August 21, 2026
Home » ଭାରତୀୟ ମଜଦୂର ସଂଘ ପକ୍ଷରୁ ଶ୍ରମିକ ମାରଣ ନୀତି ପ୍ରତିବାଦରେ ଗଣ ଧାରଣା କୁ ନେଇ ସାମ୍ବାଦିକ ସମ୍ମିଳନୀ

ଭାରତୀୟ ମଜଦୂର ସଂଘ ପକ୍ଷରୁ ଶ୍ରମିକ ମାରଣ ନୀତି ପ୍ରତିବାଦରେ ଗଣ ଧାରଣା କୁ ନେଇ ସାମ୍ବାଦିକ ସମ୍ମିଳନୀ

0
WhatsApp Image 2026-06-16 at 7.39.38 PM (1)

ରାୟଗଡ଼ା:ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ଓଡିଶା ଘରୋଇ ଉଦ୍ୟୋଗ ମଜଦୁର ମହାସଙ୍ଘ ତରଫରୁ ଆସନ୍ତା ଗୁରୁବାର ୧୮/୦୬/୨୦୨୬ ଦିନ ଶହ ଶହ କର୍ମଚାରୀ କଟକ ସ୍ଥିତ ଯୁଗ୍ମ ଶ୍ରମ ଆଯୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନସନ ରେ ବସିରହିବେ ଏଠାରେ ସୂଚନା ଜ୍ୟୋଗ୍ୟ ଯେ ଯୁଗ୍ମ ଶ୍ରମ ଆଯୁକ୍ତ ମାନନୀୟା କଳ୍ପନା ମିଶ୍ର ଙ୍କର କମ୍ପାନୀ ପ୍ରୀତି ଓ ଶ୍ରମିକ ମାରଣ ନୀତି କୁ ବିରୋଧ କରି କଟକ ଜିଲ୍ଳାର ସମସ୍ତ ଘରୋଇ ଉଦ୍ୟୋଗରରେ କାର୍ଯ୍ୟରତ ଶ୍ରମିକ ଭାଇ ଏକତ୍ରିତ ହୋଇ ଏହାକୁ ବିରୋଧ କରିବା ସହ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣ ଧାରଣରେ ବସି ରହିବେ ବୋଲି ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍ଘ ପକ୍ଷରୁ କହିଛନ୍ତି,ଏଠାରେ ସୂଚନା ଯୋଗ୍ୟ ଯେ ଟାଟା ଷ୍ଟିଲ FAP ଆଠଗଡ଼ ଠିକା ଶ୍ରମିକ ସଙ୍ଘ ନାମରେ ଏକ ପଞ୍ଜିକରଣ ନିମନ୍ତେ ଗତ ୨୦୨୫ ନଭେମ୍ବର ମାସରେ ଦରଖସ୍ତ କରିଥିଲେ

କିନ୍ତୁ ପରୀତାପର ବିଷୟ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାଇ କୌଣସି ଶ୍ରମିକ ସଙ୍ଘକୁ ଆବେଦନର ୪୫ ଦିନ ମଧ୍ୟରେ ପଞ୍ଜିକୃତ କରିବାର ବ୍ୟବସ୍ଥା ଥିଲେ ମଧ୍ୟ କଟକ ଜିଲ୍ଲାର ଶ୍ରମ ଅଧିକାରୀ ଓ ଯୁଗ୍ମ ଶ୍ରମ ଆଯୁକ୍ତ ସରକାରଙ୍କ ନିର୍ଦେଶ କୁ ଫୁ କରି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ହାତ ବାରିଶି ହୋଇ କାର୍ଯ୍ୟ କରୁଛନ୍ତି ବୋଲି ରାୟଗଡ଼ା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ ଏବଂ ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଟ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘ ର ଉପସଭାପତି ଶ୍ରୀ ଯୋଗେଶ୍ୱର ଦାସ, ଓଡ଼ିଶା କନଷ୍ଟକସନ ମଜଦୂର ମହାସଂଘର ରାଜ୍ୟ ସଭାପତି ଶ୍ରୀ ମନୋଜ ବସନ୍ତରାୟ ଉପସ୍ଥିତ ରହି ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଓଡିଶା ଗୋଟିଏ ଶାନ୍ତିପ୍ରିୟ ରାଜ୍ୟ ଏଠାରେ ମୋହନ ଭାଇ ସରକାର ଏକ ଲୋକଙ୍କ ସରକାର ହୋଇଥିବାରୁ ଶ୍ରମିକ ମାନେ ନ୍ୟାୟ ପାଇବେ ବୋଲି ଆଶା କରିଛନ୍ତି ମାତ୍ର ଓଡିଶା ଘରୋଇ ଉଦ୍ୟୋଗ ମଜଦୁର ମହାସଙ୍ଘ ର ରାଜ୍ୟ ସଭାପତି ଅଶୋକ କୁମାର ସ୍ୱାଇଁ କହିଛନ୍ତି ରାଜ୍ୟ ସରକାରଙ୍କୁ ବଦନାମ କରିବାପାଇଁ କିଛି ଅସାଧୁ କର୍ମଚାରୀ ଙ୍କର ଏହା ଏକ ସୁ ଚିନ୍ତିତ ଯୋଜନା ଏହାକୁ ସଙ୍ଘ ଘୋର ବିରୋଧ କରିବ ବୋଲି ପ୍ରକାଶ କରିଛନ୍ତି।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed