ଭେଡେନ ବ୍ଲକ୍ ସହଁରାଟି କିରା ମାର୍କେଟ ୟାଡକୁ ରାଜ୍ୟ କିଷାନ କଂଗ୍ରେସ ସଭାପତିଙ୍କ ପରିଦର୍ଶନ
ତା୧୫.୫.୨୦୨୬ରିଖ ଶୁକ୍ରବାର ଦିନ ୧୧ଟା ସମୟରେ ରାଜ୍ୟ କିଷାନ କଂଗ୍ରେସ ସଭାପତି ଅଭୟ ସାହୁ ଭେଡେନ ବ୍ଳକର ସହଁରା ଟିକିରା ମାର୍କେଟ ୟାଡ଼କୁ ଆସି ଇଚ୍ଛାମୃତ୍ୟୁ ଆବେଦନ କରିଥିବା ରୋହିତ ଭୋଇଙ୍କୁ ଭେଟିଥିଲେ,ରୋହିତ ଭୋଇ ର ୨୨୦ ପାକେଟ ଧାନ ବିକିବାପାଇଁ କିଷାନ କଂଗ୍ରେସ ଦଳ ଶତଚେଷ୍ଟା କରିବ, ଏବଂ ଯଦିରୋହିତ ଭୋଇ ର ଧାନ ସରକାର ବିକ୍ରି ନ କରନ୍ତି, ତାହେଲେ ବିରାଟରେଲିର କିଷାନକଂଗ୍ରେସ ଦଳ ଆଗାମୀ ଦିନରେ ନିଷ୍ପତ୍ତି ନେଇଥିବା ସୂଚନା ପ୍ରଦାନ କରିଛନ୍ତି,

ତାପରେ ଭେଡେନ ତହସିଲଦାରଙ୍କୁ ଭେଟି ଚାଷୀରଧାନ ଉଠିବା ପାଇଁ ଅନୁରୋଧ କରିଥିଲେ,ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ହର୍ ଦିପ୍ ସିଂ, ଜିଲ୍ଲା ସାଧାରଣ ସଂପାଦକ ଭବାନୀଶଙ୍କର ପାଢୀ, ବ୍ଳକ୍ ସଭାପତି ରମେଶ ଚନ୍ଦ୍ର ପଣ୍ଡା, ବ୍ଲକ୍ କିଷାନ ସଭାପତି ଦଳଗୋବିନ୍ଦ ବେହେରା, ରାଜୀବ ଗାନ୍ଧୀସେବା ସଭାପତି ଦିଲ୍ଲିପ ଦାସ, ପାଣ୍ଡବ କର୍ଣ୍ଣ, ମାଧବ ସାହୁ, ଜାପାନୀ ସାହୁ, ସଂଜୟ ନନ୍ଦ, ଚିନ୍ତାମଣି ମେହେର, ଏକଦଶୀ ଆ ହଟେଇ,ବୀରସେନ ଖମାରୀ, ବଳରାମ ଭୁଏ, ଲକ୍ଷ୍ମୀନାରାୟଣ ପାତୀ,ଜିତ ପୂଜାରୀ ସମେତ ଅନ୍ୟାନ୍ୟ କଂଗ୍ରେସ କର୍ମୀଗଣ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା,
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ
