ଭୀମେଶ୍ୱରମନ୍ଦିର ପାର୍କରେ ହୋଲିଉତ୍ସବ ପାଳନ

ଧରାପୃଷ୍ଟକୁ ଋତୁରାଜ ବସନ୍ତର ଆଗମନ। ଆମ୍ରକୁଞରେ ବଉଳ ମହକର ବାସ୍ନାରେ କୋଇଲିର କୁହୁକୁହୁ ତାନ, ସ୍ଵାଗତ ନିସ୍ୱନ, ମୃଦୁ ମଳୟର ଶିହରଣ । ସତେ ଯେମିତି ସେଇ ଅମୃତମୟ ପରିବେଶ ରେ ଦୋଳପର୍ବ ଓ ରଙ୍ଗରପର୍ବ ହୋଲି ଧରା ପୃଷ୍ଟରେ ଜନଜୀବନକୁ ବିଭିନ୍ନ ରଙ୍ଗରେ ରଙ୍ଗାୟିତ କରିବା ନିମନ୍ତେ ତତ୍ପର। ପ୍ରେମମୟ ମହାପ୍ରଭୁ ଶ୍ରୀକୃଷ୍ଣ ଓ ପ୍ରେମମୟୀ ଶ୍ରୀରାଧାଙ୍କ ଦୋଳତ୍ସବ ଏବଂ ହୋଲି ପର୍ବ ବୈଷ୍ଣବଧର୍ମ ର ପ୍ରଚାର ପ୍ରସାରର ଗୁରୁତ୍ବ ବହନ କରି ପ୍ରେମ ପ୍ରଣୟର ଲୀଳା, ମାନବ ଜୀବନ ରେ ପ୍ରେମମୟ ଓ ଭକ୍ତି ଭାବ ଜାଗ୍ରତ କରେ। ଜନ ମାନସରେ ଏଇ ଭାଵପୂର୍ଣ୍ଣ ପାର୍ବଣର ଫଲ୍ଗୁଧାରା ଅଜଣା ପୁଲକ ସୃଷ୍ଟିକରିଥାଏ।
ଭୀମେଶ୍ୱର ପାର୍କ ପରିସର ମଧ୍ଯରେ ଭ୍ରମଣକାରୀ ସଂଘ ତରଫରୁ ଏଇ ରଙ୍ଗର ପର୍ବ ହୋଲି ଉତ୍ସବ ମହା ସମାରୋହ ରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବିଶିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ରମେଶଚ଼ନ୍ଦ୍ର ମହାନ୍ତି ଓ ମୁରଲୀଧର ମହାପାତ୍ର ଯୋଗଦେଇଥିଲେ, ସଂଘର ଉପଦେଷ୍ଟା ଶ୍ରୀଯୁକ୍ତ କୃଷ୍ଣଚ଼ନ୍ଦ୍ର ବଡ଼ୁIAS ସଭାପତିତ୍ବ କରିଥିବା ସ୍ଥଳେ ମୁଖ୍ଯବକ୍ତା ଭାବେ ଗଣେଶ କୁମାର ପ୍ରଧାନ ଯୋଗଦେଇ ହୋଲିପର୍ବ ସଂପର୍କରେ ଭାଷଣ ପ୍ରଦାନ କରିଥଲେ।
ଉତ୍ସବରେ ଉପସ୍ଥିତ ସଭ୍ୟମାନଙ୍କ ମଧ୍ଯରେ, ବିନୋଦ ବିହାରୀ ପଲାଇ,ଶଙ୍କର ସାହୁ, ବିଷ୍ଣୁଚ଼ରଣ ପ୍ରଧାନ, ସୁଧାଂଶୁ ଶେଖର ହରିଚ଼ନ୍ଦନ, ପଦ୍ମନାଭ ଷଢଙ୍ଗୀ, ବିଶ୍ୱନାଥ ବେହେରା ଲୋକନାଥ ମିଶ୍ର, ବିନୋଦବିହାରୀ ପରିଡ଼ା, ରାଜକିଶୋର ଦାସ,ଉପେନ୍ଦ୍ରବେହେରା,ମଞ୍ଜୁଶ୍ରୀ ଦାସ, ଉଷାରାଣୀ ମହାନ୍ତି, ସୁନୀତା ପଟ୍ଟନାୟକ, ନୀବେଦିତା ଜେନା, ମାମା ସାହୁ, ପଙ୍କଜିନି ପାତ୍ର,କଳ୍ପନାପଟ୍ଟନାୟକ, ବିଦ୍ୟୁଲତା ପାଣି, ରିନା ପାଢୀ, ରଂଜୁବାଳା ସାହୁ, ମଜୁଲତା ମଲ୍ଲ, ସଂଯୁକ୍ତା ଗୁରୁ,ନମିତା ରାଜଗୁରୁ, ସୌଦାମିନୀ ମହାପାତ୍ର, ଶ୍ରୀକାନ୍ତ ମହାନ୍ତି,ମହାଦେବ ଗରାବଡୁ,ବନବିହାରୀ ରଥ,ହୃଷିକେଶ ସତପଥି, ହୃଦାନନ୍ଦ ଦାସ, ସୁରେନ୍ଦ୍ରନାଥ ମହାଳିକ, ସୋମନାଥ ପାତ୍ର,କ୍ଷିରୋଦ ସାହୁ, ଶରତ ସାମନ୍ତରା, ଅଜୟ କୁମାର ସାହୁ, ପ୍ରତାପ ମିଶ୍ର, ବାବୁଭାଇ ସାମନ୍ତରାୟ ବାବୁ, ପ୍ରମୁଖ ହୋଲି ଉତ୍ସବରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଶେଷରେ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ନିରଞନ ମିଶ୍ର,ସମସ୍ତଙ୍କୁ ଜଳଯୋଗ (ଦହିବରା ଆଳୁଦମ୍) ଦ୍ଵାରା ଆପ୍ୟାୟିତ କରିବା ସହିତ ବରିଷ୍ଠ ଟେଲ୍କମ ଇଞ୍ଜିନିୟର ବଂଶୀଧର ପଣ୍ଡା ସମସ୍ତଙ୍କ ନିମନ୍ତେ ସ୍ୱଚ୍ଛ ନୀରପ୍ରଦାନର ପ୍ରବନ୍ଧ କରିଥିଲେ ଓ ହୋଲିର ମହତ୍ଵ ସଂପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ।ସଂଘର ସାଧାରଣ ସଂପାଦକ କାମଦେବ ରଣସିଂହ ହୋଲିଉତ୍ସବ କାର୍ଯ୍ୟକ୍ରମପରିଚାଳନା କରିଥିବା ସ୍ଥଳେ,ବସନ୍ତ କୁମାର ନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।