May 17, 2025
Home » ମଣ୍ଡେଇ ମହୋତ୍ସବ ପାଳନ -୨୦୨୪ ଉପଲକ୍ଷେ ମଣ୍ଡେଇ ପଡିଆ ହିର୍ଲି ଠାରେ ଭୂମି ପୂଜନ

ମଣ୍ଡେଇ ମହୋତ୍ସବ ପାଳନ -୨୦୨୪ ଉପଲକ୍ଷେ ମଣ୍ଡେଇ ପଡିଆ ହିର୍ଲି ଠାରେ ଭୂମି ପୂଜନ

0
WhatsApp Image 2024-11-09 at 12.35.58 PM

ନବରଙ୍ଗପୁର ଜିଲ୍ଲା ମଣ୍ଡେଇ ୨୦୨୪ ଉପଲକ୍ଷେ ୮.୧୧.୨୦୨୪ ତାରିଖ ଦିନ ମଣ୍ଡେଇ ପଡିଆ ହୀର୍ଲି ଠାରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସକାଳ ୯.୦୦ ଘ ସମୟରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକଙ୍କ ପୌରହିତରେ ଭୂମି ପୂଜନ ଆରମ୍ଭ ହୋଇଥିଲା।ଆସନ୍ତା ଡ଼ିସେମ୍ବର ୬ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ମଣ୍ଡେଇ ମହୋତ୍ସବ ପାଳନ କରାଯିବ ।ଏଥିରେ ଜିଲ୍ଲା ସଂସ୍କୃତି ଅଧିକାରୀ ଘସିଆ ହରିଜନ ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ପ୍ରକଳ୍ପ ପ୍ରଶାସକ, ଆଇ ଟି ଡି ଏ ରାଜୀବ ସାହୁ, ରାସ୍ତା ଓ ଗୃହ ନିର୍ମାଣ ନିର୍ବାହୀ ଯନ୍ତ୍ରୀ ଅମରନାଥ ନାୟକ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ରଙ୍କ ସମେତ ମଞ୍ଚ ପ୍ରସ୍ତୁତି ଓ ପରିଚାଳନା କମିଟି ସଭ୍ୟସଭ୍ୟା ଉପସ୍ଥିତ ଥିଲେ।

ଆସନ୍ତା ମଣ୍ଡେଇ ମହୋତ୍ସବ ଶାନ୍ତି ଶୃଙ୍ଖଳା ଏବଂ ବିନା ବାଧାବିଘ୍ନ ସହ ମହା ଆଡ଼ମ୍ବରରେ ପାଳନ ହେବାପାଇଁ ଶୁଭ ମନାସି ଏହି ଭୂମି ପୂଜନ ଅନୁଷ୍ଠିତ ହୋଇଥିଲା। ଦିବା ୧୨.୩୦ ମି ସମୟରେ ପୂର୍ଣାହତି ସମୟରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ,ମାନ୍ୟବର ବିଧାୟକ ଝରିଗାଁ ନରସିଂହ ଭତ୍ରା,ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ,ନବରଙ୍ଗପୁର ପ୍ରକାଶ ମିଶ୍ର ଙ୍କ ସମେତ ସମାଜସେବୀ ମୁନା ତ୍ରିପାଠୀ, ଗୋକୁଳ ଖାଡଙ୍ଗା,ଏସ ବାସନ୍ତୀ, ସିମାଞ୍ଚଳ ରଥ, ମୃତ୍ୟୁଞ୍ଜୟ ଦାସ, ଶର୍ମିଷ୍ଠା ଦେଓ,କିଶୋରୀ ପଟ୍ଟନାୟକ , ତ୍ରିପତି ବାଲାଜୀ ସାହୁ, ସ୍ୱର୍ଣଲତା ପଟ୍ଟନାୟକ ଓ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *