ୍ଷିପ୍ତ ହୋଇ ଏକ ପଥର ରେ ବାଦଲ ମୁଣ୍ଡରେ ଏକାଧିକ ବାର ଆକ୍ରମଣ କରି ଲୋହୁ ଲୁହାଣ କରି ଆଘାତ କରିଥିଲେ।ଯାହାଫଳରେ ଘଟଣା ସ୍ଥଳରେ ହିଁ ବାଦଲ ର ମୃତ୍ୟ ହୋଇଥିଲା।ପରବର୍ତ୍ତୀ ସମୟରେ ବାଦଲ ର ମୃତ ଦେହକୁ ପାଖରେ ଥିବା ଏକ ମାଟି ଖାଲ ରେ ପକେଇ ବାଦଲ ର ଫୋନ କୁ ନେଇ ଉଭୟ ସେଠାରୁ ଚମ୍ପଟ ମାରିଥିଲେ।ଏ ନେଇ ଉଭୟ ଅଭିଯୁକ୍ତ ଦୋଷ କୁ ସ୍ୱୀକାର କରିବା ସହ ପୋଲିସ ସେମାନଙ୍କ ଠାରୁ ଏକ ମୋବାଇଲ ଫୋନ ଜବତ କରିବା ସହ ହତ୍ୟାରେ ବ୍ୟବହୃତ ହୋଇଥିବା ପଥର କୁ ଘଟଣା ସ୍ଥଳରୁ ଉଦ୍ଧାର କରିଛି।ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ନାବାଳିକା କୁ ବାଳ ସୁଧାର ଗୃହ କୁ ପଠାଇଥିବା ନେଇ ବଡ଼ବିଲ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।ତେବେ ଘଟଣା ର ୪୮ ଘଣ୍ଟା ମଧ୍ୟରେ ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରିଥିବାରୁ ଉଭୟ ବଡ଼ବିଲ ପୋଲିସ ଏବଂ ଯୋଡ଼ା ପୋଲିସ କୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।
