January 25, 2025
Home » ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ମୃତ୍ତିକା ସରଂକ୍ଷଣ ଓଭରସିୟର 

ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ମୃତ୍ତିକା ସରଂକ୍ଷଣ ଓଭରସିୟର 

0

 

ସୁବର୍ଣ୍ଣପୁର  ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ମୃତ୍ତିକା ସରଂକ୍ଷଣ ଓଭରସିୟର l ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସହକାରୀ ମୃତ୍ତିକା ସରଂକ୍ଷଣ ଓଭରସିଅର ସୁଧାଂଶୁ ଶେଖର ରଣା ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି l ଆଜି ଜଣେ ବ୍ୟକ୍ତି ଙ୍କ ଠାରୁ ଫାର୍ମପଣ୍ଡ ର ମଷ୍ଟର ରୋଲ ପ୍ରସ୍ତୁତ କରିବା ପାଇଁ 11 ହଜାର ଟଙ୍କା ଲାଞ୍ଚ ନେଇଥିଲେ l

ଲାଞ୍ଚ ଟଙ୍କା ନେଇ ଆସୁଥିବା ବେଳେ ତାଙ୍କୁ ପଟାଭାଡ଼ି ସ୍ଥିତ ସୁରେନ୍ଦ୍ର ସାଏ ଛକ ରେ ସୋନପୁର ଓ ବରଗଡ଼ ଭିଜିଲାନ୍ସ ବିଭାଗ ଧରିଥିଲେ l ତାଙ୍କ ପାଖରୁ କେମିକାଲ ପ୍ରଲେପ ଦିଆ ଟଙ୍କା ଉଦ୍ଧାର କରି ଅଟକ ରଖିବା ସହିତ ଉଲୁଣ୍ଡା ସ୍ଥିତ କାର୍ଯ୍ୟାଳୟ ଓ ବାସଭବନ ରେ ତଲାସୀ ଜାରି ରଖିଥିବା ସୂଚନା ମିଳିଛି l

 

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *